ETV Bharat / bharat

G20 Summit: ସରିଲା ଦୁଇଦିନିଆ ସମ୍ମିଳନୀ, ବ୍ରାଜିଲକୁ ଜି20 ଅଧ୍ୟକ୍ଷତା ହସ୍ତାନ୍ତର କଲା ଭାରତ

author img

By ETV Bharat Odisha Team

Published : Sep 10, 2023, 2:01 PM IST

ଜି20 ସମ୍ମିଳନୀର ପରବର୍ତ୍ତୀ ଅଧ୍ୟକ୍ଷତା କରିବ ବ୍ରାଜିଲ । ପ୍ରଧାନମନ୍ତ୍ରୀ ମୋଦିଙ୍କଠୁ ଅଧ୍ୟକ୍ଷତା ଗ୍ରହଣ କରିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଲୁଲା ଦ ସିଲଭା । ଅଧିକ ପଢନ୍ତୁ

G 20 presidency hands over to Brazil
G20 Summit concluded

ନୂଆଦିଲ୍ଲୀ: ଜି 20 ଶିଖର ସମ୍ମିଳନୀ ବିଶ୍ବମଞ୍ଚ ଶେଷ ହୋଇଛି । ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବିଶ୍ବ କୂଟନୀତିର ମହାକୁମ୍ଭ ଜି20 ଶିଖର ସମ୍ମିଳନୀ ସମାପ୍ତ ହୋଇଛି । ବ୍ରାଜିଲ ପରବର୍ତ୍ତୀ ଜି20 ଅଧ୍ୟକ୍ଷ । ବ୍ରାଜିଲକୁ ଜି20 ଅଧ୍ୟକ୍ଷତା ଭାର ହସ୍ତାନ୍ତର କରିଛି ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ଅଧକ୍ଷତା ଭାର ଗ୍ରହଣ କରିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଲୁଲା ଦ ସିଲଭା । ଜି20 ଗାଭେଲ ପ୍ରଦାନ କରି ଅଧ୍ୟକ୍ଷତା ହସ୍ତାନ୍ତର କରିଛି ଭାରତ । ଚଳିତ ବର୍ଷ ଡିସେମ୍ବର 1ରୁ ଜି20 ଅଧକ୍ଷତା କରିବ ବ୍ରାଜିଲ ।

ଜି20 ସମ୍ମିଳନୀର ସମାପନ ଘୋଷଣା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ''ସମସ୍ତେ ଜାଣିଛନ୍ତି ଭାରତ ପାଖରେ ଜି20 ସମ୍ମିଳନୀର ଅଧ୍ୟକ୍ଷତା କରିବାକୁ ନଭେମ୍ବର ମାସ ଯାଏ ଦାୟିତ୍ବ ରହିଛି । ଆଉ ଅଢେଇ ମାସ ବାକି ରହିଛି । ଏହି ଦୁଇଦିନିଆ ସମ୍ମିଳନୀରେ ଅନେକ ପରାମର୍ଶ ଓ ପ୍ରସ୍ତାବ ଦେଇଛନ୍ତି । ଏହା ଆମ ଦାୟିତ୍ବ ଯେଉଁ ପରାମର୍ଶ ମିଳିଛି ସେ ଦିଗରେ କିପରି ଅଗ୍ରଗତି ଆସିବ ତାହା ଉପରେ ସମୀକ୍ଷା ହେବ । ନଭେମ୍ବର ଶେଷରେ ଜି20ର ଏକ ଭର୍ଚୁଆଲ ସେସନ କରାଯିବ । ଉକ୍ତ ସେସନରେ ଏହି ସମ୍ମିଳନୀରେ ସ୍ଥିର ବିଷୟରେ ସମୀକ୍ଷା କରାଯିବ । ଏନେଇ ପରବର୍ତ୍ତୀ ସମୟରେ ସୂଚନା ଜାରି ହେବ । ଆଶା କରୁଛୁ ଏହି ସେସନରେ ସମସ୍ତେ ସାମିଲ ହେବେ । ଏହା ସହିତ ମୁଁ ଜି20 ସମ୍ମିଳନୀର ସମାପନ ଘୋଷଣା କରୁଛି । ୱାନ ଫ୍ୟାମିଲି, ୱାନ ଆର୍ଥ ଓ ୱାନ ଫ୍ୟୁଚର ରୋଡ ମ୍ୟାପ ସୁଖଦ ହେଉ ସମଗ୍ର ବିଶ୍ବରେ ଆଶା ଓ ଶାନ୍ତିର ସଞ୍ଚାର ହେଉ ।''

  • #WATCH | G 20 in India | Prime Minister Narendra Modi says, "...As you all know India has the responsibility of G20 presidency till November 2023. In these two days, all of you gave a lot of suggestions and placed proposals. It is our duty that the suggestions we have received be… pic.twitter.com/qvdoCyKnXq

    — ANI (@ANI) September 10, 2023 " class="align-text-top noRightClick twitterSection" data=" ">

ଜି20 ଅଧ୍ୟକ୍ଷତା ହସ୍ତାନ୍ତର ପରେ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଦ ସିଲଭା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧନ୍ୟବାଦ ଦେବା ସହିତ ଶୁଭେଚ୍ଛା ଜଣାଇଛନ୍ତି । କ୍ଷୁଧା ବିରୋଧରେ ଲଢେଇ, ଉର୍ଜା ଏବଂ ସ୍ଥାୟୀ ବିକାଶକୁ ଜି20ରେ ପ୍ରାଥମିକତା ଭାବେ ତାଲିକାଭୁକ୍ତ କରାଯାଇଛି । ବ୍ରାଜିଲ 3ଟି ଜିନିଷକୁ ଜି20 ଅଧ୍ୟକ୍ଷତାରେ ଗୁରୁତ୍ବ ଦେବ ପ୍ରଥମ କ୍ଷୁଧା ବିରୋଧରେ ଲଢେଇ ଏବଂ ସାମାଜିକ ଅନ୍ତର୍ଭୁକ୍ତକରଣ, ଦ୍ବିତୀୟ ଶକ୍ତି ଟ୍ରାଜିସନ ଏବଂ ସ୍ଥାୟୀ ବିକାଶ ଏବଂ ତୃତୀୟ ବିଶ୍ବସ୍ତରୀୟ ଅନୁଷ୍ଠାନ । ଏକ ସୁନ୍ଦର ବିଶ୍ବ ନିର୍ମାଣ ଏହାର ଲକ୍ଷ୍ୟ ରହିବ ।''

  • #WATCH | G 20 in India | President of Brazil Luiz Inácio Lula da Silva says, "Brazilian presidency of the G 20 has three priorities - First, social inclusion and fight against hunger. Second, energy transition and sustainable development in its three aspects...Third, the reform… pic.twitter.com/uvP5zlXOtr

    — ANI (@ANI) September 10, 2023 " class="align-text-top noRightClick twitterSection" data=" ">

ସେ ଆହୁରି କହିଛନ୍ତି,''ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବ୍ୟକ୍ତିଗତ ଭାବେ ମୋ ହୃହୟକୁ ଛୁଇଁଛି । ସମସ୍ତ ମୋର ରାଜନୈତିକ କ୍ୟାରିଅର ଜାଣନ୍ତି । ଅହିଂସା ଆନ୍ଦୋଳନ ପାଇଁ ମହାତ୍ମା ଗାନ୍ଧୀଙ୍କର ପ୍ରମୁଖ ଭୂମିକା ରହିଛି । ସେ ଜଣେ ରୋଲ ମଡେଲ । ମୁଁ ଶ୍ରମ ଆନ୍ଦୋଳନ ସମୟରୁ ତାଙ୍କୁ ଅନୁକରଣ କରୁଛି ।''

ଏହା ବି ପଢନ୍ତୁ...G20 Summit: ମହାଶକ୍ତି ମହାସମ୍ମିଳନୀରେ ଅନ୍ତିମ ଦିନ, ୱାନ ଫ୍ୟୁଚର ବିଷୟବସ୍ତୁ ଉପରେ ହେବ ଆଲୋଚନା

ଏହା ବି ପଢନ୍ତୁ...Joe Biden Departs: ଜି-୨୦ ସମ୍ମିଳନୀ ସାରି ଦିଲ୍ଲୀରୁ ଫେରିଲେ ବାଇଡେନ

ଏହା ବି ପଢନ୍ତୁ...ଆଜି ଜି20 ସମ୍ମିଳନୀରେ ଅନ୍ତିମ ଦିନ, ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବିଶ୍ବନେତା

ଜି 20 ଶିଖର ସମ୍ମିଳନୀର ଦ୍ବିତୀୟ ଦିନରେ ଆଜି ବିଶ୍ବ ନେତା ରାଜଘାଟରେ ପହଞ୍ଚିଥିଲେ । ରାଜଘାଟରେ ବିଶ୍ବନେତା ପହଞ୍ଚିବା ପରେ ସମସ୍ତଙ୍କୁ ଖଦିର ଉପଢୌକନ ଦେଇ ସ୍ବାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପରେ ସେମାନଙ୍କୁ ସାବରମତି ଆଶ୍ରମ ବିଷୟରେ ବୁଝାଇଥିଲେ । ସେଠାରେ ଜାତିର ପିତା ମହାତ୍ନା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ବିଶ୍ବନେତା । ପରେ ପରେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳୀ ପରିଦର୍ଶନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.