ETV Bharat / state

ଲୋକଙ୍କ ଦୁଆରକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର, ସମସ୍ୟା ସମାଧାନକୁ ନେଇ ଇର୍ଷାନ୍ୱିତ କାହିଁକି: ବିଜେଡି

author img

By

Published : Jul 4, 2023, 11:04 PM IST

ଅଣ୍ଡା ମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଲା ବିଜେଡି
ଅଣ୍ଡା ମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଲା ବିଜେଡି

5ଟି ସଚିବ ଭିକେ ପଣ୍ଡିଆନଙ୍କ କାରକେଡ୍ ଉପରକୁ ଅଣ୍ଡା ମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ । ରାଜନୀତିରେ ନବାଗତ ଲୋକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ନୁହନ୍ତି ବୋଲି କହି ବର୍ଷିଛନ୍ତି ଇପ୍ସିତା। ଅଧିକ ପଢନ୍ତୁ

ଅଣ୍ଡା ମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଲା ବିଜେଡି

ଭୁବନେଶ୍ବର: 5ଟି ସଚିବ ଭିକେ ପଣ୍ଡିଆନଙ୍କ କାରକେଡ୍ ଉପରକୁ ଆମ ଆଦମୀ ପାର୍ଟିର କର୍ମୀମାନେ ଅଣ୍ଡା ମାଡ଼ କରିଥିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ । ସେ କହିଛନ୍ତି, "ଲୋକଙ୍କ ଦୁଆର ମୁହଁକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର । ଶୀତ ତାପ ନିୟନ୍ତ୍ରିତ କୋଠରୀରେ ବସିଥିବା ଲୋକେ ଏହା ବୁଝିପାରୁନାହାନ୍ତି । ରାଜନୀତିରେ ନବାଗତ ଲୋକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ନୁହନ୍ତି । ଲୋକଙ୍କ ପାଖକୁ ଯାଇ ସମସ୍ୟା ସମାଧାନକୁ ବିରୋଧ କାହିଁକି ବୋଲି ପ୍ରଶ୍ନ କରିଛି ବିଜେଡି । କିଛି ଲୋକ ଏଭଳି ପଦକ୍ଷେପ ଉପରେ କ୍ରୋଧିତ ଏବଂ ଇର୍ଷାନ୍ୱିତ ହେଉଛନ୍ତି" ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।

ଇପ୍ସିତା କହିଛନ୍ତି ଯେ, "ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ସେମାନଙ୍କ ଦୁଆର ମୁହଁକୁ ନେବାକୁ ମୁଖ୍ୟମନ୍ତ୍ରୀ ବିଶ୍ୱାସ କରନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପଠାଇଛନ୍ତି । ଏଭଳି ପଦକ୍ଷେପ ଯୋଗୁଁ ମାଲକାନଗିରି, ମୟୂରଭଞ୍ଜ, ସୁନ୍ଦରଗଡ, ନବରଙ୍ଗପୁର ଏବଂ ଅନ୍ୟାନ୍ୟ ଜିଲ୍ଲାର ହଜାର ହଜାର ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିବ । ଶୀତତାପ ନିୟନ୍ତ୍ରିତ ଚାମ୍ବରରେ ବସି ଶାସନ କରିବାକୁ ଅଭ୍ୟସ୍ତ ଲୋକମାନେ ଏହି ଅଭିନବ ପଦକ୍ଷେପକୁ ବୁଝିପାରିବେ ନାହିଁ । ମାଲକାନଗିରିର ଲୋକମାନେ ଭୁବନେଶ୍ୱର ପର୍ଯ୍ୟନ୍ତ ଆସି ସେମାନଙ୍କ ଅଭିଯୋଗ ଜଣାଇବା ସମ୍ଭବ ନୁହେଁ ।"

ଏହା ମଧ୍ୟ ପଢନ୍ତୁ...5T ସଚିବଙ୍କ ଗସ୍ତକୁ ନେଇ ଦ୍ଵନ୍ଦ୍ବରେ କଂଗ୍ରେସ ! କିଏ ସମର୍ଥନ କରୁଛି, ଆଉ କିଏ ବିରୋଧ ?



"ଭୁବନେଶ୍ୱରର ଶୀତତାପ ନିୟନ୍ତ୍ରିତ ଚାମ୍ବରରେ ବସି ଲୋକଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିବା ପରିବର୍ତ୍ତେ, ଗାଁ ଗହଳିରେ ରହୁଥିବା ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବା ଏବଂ ସମାଧାନ କରିବା ଭଲ ନୁହେଁ କି?" ବୋଲି ପ୍ରଶ୍ନ କରିଛନ୍ତି ଇପ୍ସିତା । "ଯେଉଁମାନେ ରାଜନୀତିରେ ନବାଗତ ଅଟନ୍ତି ଏବଂ ଲୋକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ନୁହଁନ୍ତି ସେମାନେ ଏହା ବୁଝି ପାରିବେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ନିକଟକୁ ଯାଇ ସେମାନଙ୍କୁ ଭେଟିବା ଏବଂ ସେମାନଙ୍କ ସମସ୍ୟାକୁ ଶୁଣିବା ଏବଂ ସମାଧାନ କରିବାକୁ ପୃଥିବୀର କୌଣସି ଶକ୍ତି ଅଟକାଇପାରିବେ ନାହିଁ" ବୋଲି କହି ସେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ।

ତେବେ ଦିନିକିଆ ସୁବର୍ଣ୍ଣପୁର ଗସ୍ତକୁ ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ ପ୍ରବଳ ବିରୋଧ କରାଯାଇଛି। ଆଜି ପାଣ୍ଡିଆନଙ୍କ କାର କେଡ ଉପରକୁ ଆମ ଆଦମୀ ପାର୍ଟିର କର୍ମୀମାନେ ଅଣ୍ଡା ମାଡ଼ କରିଥିବା ଦେଖିବାକୁ ମିଳିଥିଲା । ସମ୍ବଲପୁର ଜିଲ୍ଲା ଆମ ଆଦମୀ ପାର୍ଟିର ଜିଲ୍ଲା ଉପ ସଭାପତି ପୃଥ୍ୱୀରାଜ ଜଗଦଲାଙ୍କ ନେତୃତ୍ୱରେ ଆମ ଆଦମୀ ପାର୍ଟିର କର୍ମୀମାନେ ବିରୋଧ କରିବା ସହିତ ପାଣ୍ଡିଆନଙ୍କ କାରକେଡ୍ ଉପରକୁ ଅଣ୍ଡା ମାଡ଼ କରିଥିବା କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.