ETV Bharat / state

5T ସଚିବଙ୍କ ଗସ୍ତକୁ ନେଇ ଦ୍ଵନ୍ଦ୍ବରେ କଂଗ୍ରେସ ! କିଏ ସମର୍ଥନ କରୁଛି, ଆଉ କିଏ ବିରୋଧ ?

author img

By

Published : Jul 4, 2023, 9:29 PM IST

5T ସଚିବଙ୍କ ଗସ୍ତ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କିଏ କଠୋର ଭାଷାରେ ନିନ୍ଦା କରିଛି ତ ଆଉ କିଏ ମାପିଚୁପି ପ୍ରତିକ୍ରିୟା ରଖୁଛି । ତେବେ 5T ସଚିବଙ୍କ ଗସ୍ତକୁ ନେଇ କଂଗ୍ରେସ ଦ୍ଵନ୍ଦ୍ବରେ ରହିଥିବା ଆଲୋଚନା ହେଉଛି । ଅଧିକ ପଢ଼ନ୍ତୁ

5T ସଚିବଙ୍କ ଗସ୍ତକୁ ନେଇ ଦ୍ଵନ୍ଦ୍ବରେ କଂଗ୍ରେସ !
5T ସଚିବଙ୍କ ଗସ୍ତକୁ ନେଇ ଦ୍ଵନ୍ଦ୍ବରେ କଂଗ୍ରେସ !

5T ସଚିବଙ୍କ ଗସ୍ତକୁ ନେଇ ଦ୍ଵନ୍ଦ୍ବରେ କଂଗ୍ରେସ !

ଭୁବନେଶ୍ବର: 5T ସଚିବଙ୍କ ଜିଲ୍ଲା ଗସ୍ତ ନେଇ ବିବାଦ ଲାଗି ରହିଛି । ସାମ୍ବାଦିକ ସମ୍ମିଳନୀ କରି ଗସ୍ତକୁ ବିରୋଧ କରୁଛନ୍ତି କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ । ଅଗଣତାନ୍ତ୍ରିକ ବୋଲି କହୁଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି । କିନ୍ତୁ 5T ସଚିବଙ୍କ ଗସ୍ତକୁ ନେଇ କଂଗ୍ରେସ ମଧ୍ୟରେ ଦ୍ବନ୍ଦ୍ବ ରହିଥିବା ପରି ଅନୁଭବ ହେଉଛି । କିଏ କଠୋର ଭାଷାରେ ନିନ୍ଦା କରିଛି ତ ଆଉ କିଏ ମାପିଚୁପି ପ୍ରତିକ୍ରିୟା ରଖୁଛି । ଜଣାପଡୁନି କିଏ ସମର୍ଥନ କରୁଛି, ଆଉ କିଏ ବିରୋଧ ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, "5T ସଚିବ ଗ୍ରିଭାନ୍ସ ଆଣିବାକୁ ଯାଉଥିବା ବିଜେଡି କହୁଛି । ଏହା ଯୁକ୍ତିଯୁକ୍ତ ନୁହେଁ । ଟିକେଟ କଟିଯିବା ଭୟରେ ବିଜେଡି ନେତା ମାନେ ଏଭଳି ଯୁକ୍ତି ବାଢ଼ୁଛନ୍ତି । ଭୟ ଯୋଗୁ ହିଁ ସେମାନେ 5T ସଚିବଙ୍କ ଗସ୍ତ ସମୟରେ ଲୋକ ଯୋଗାଡ଼ କରୁଛନ୍ତି । ଶାଗୁଆ ରଙ୍ଗର ବ୍ୟାନର ବନ୍ଧା ଯାଉଛି । ହଜାର ହଜାର ଲୋକ ବୁହା ହୋଇ ଆସୁଛନ୍ତି । ଅଭିଯୋଗ କରୁଛନ୍ତି, ସଙ୍ଗେ ସଙ୍ଗେ ସେଠାରେ କାର୍ଯ୍ୟକାରୀ ହେଉଛି । ଏହା ଅସାମ୍ବିଧାନିକ କାର୍ଯ୍ୟ ହେଉଛି । ଯାହାକୁ ଓଡ଼ିଶାର ଲୋକେ କେବେ ବି ଗ୍ରହଣ କରିବେ ନାହିଁ । ଗ୍ରିଭାନ୍ସ ପାଇଁ ରାଜ୍ୟ ସରକାର ସୋମବାର ଦିନ ସମୟ ଧାର୍ଯ୍ୟ କରିଛନ୍ତି । ବିଡିଓଠାରୁ ନେଇ ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ଏବଂ ପ୍ରତି ଜିଲ୍ଲା ପାଇଁ ମଧ୍ୟ ସ୍ବତନ୍ତ୍ର ଅଧିକାରୀ ନିୟୋଜିତ ହୋଇଛନ୍ତି । 5T ସଚିବ ତେବେ କେଉଁ ଗ୍ରିଭାନ୍ସ ଆଣିବାକୁ ଯାଉଛନ୍ତି ? ବିଧାୟକ ଓ ସାଂସଦ ଟିକେଟ କାହାକୁ ଦିଆଯିବ ତାହାର ରିପୋର୍ଟ ଆଣିବାକୁ 5T ସଚିବ ଜିଲ୍ଲା ଯାଉଛନ୍ତି ।"

5T ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ପ୍ରଶ୍ନର ମାପିଚୁପି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ତାରା କହିଛନ୍ତି, "ପ୍ରଶାସନ ଲୋକଙ୍କ ପାଖକୁ ଗଲେ ଭଲ ହେବ । ଅସୁବିଧା କିଛି ନାହିଁ । ଜିଲ୍ଲାପାଳ ପଞ୍ଚାୟତସ୍ତରକୁ ଗଲେ ଲୋକଙ୍କ ପାଇଁ ଭଲ । କିନ୍ତୁ ରାଜନୈତିକ ଭାବେ ଅଣରାଜନୀତିକ ଭାବେ ବୁଲିବା ମଧ୍ୟରେ ପାର୍ଥକ୍ୟ ରହିଛି । ଲୋକଙ୍କ ପାଖକୁ ଯିବାକୁ କାହାକୁ ମନା ନାହିଁ । ଲୋକଙ୍କ ପାଖକୁ ଯିବାର ଆବଶ୍ୟକତା ରହିଛି । ସରକାରୀ ଅଧିକାରୀ ସିଧାସଳଖ ଲୋକଙ୍କ ପାଖକୁ ଯିବା ଆବଶ୍ୟକତା ରହିଛି । ସଚିବମାନେ ଗ୍ରାମାଞ୍ଚଳକୁ ଯିବା ଦରକାର ।"

5T ସଚିବଙ୍କ ଗସ୍ତ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପର୍ଶୁରାମ ଧଡ୍ଡା । ସେ କହିଛନ୍ତି, "5T ସଚିବଙ୍କୁ କୌଣସିଠାରେ ବିରୋଧ କରାଯାଉନାହିଁ । ସଭାକୁ ଦେଖନ୍ତୁ । ଲୋକ ତାଙ୍କୁ କେତେ ଗ୍ରହଣ କରୁଛନ୍ତି । ଯଦି କାହାର ଜ୍ବଳନ ହେବ, ଏଥିରେ କୌଣସି ପ୍ରଭାବ ପଡିବନି । ଲୋକମାନେ ବିକାଶ ସହ ଅଛନ୍ତି । ଆଉ ଆଗକୁ ମଧ୍ୟ ରହିବେ । ଲୋକଙ୍କ ପଖାକୁ ପ୍ରଶାସନ ଯାଉଛି । ଯାହାର ଯାହା ଅଭିଯୋଗ ଅଛି କହୁଛନ୍ତି । ତାର ସମାଧାନ ମଧ୍ୟ ହେଉଛି । ବାଲେଶ୍ଵର ଜିଲ୍ଲା ଯାଇଥିଲେ । ସେଠାରେ ମଠ ମନ୍ଦିରରେ ଓ ସ୍କୁଲ କାମ ମଧ୍ୟ ଆରମ୍ଭ ହେଲାଣି । ରାଜନୈତିକ ପ୍ରତିଶୋଧ ପରାୟଣ ହୋଇ କିଏ କଣ କହିବ । ବିରୋଧୀ ଦେଖୁଛନ୍ତି ତାଙ୍କର କିଛି ଫଳୁନି । ତେଣୁ ସେଥିପାଇଁ ପ୍ରତିଶୋଧ ପରାୟଣ ହେଉଛନ୍ତି । ଯେହେତୁ ସଚିବମାନେ ମୁଖ୍ୟମନ୍ତ୍ରୀଙ୍କ କାମ କରୁଛନ୍ତି, ତେଣୁ ବିରୋଧୀ ଈର୍ଷା କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.