ETV Bharat / state

ବିଜେପିର DNAରେ ହିଂସା ଅଛି: ସସ୍ମିତ ପାତ୍ର

author img

By

Published : Nov 29, 2022, 1:59 PM IST

bjd pressmeet on violence in padampur
ଅପହରଣ ନେଇ ମିଥ୍ୟା ଅଭିଯୋଗ ଆଣିଛି ବିଜେପି: ସସ୍ମିତ ପାତ୍ର

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ରାଜନୈତିକ ହିଂସାକୁ ନେଇ ବିଜେପି ଉପରେ ବର୍ଷିଲା ବିଜେଡି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ । ମତଦାନ ଗ୍ରହଣକୁ ଆଉ ମାତ୍ର ସପ୍ତାହେ ବାକି ଥିବାବେଳେ ପଦ୍ମପୁରରେ ଚଢାଉ ମାଧ୍ୟମରେ ପ୍ରତିଶୋଧ ରାଜନୀତି ଆରମ୍ଭ ହୋଇଛି । ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଚାଲିଛି । ଏହାରି ଭିତରେ ଉପନିର୍ବାଚନ ନେଇ ଚାଲିଥିବା ହିଂସାନୀତି ଉପରେ ବର୍ଷିଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଲେ ବିଜେଡି ନେତା ସସ୍ମିତ ପାତ୍ର ।

ରାଜନୈତିକ ହିଂସାକୁ ନେଇ ବିଜେପି ଉପରେ ବର୍ଷିଲା ବିଜେଡି

ସୋମବାର ପଦ୍ମପୁରରେ କେନ୍ଦ୍ରୀୟ ଆୟକର ବିଭାଗ ପକ୍ଷରୁ 4 ବିଜେଡି କର୍ମୀଙ୍କ ଘରେ ଚଢ଼ାଉ କରାଯାଇଥିବା ନେଇ ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, "ପଦ୍ମପୁରରେ କେନ୍ଦ୍ରୀୟ ଟିମ ରେଡ୍‌ କରିଥିଲେ । ଏହାକୁ ଆମେ ବିରୋଧ କରିନାହୁଁ । କିନ୍ତୁ ଜିଏସଟି ଟିମ ଯାଞ୍ଚ କଲାବେଳେ କାହିଁକି ବିଜେପି ନେତାମାନେ ସେଠି ଜଗି ବସିଥିଲେ । କିଏ ପ୍ୟାଣ୍ଟ କିଣିଲା ତ ଦୋକାନର ସାର୍ଟ କାହାକୁ ଭଲ ଲାଗିଲା, ଏହା ହାସ୍ୟସ୍ପଦ । ବିଜେପି DNAରେ ହିଂସା ଅଛି ।" ଜିଏସଟି ଯାଞ୍ଚ ବେଳେ ବିଜେପି ନେତା ଠାକୁର ରଞ୍ଜିତ ଦାଶ, କାଳନ୍ଦୀ ସାମଲ, ପିଙ୍କି ପ୍ରଧାନଙ୍କ ଉପସ୍ଥିତି ନେଇ ପ୍ରଶ୍ନ ଉଠାଇଛି ବିଜେଡି । କେବଳ ଏତିକି ନୁହେଁ ବିଭିନ୍ନ ଗାଁରେ ବିଜେଡି କର୍ମୀମାନଙ୍କୁ ବିଜେପି କର୍ମୀ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ କରିଛି । ନିର୍ବାଚନ ହାରିଯିବା ଭୟରେ ବିଜେପି ଏଭଳି କାଣ୍ଡ ଭିଆଉଛି । ଯାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ଦାବି କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ପଦ୍ମପୁରରେ ପାୱାର ରାଜନୀତି, କେନ୍ଦ୍ରୀୟ ଏଜେନ୍ସିର ରେଡ୍ ପରେ ବିଜେଡିର ପ୍ରତିଶୋଧ !

ସୂଚନା ଥାଉକି, ସୋମବାର 3 ପ୍ରମୁଖ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଥିଲା । ଶାସ୍ତ୍ରୀ ନଗରର ଗଜୁ ଅଗ୍ରଓ୍ବାଲ, ହନୁମାନପଡାର ମହମ୍ମଦ ସାଜିଦ ଏବଂ ସାହୁ ପଡାର ମାନଭଞ୍ଜନ ସାହୁଙ୍କ ଘରେ ରେଡ୍‌ କରିଥିଲା ଆଇଟି ବିଭାଗ । ସେହିପରି ରାଜ୍ୟ GST ବିଭାଗ ଦ୍ବାରା ପଦ୍ମପୁରରେ ବିଜେପି ସମର୍ଥିତ ପ୍ରତିଷ୍ଠିତ ବ୍ୟବସାୟୀ ରାଜେଶ ସାହୁ, ସୁନୀଲ ଅଗ୍ରୱାଲ ଓ ପାଇକମାଲର ଗୋବର୍ଦ୍ଧନ ଅଗ୍ରୱାଲଙ୍କ ଘରେ ଓ ବ୍ୟବସାୟୀକ ଅନୁଷ୍ଠାନରେ GST ବିଭାଗର ଚଢ଼ାଉ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.