ETV Bharat / state

ଘର ଘର ବୁଲି ଡେଙ୍ଗୁ ମଶା ଖୋଜିବ ବିଏମସି, ଧରାପଡିଲେ 1000 ଫାଇନ

author img

By

Published : Aug 10, 2023, 12:36 PM IST

Updated : Aug 10, 2023, 9:33 PM IST

ଡେଙ୍ଗୁ ସଂକ୍ରମଣରେ ରୋକ ଲଗାଇବାକୁ ବିଏମସିର ନିର୍ଦ୍ଦେଶ ନାମା
ଡେଙ୍ଗୁ ସଂକ୍ରମଣରେ ରୋକ ଲଗାଇବାକୁ ବିଏମସିର ନିର୍ଦ୍ଦେଶ ନାମା

ଡେଙ୍ଗୁ ସଂକ୍ରମଣରେ ରୋକ ଲଗାଇବାକୁ ବିଏମସିର ନିର୍ଦ୍ଦେଶ ନାମା । ଘର ଘର ବୁଲି ଡେଙ୍ଗୁ ମଶା ଖୋଜିବ ବିଏମସି । ଅଧିକ ପଢନ୍ତୁ

ଘର ଘର ବୁଲି ଡେଙ୍ଗୁ ମଶା ଖୋଜିବ ବିଏମସି

ଭୁବନେଶ୍ବର: ରାଜଧାନୀରେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ମାତ ଦେବାକୁ କଡା ନିର୍ଦ୍ଦେଶ ନାମା ଜାରି କଲା ବିଏମସି । ଏଣିକି ଘର ଘର ବୁଲି ଡେଙ୍ଗୁ ମଶା ଖୋଜି ବିଏମସି । ଘର ଭିତରେ ଓ ବାହାରେ ଯଦି ଡେଙ୍ଗୁ ମଶା ମିଳେ ବା ବଂଶବୃଦ୍ଧି ପାଇଁ ପରିବେଶ ଥାଏ ତେବେ 1000 ଫାଇନ ଗଣିବେ ଘର ମାଲିକ । ଖାଲି ଘର ନୁହଁ ଅଫିସ, ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ଯଦି ଡେଙ୍ଗୁ ମଶା ବଂଶବୃଦ୍ଧି ପାଇଁ ପରିବେଶ ଥାଏ ତେବେ 5000 ହଜାର ଟଙ୍କା ଜରିମାନା ଦେବାକୁ ପଡିବ । ଆସନ୍ତା 15 ତାରିଖରୁ ବିଏମସିର ଏକ ଟିମ ଘର ଘର ବୁଲି ଯାଞ୍ଚ କରିବ । ଘର ହେଉକି ଅନୁଷ୍ଠାନ ଯାଞ୍ଚ ସମୟରେ ଯଦି ନଡିଆ କତା, ଫୁଲକୁଣ୍ଡ, ଅବ୍ୟବହୃତ ଟାୟାର, ପେପର କପ, ବାସନକୁସନ ଆଦିରେ ପାଣି ଜମି ରହି ଡେଙ୍ଗୁ ବଂଶବୃଦ୍ଧି କରୁଥିବାର ଯଦି ପ୍ରମାଣ ମିଳେ ତାହାଲେ ଜରିମାନା ଆଦାୟ କରାଯିବ ।

ଅନ୍ୟପଟେ ରାଜଧାନୀରେ ପରିମଳ ଓ ଡେଙ୍ଗୁ ସ୍ଥିତି ନେଇ ବିଏମସି ତରଫରୁ ବୁଧବାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଡେଙ୍ଗୁ ମଶା କବଳରୁ ରକ୍ଷା ପାଇଁ ପ୍ରତ୍ୟେକ ୱାର୍ଡରେ ମଶା ଧୂଆଁ ଦେବା ଏବଂ ମଶା ତେଲ ପକାଇବା କାମ ଚାଲୁ ରହିଥିବା କହିଥିଲେ ବିଏମସି କମିଶନର । ବର୍ତ୍ତମାନ 15 ଗୋଟି ମେସିନ ମାଧ୍ୟମରେ ଦିନକୁ ସହରରେ ମଶା ଧୂଆଁଦେବା ଚାଲୁ ରହିଛି । ଏଥିପାଇଁ ଘାସ ଓ ଅନାବନା ଗଛ କାଟିବାକୁ ସଂପୃକ୍ତ ସଫେଇ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠାରେ ସଫେଇ ସଂସ୍ଥା କଟିଂ କରିନଥିବେ, ତାହା ବିଏମସି କରିବ ଏବଂ ଆବଶ୍ୟକୀୟ ଖର୍ଚ୍ଚ ସଂପୃକ୍ତ ସଂସ୍ଥାକୁ ବହନ କରିବାକୁ ପଡିବ । ଏହା ସାଙ୍ଗକୁ ପ୍ରତି ୱାର୍ଡରେ ଏକ ନିରୀକ୍ଷଣ ବା ସର୍ଭେଲାନ୍ସ ଟିମ ଡେଙ୍ଗୁ ସ୍ଥିତି ଯାଞ୍ଚ କରିବା ସହିତ ସଚେତନତା କରାଇବେ ବୋଲି କହିଛନ୍ତି କମିଶନର।

ସେହିପରି ଏହି ଟିମରେ ସାନିଟାରୀ ଇନ୍ସପେକ୍ଟର, ସ୍ବଚ୍ଛ ସୁପରଭାଇଜର, ସ୍ଥାନୀୟ ଡାକ୍ତର ଇତ୍ୟାଦି ରହିବେ । ଜୋନ ସ୍ତରରେ ମଧ୍ୟ ଡେଙ୍ଗୁ ପାଇଁ ମିଟିଂ କରାଯିବ ଏବଂ ପ୍ରତ୍ୟେକ ପରିବାର ନିଜସ୍ୱ ଡେଙ୍ଗୁ ଅଡିଟ କରନ୍ତୁ ବୋଲି ବିଏମସି କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି । ଏପରିକି କୌଣସି ସାନିଟାରି ଇନ୍ସପେକ୍ଟର ନିଜ ଅଞ୍ଚଳକୁ ଯିବାବେଳେ ଷ୍ଟ୍ରିଟ ଲାଇଟର ସ୍ଥିତି ଦେଖି ବିବରଣୀ ଦେବାକୁ କୁହାଯାଇଛି ।

ଏଥିସହ ରାଜଧାନୀରେ ପରିମଳ ନେଇ କମିଶନର କହିଛନ୍ତି ଯେ, ସମସ୍ତ ରାସ୍ତାକୁ ସ୍ବଚ୍ଛ କରିବା ପାଇଁ ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟ, ସବୁଜ ବର୍ଜ୍ୟ ସଫେଇ ହେବା ସହିତ ରାସ୍ତାରେ ଘାସ, ଅବରୋଧ କଲାଭଳି ଖୁଣ୍ଟ ଓ ମାଟି ପଡି ନରହିବା ଉଚିତ । ଯାହାକୁ ଆମେ ଜିରୋ ଜିପିଏସ ବୋଲି କହିଥାଉ । ପ୍ରତ୍ୟେକ କ୍ଷେତ୍ରର କର୍ମୀ ନିଜ ଅଞ୍ଚଳର ବର୍ଜ୍ୟ ସମ୍ବେଦନଶୀଳ ସ୍ଥାନର ନିୟମିତ ପରିଦର୍ଶନ କରି ବିବରଣୀ ଦିଅନ୍ତୁ । ସହରର କୌଣସି ରାସ୍ତାରେ ଯେପରି ବର୍ଜ୍ୟ ଜମା ହୋଇ ନରୁହେ, ସେଥିପ୍ରତି ସମସ୍ତେ ଧ୍ୟାନ ଦେବାକୁ କହିଛନ୍ତି କମିଶନର ।

ଏହା ମଧ୍ୟ ପଢନ୍ତୁ-ଚିନ୍ତା ବଢ଼ାଉଛି ଡେଙ୍ଗୁ, ସମ୍ବଲପୁରରେ 5 ରୋଗୀ ଚିହ୍ନଟ

ସେହିପରି ଏଣିକି ଉଲ୍ଲଘଂନକାରୀଙ୍କୁ ସଚେତନ କରିବା ନିମନ୍ତେ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେ ବାବଦରେ ମଧ୍ୟ ଆଲୋଚନ ହୋଇଥିଲା । ବର୍ଜ୍ୟ ପୃଥକୀକରଣ ଏବଂ ଏଣେ ତେଣେ ନପକାଇବାକୁ ଗୋଷ୍ଠୀରେ ବାରମ୍ବାର ଜଣାଇବାକୁ କୁହାଯାଇଛି । ଘର ଓ ବାହାରର ପରିମଳକୁ କଡାକଡି ନିଶ୍ଚିତ କଲେ ଆମେ ଡେଙ୍ଗୁ ଭଳି ଅନ୍ୟାନ୍ୟ ଜନସ୍ୱାସ୍ଥ୍ୟ ସମସ୍ୟାକୁ ରୋକି ପାରିବା ବୋଲି ବୈଠକରେ ଆଲୋଚନା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 10, 2023, 9:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.