ETV Bharat / state

ଚିନ୍ତା ବଢ଼ାଉଛି ଡେଙ୍ଗୁ, ସମ୍ବଲପୁରରେ 5 ରୋଗୀ ଚିହ୍ନଟ

author img

By

Published : Aug 9, 2023, 11:31 AM IST

ସମ୍ବଲପୁର ମ‌ହାନଗର ନିଗମ ଅଞ୍ଚଳରେ 5 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ । ଡେଙ୍ଗୁରୁ ବଞ୍ଚିବାକୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଅଧିକ ପଢନ୍ତୁ

dengue patients identified
dengue patients identified

dengue patients identified

ସମ୍ବଲପୁର: ରାଜ୍ୟରେ ଚିନ୍ତା ବଢ଼ାଉଛି ଡେଙ୍ଗୁ । ସମ୍ବଲପୁର ମ‌ହାନଗର ନିଗମରେ 5 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି । ଏହାସହ ଡେଙ୍ଗୁ ରୋଗରୁ ବଞ୍ଚିବାକୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସେ l ଏଥିସହ ଡେଙ୍ଗୁ ରୋଗର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସ୍ୱାସ୍ଥ୍ୟ ବିଭାଗ ସହ ସମନ୍ବୟ ରକ୍ଷା କରି ବିଭିନ୍ନ ପ୍ରତିଷେଧକ ପଦକ୍ଷେପ ନେଇଥିବା ବେଳେ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ତେବେ ସାରା ରାଜ୍ୟରେ ବର୍ତ୍ତମାନ ଡେଙ୍ଗୁ ରୋଗ ଦୃତ ଗତିରେ ବ୍ୟାପୁଛି । ଏନେଇ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିବା ସହ ଏହାର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ମଧ୍ୟ ନେଇଛନ୍ତି l ସେହିପରି ଜିଲ୍ଲାରେ ଗତକାଲି(ମଙ୍ଗଳବାର) 5 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିଛି l ଏନେଇ ଲୋକ ଭୟଭୀତ ନ ହୋଇ ସଚେତନ ଓ ସଜାଗ ରହିବାକୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହ ନିଜ ନିଜ ଘର ସମେତ ନିଜ ଅଞ୍ଚଳରେ ଯେପରି ଡେଙ୍ଗୁ ରୋଗ ନ ବ୍ୟାପିବ ଓ ଡେଙ୍ଗୁ ମଶା ଯେଭଳି ବୃଦ୍ଧି ନ ପାଇବେ ସେନେଇ ଜନସାଧାରଣ ସଚେତନ ରହିବାକୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଲୋକଙ୍କୁ ଅପିଲ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ଡେଙ୍ଗୁ ନିୟନ୍ତ୍ରଣ କରିବାରେ ବିଏମ୍‌ସି ସମ୍ପୂର୍ଣ୍ଣ ବିଫଳ: କଂଗ୍ରେସ

ଏହା ମଧ୍ୟ ପଢନ୍ତୁ - BMCର ଡେଙ୍ଗୁ ସଚେତନତା: ପୋଡ଼ା ଇଞ୍ଜିନ ଅଏଲ ବ୍ୟବସାୟଙ୍କୁ 1 ଲକ୍ଷ ଟଙ୍କା ଫାଇନ

ଅନ୍ୟପକ୍ଷରେ ସମ୍ବଲପୁର ମହାନଗର ଅଞ୍ଚଳରୁ ଚିହ୍ନଟ ହୋଇଥିବା ସମସ୍ତ 5 ଜଣ ଡେଙ୍ଗୁ ରୋଗୀଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଥିବା ନେଇ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି । ସେହିପରି ଡେଙ୍ଗୁ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ଗତକାଲି (ମଙ୍ଗଳବାର) ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଲୋକଙ୍କୁ କିପରି ସଚେତନ କରାଯିବ ସେନେଇ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରସ୍ତାବ ଦେଇଥିବା ବେଳେ ଆଗକୁ ଏହାକୁ ଭିତ୍ତି କରି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଜଣାପଡିଛି ।


ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.