ETV Bharat / state

ଭୁୁବନେଶ୍ବର ସାଂସଦଙ୍କ ମହିଳା ସମାବେଶ, ମିଶନଶକ୍ତି ଆଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ

author img

By ETV Bharat Odisha Team

Published : Dec 3, 2023, 7:35 PM IST

Bhubaneswar MP targets : ପୁଣି ରାଜ୍ୟ ସରକାରଙ୍କୁ ମହିଳା ସମାବେଶରେ ଟାର୍ଗେଟ କଲେ ଅପରାଜିତା । ମିଶନ ଶକ୍ତି ବିଭାଗ ର କାର୍ଯ୍ୟକାରିତାକୁ ନେଇ ପଚାରିଲେ ପ୍ରଶ୍ନ । ଅଧିକ ପଢନ୍ତୁ

ଭୁୁବନେଶ୍ବର ସାଂସଦଙ୍କ ମହିଳା ସମାବେଶ, ମିଶନଶକ୍ତି ଆଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ
ଭୁୁବନେଶ୍ବର ସାଂସଦଙ୍କ ମହିଳା ସମାବେଶ, ମିଶନଶକ୍ତି ଆଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ

ଭୁୁବନେଶ୍ବର ସାଂସଦଙ୍କ ମହିଳା ସମାବେଶ, ମିଶନଶକ୍ତି ଆଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ

ଖୋର୍ଦ୍ଧା : ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଏହାକୁ ନେଇ ରାଜ୍ୟରେ ଆରମ୍ଭ ହୋଇଗଲାଣି ବିଭିନ୍ନ ଦଳର ରଣନୀତି । ଭୋଟରଙ୍କ ସମର୍ଥନ ହାତେଇବା ପାଇଁ ଜନତାଙ୍କ ନିକଟତର ହେଲେଣି ନେତା । ଆସନ୍ତା ସାଧାରଣ ନିର୍ବାଚନରେ କିଭଳି ଭୋଟରଙ୍କ ମନ ଜିଣିବେ ତାକୁ ନେଇ ବିଭିନ୍ନ ବର୍ଗର ଲୋକଙ୍କୁ ନିଜ ଆଡକୁ ଆଣିବା ପାଇଁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ରଣନୀତି ଆରମ୍ଭ କଲେଣି । ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଥମେ ଖେଳ କିଟ ବାଣ୍ଟି ସଂସଦୀୟ କ୍ଷେତ୍ରର ଯୁବଗୋଷ୍ଠୀଙ୍କ ସମର୍ଥନ ହାତେଇବାକୁ ଉଦ୍ୟମ କରିଥିବା ବେଳେ ଏବେ ନଜର ମହିଳାଙ୍କ ଉପରେ ।

ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ମିନି ଷ୍ଟାଡିଅମ ଠାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏକ ବିରାଟ ମହିଳା ସମାବେଶ କରି ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରଣନୀତି ଆରମ୍ଭ କରିବା ସହ ପ୍ରଚାର ଆରମ୍ଭ କରିଛନ୍ତି । ସେହିପରି ଏହି ସମାବେଶରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣି ରାଜ୍ୟ ସରକାରଙ୍କୁ ମଞ୍ଚ ଉପରୁ ଟାର୍ଗେଟ କରିଛନ୍ତି । ଏଥର ଟାର୍ଗେଟରେ ମିଶନ ଶକ୍ତି ବିଭାଗ । ଲକ୍ଷ ଲକ୍ଷ ଗ୍ରୁପ କରିଦେଲେ ହବନି ବରଂ ସେମାନଙ୍କ ହାତକୁ କାମ ଦେବା ପାଇଁ ବ୍ୟବସ୍ଥା କରିବା ଆବଶ୍ୟକ ଅଛି । ୨୩ ବର୍ଷର ସ୍ଥାୟୀ ସରକାର ଏ ଦିଗରେ କଣ କରିଛି ବୋଲି ପ୍ରଶ୍ନ ପଚାରିଛନ୍ତି ସାଂସଦ। ଗାଁ ଗାଁ ରେ ଚଢା ଦରରେ ସୁଧ କାରବାର ଚାଲିଛି। ଯାହା ରିଜର୍ଭ ବ୍ୟାଙ୍କର ଗାଇଡ ଲାଇନକୁ ଉଲଘଂନ କରିଛି ।

ଏହା ମଧ୍ୟ ପଢନ୍ତୁ... ‘ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ପଦ୍ମକେଶରପୁରରେ ଚାଲିଛି ମହାଜନୀ କାରବାର’

ସେହିପରି କେନ୍ଦ୍ର ସରକାରଙ୍କ ମହିଳାମାନଙ୍କ ପାଇଁ କାର୍ଯ୍ୟକାରୀ କରିଥିବା ବିଭିନ୍ନ ଯୋଜନାକୁ ପ୍ରଶଂସା କରି କହିଛନ୍ତି କେନ୍ଦ୍ର ସରକାର ମହିଳାଙ୍କୁ ସମ୍ମାନ ଦେବାରେ ଆଗରେ ଅଛନ୍ତି । ମହିଳାଙ୍କ ସାମଗ୍ରିକ ବିକାଶ ନହେଲେ ଦେଶ ଆଗକୁ ବଢିପାରିବ ନାହିଁ । କେନ୍ଦ୍ର ସରକାର ସାରା ଦେଶରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨କୋଟି ୬୦ ଲକ୍ଷ ହିତାଧିକାରୀଙ୍କୁ ଗୃହ ଯୋଗାଇ ଥିବା ବେଳେ ସେଥିରେ ୭୦ପ୍ରତିଶତ ମହିଳାଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ।

ସେହିପରି ୫୦କୋଟି ଲିକଙ୍କୁ ଧନଜନ ଆକାଉଣ୍ଟ ଖୋଲା ଯାଇଥିବା ବେଳେ ୫୬ପ୍ରତିଶତ ମହିଳାଙ୍କ ନାମରେ ଆକାଉଣ୍ଟ ରହିଛି। ଦୀର୍ଘ ୨୩ବର୍ଷରେ ମହିଳାଙ୍କୁ କାମ ଦେବାରେ ବିଫଳ ହୋଇଛି ସରକାର । ଆମର କାମ ଦରକାର, ରୋଜଗାର ଦରକାର, କାମ ପାଇବା ଆମର ଅଧିକାର ରାଜ୍ୟ ସରକାର କାହିଁକି କାମ ଦେଉ ନାଁହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ । ଲକ୍ଷ ଲକ୍ଷ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଅଛନ୍ତି ମାତ୍ର ଶହେରୁ ଦୁଇ ଶହ ଗ୍ରୁପକୁ କାମ ମିଳିଛି । ଯାହାକି ମହିଳାଙ୍କୁ ଉପହାସ ସଦୃଶ ହୋଇଛି ବୋଲି ରାଜ୍ୟ ସରକାରଙ୍କୁ ତାଛଲ୍ୟ କରିଥିଲେ ସାଂସଦ । ଆଜିର ଏହି ସମାବେଶରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମି ରଞ୍ଜନ ମହାପାତ୍ର, ଉପସଭାପତି ରୋଜିନା ରାଣୀ ଦାସ,ଜିଲ୍ଲା ସାଧାରଣ ସଂପାଦକ ପ୍ରକାଶ ବିଜୁଳି ଆଦି ବରିଷ୍ଠ ବିଜେପି ନେତା ମାନେ ସାମିଲ ହୋଇଥିଲେ ।



ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.