ETV Bharat / state

ପ୍ରଶ୍ନ ଏଡାଇବାକୁ ଭୋଟରଙ୍କୁ ଗୁଣ୍ଡା କହୁଛନ୍ତି ବିଜେପି ସାଂସଦ: ଶ୍ରୀମୟୀ

author img

By ETV Bharat Odisha Team

Published : Aug 28, 2023, 9:00 PM IST

ଅପରାଜିତାଙ୍କୁ ଜବାବ ଦେଇ ଶ୍ରୀମୟୀ କହିଛନ୍ତି ଯେ, ଭୁବନେଶ୍ବର ଭୋଟର ଭୁବନେଶ୍ବର ସାଂସଦ ଅପରାଜିତାଙ୍କୁ ପ୍ରାସଙ୍ଗିକ ପ୍ରଶ୍ନ ପଚାରୁଛନ୍ତି । କିନ୍ତୁ ଭୁବନେଶ୍ବର ସାଂସଦ ତାହାକୁ ଏଡ଼ାଉଛନ୍ତି । ପ୍ରଶ୍ନକୁ ଏଡ଼ାଇବା ଲାଗି ଭୁବନେଶ୍ବରର ଲୋକଙ୍କୁ ଗୁଣ୍ଡା ବୋଲି କହୁଛନ୍ତି । ଓଡିଆ ଲୋକଙ୍କୁ ଏବଂ ବିଶେଷକରି ଓଡିଶାର ମହିଳାଙ୍କୁ ଗୁଣ୍ଡା ବୋଲି କହି ଅପମାନିତ କରନ୍ତୁ ନାହିଁ । ଅଧିକ ପଢନ୍ତୁ

ପ୍ରଶ୍ନ ଏଡାଇବାକୁ ଭୋଟରଙ୍କୁ ଗୁଣ୍ଡା ବୋଲି କହୁଛନ୍ତି ବିଜେପି ସାଂସଦ: ଶ୍ରୀମୟୀ ମିଶ୍ର
ପ୍ରଶ୍ନ ଏଡାଇବାକୁ ଭୋଟରଙ୍କୁ ଗୁଣ୍ଡା ବୋଲି କହୁଛନ୍ତି ବିଜେପି ସାଂସଦ: ଶ୍ରୀମୟୀ ମିଶ୍ର

ପ୍ରଶ୍ନ ଏଡାଇବାକୁ ଭୋଟରଙ୍କୁ ଗୁଣ୍ଡା ବୋଲି କହୁଛନ୍ତି ବିଜେପି ସାଂସଦ: ଶ୍ରୀମୟୀ ମିଶ୍ର

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଅହଙ୍କାରୀ ହୋଇଯାଇଛନ୍ତି । ଅପରାଜିତାଙ୍କର ଏତେ ଅହଙ୍କାର ବଢିଯାଇଛି ଯେ ସେ ଭୁବନେଶ୍ବରର ସାଧାରଣ ଲୋକଙ୍କୁ ଗୁଣ୍ଡା ବୋଲି କହିଛନ୍ତି । ପ୍ରଶ୍ନ ଏଡାଇବାକୁ ଭୋଟରଙ୍କୁ ଗୁଣ୍ଡା ବୋଲି କହୁଛନ୍ତି ସାଂସଦ । ଭୁବନେଶ୍ବରର ମହିଳାମାନେ ଆକ୍ରମଣ କରିବାକୁ ଆସିଥିବା କହି ସେମାନଙ୍କୁ ଅପମାନିତ କରିଛନ୍ତି । ଜାଲ ଫଟୋ ପୋଷ୍ଟ କରି ମହିଳାଙ୍କୁ ଅପମାନିତ କରିଛନ୍ତି ସେ । ତେଣୁ ଭୁବନେଶ୍ବର ମହିଳାଙ୍କୁ ଅପରାଜିତା କ୍ଷମା ମାଗନ୍ତୁ । ଓଡିଆଙ୍କୁ ଗୁଣ୍ଡା ବୋଲି ନକହିବାକୁ ବିଜେଡିର ପରାମର୍ଶ । ଏହା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।

ଏହାବି ପଢନ୍ତୁ- ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ହୁଅନ୍ତୁ ନାହିଁ, ରାଜଧର୍ମ ପାଳନ କରନ୍ତୁ: ଅପରାଜିତା ଷଡଙ୍ଗୀ

ଅପରାଜିତାଙ୍କୁ ଜବାବ ଦେଇ ଶ୍ରୀମୟୀ କହିଛନ୍ତି ଯେ, ଭୁବନେଶ୍ବର ଭୋଟର ଭୁବନେଶ୍ବର ସାଂସଦ ଅପରାଜିତାଙ୍କୁ ପ୍ରାସଙ୍ଗିକ ପ୍ରଶ୍ନ ପଚାରୁଛନ୍ତି । କିନ୍ତୁ ଭୁବନେଶ୍ବର ସାଂସଦ ତାହାକୁ ଏଡ଼ାଉଛନ୍ତି । ପ୍ରଶ୍ନକୁ ଏଡ଼ାଇବା ଲାଗି ଭୁବନେଶ୍ବରର ଲୋକଙ୍କୁ ଗୁଣ୍ଡା ବୋଲି କହୁଛନ୍ତି । ଓଡିଆ ଲୋକଙ୍କୁ ଏବଂ ବିଶେଷକରି ଓଡିଶାର ମହିଳାଙ୍କୁ ଗୁଣ୍ଡା ବୋଲି କହି ଅପମାନିତ କରନ୍ତୁ ନାହିଁ । ପଥର ଧରିଥିବା କିଛି ଜାଲ ଫଟୋ ପୋଷ୍ଟ କରି ଅପରାଜିତା ମହିଳାମାନଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିଛନ୍ତି । ଅପରାଜିତା ଜଣେ ଜନପ୍ରତିନିଧୀ । ସେମାନଙ୍କ ସେବା କରିବା ପାଇଁ ଅପରାଜିତାଙ୍କୁ ନିର୍ବାଚିତ କରିଛନ୍ତି । ସେମାନଙ୍କୁ ଏକଛତ୍ରବାଦୀ ଶାସନ କରିବା ପାଇଁ ନୁହେଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାର ଲୋକମାନେ ଅପରାଜିତାଙ୍କର ଅହଙ୍କାର ଏବଂ ରାଜ୍ୟର ସାଧାରଣ ପୁରୁଷ ଓ ମହିଳାଙ୍କ ପ୍ରତି ଆଚରଣ ଦେଖୁଛନ୍ତି । ନିଜ ସୋସିଆଲ ମିଡ଼ିଆରେ ମହିଳାଙ୍କୁ ଗୁଣ୍ଡାର ଅଖ୍ୟା ଦେଇଛନ୍ତି । ନିଜର ଅପାରଗତା ଲୁଚାଇବା ଯାଇ ଲୋକଙ୍କୁ ଗୁଣ୍ଡାର ପରିଚୟ ଦେଇଛନ୍ତି । ସୋସିଆଲ ମିଡିଆରେ ନିଜ ଅଞ୍ଚଳର ଲୋକଙ୍କୁ ଗୁଣ୍ଡାର ସଜାଇଛନ୍ତି ସାଂସଦ । ସେ ସବୁବେଳେ କହୁଛନ୍ତି ମୁଁ ମହିଳା ସାଂସଦ । ସାଂସଦ ଅଞ୍ଚଳକୁ ଗଲେ ସମସ୍ତେ ମତ ରଖିପାରିବେ । କିନ୍ତୁ ଆଜି ମା ମାନଙ୍କୁ ଗୁଣ୍ଡାର ଆଖ୍ୟା ସେ ଦେଇଛନ୍ତି । ତାଙ୍କ ପୋଷ୍ଟରୁ ଦୁଇଟି କଥା ଜଣାପଡୁଛି । ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ ତାକୁ ସେ ମଳିନ କରିଛନ୍ତି । ମା ମାନଙ୍କୁ ଆମେ ସମ୍ମାନ ଦେଉଛୁ । କିନ୍ତୁ ଏଡିଟ ଫୋଟକୁ ନେଇ ମିଛର ଆଖ୍ୟା ଦେଇଛନ୍ତି । ନିଜେ ଯାହା ଚାହିଁବେ କରିବେ । ତାଙ୍କୁ ପ୍ରଶ୍ନ କରିବାର ଅଧିକାର ସେହି ଅଞ୍ଚଳର ମାଙ୍କର ଅଛି । ସେ ଭାବୁଛନ୍ତି ମତେ କେହି ପ୍ରଶ୍ନ କରିବେ ନାହିଁ । ନିଜ ସୋସିଆଲ ମିଡ଼ିଆରେ କିମ୍ବା ନିଜେ ସେହି ଅଞ୍ଚଳକୁ ଯାଇ ମାଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ । ନହେଲେ ସେମାନେ ଏହାର ଉପଯୁକ୍ତ ଉତ୍ତର ଦେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.