ETV Bharat / state

ରାଜ୍ୟରେ ପ୍ରବଳ ବର୍ଷିବ, ଅକସ୍ମାତ୍ ବନ୍ୟା ପରିସ୍ଥିତି ନେଇ ଚେତାବନୀ

author img

By

Published : Jul 18, 2023, 9:56 PM IST

ପ୍ରବଳ ବର୍ଷା ଯୋଗୁ ଅକସ୍ମାତ୍ ବନ୍ୟା ପରିସ୍ଥିତି ସମ୍ଭାବନା ।
ପ୍ରବଳ ବର୍ଷା ଯୋଗୁ ଅକସ୍ମାତ୍ ବନ୍ୟା ପରିସ୍ଥିତି ସମ୍ଭାବନା ।

ପ୍ରବଳ ବର୍ଷା ଯୋଗୁ ଅକସ୍ମାତ୍ ବନ୍ୟା ପରିସ୍ଥିତି ସମ୍ଭାବନା । ୪୮ ଘଣ୍ଟାରେ ଘୁର୍ଣ୍ଣିବଳୟ ନେବ ଲଘୁଚାପର ରୂପ। ଅଧିକ ପଢନ୍ତୁ

ପ୍ରବଳ ବର୍ଷା ଯୋଗୁ ଅକସ୍ମାତ୍ ବନ୍ୟା ପରିସ୍ଥିତି ସମ୍ଭାବନା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନାରେ ପ୍ରବଳ ବର୍ଷା । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ଫଳରେ ୪୮ ଘଣ୍ଟାରେ ଘୁର୍ଣ୍ଣିବଳୟ ନେବ ଲଘୁଚାପର ରୂପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପୂର୍ବ ଉପକୂଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଯାହା ବାୟୁମଣ୍ଡଳରେ 7.6 କିଲୋମିଟର ଉଚ୍ଚତା ଯାଏଁ ବ୍ୟାପିଛି । ଯାହାର ପ୍ରଭାବରେ ରାଜ୍ୟରେ ୧୯ ରୁ ୨୨ ଯାଏଁ ବିସ୍ତୃତି ବର୍ଷାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ବୈଜ୍ଞାନିକ ଉମା ଶଙ୍କର ଦାସ ସୂଚନା ଦେଇଛନ୍ତି । ତେବେ ପ୍ରଚୁର ବର୍ଷା କରାଣରୁ ଚଳିତ ବର୍ଷର ନିଅଣ୍ଟିଆ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଦୂର ହେବ ।

ଏହାସହ କେତକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି । ଆଜି ବିଶେଷକରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ୍ ୭ ରୁ ୨୦ ସେମି ବର୍ଷା ହୋଇଛି । ରାତିରେ ମଧ୍ୟ ବର୍ଷାର ପରିମାଣ ବୃଦ୍ଧି ଘଟିପାରେ । ପ୍ରବଳ ବର୍ଷା ନେଇ ଏହି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବର୍ଷା ପ୍ରଭାବରେ ତଳିଆ ଅଞ୍ଚଳରେ ପାଣି ପଶିବା ସହ ସହରରେ ଟ୍ରାଫିକ୍ ଜନିତ ସମସ୍ୟା ଦେଖାଯିବ । ପ୍ରବଳ ବର୍ଷା କରଣରୁ ସହରୀ ବନ୍ଯାରେ ଲୋକେ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ଏଥିସହ ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ , ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ । ଯେହେତୁ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ତେଣୁ ସେଠାରେ ଅକସ୍ମାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବା ବିଭାଗ କହିଛି ।

ଅଧିକ ପଢ଼ନ୍ତୁ: ଲଗାଣ ବର୍ଷା ଯୋଗୁ ରାଜଧାନୀରେ କୃତ୍ରିମ ବନ୍ୟା, 20 ଯାଏଁ ପ୍ରବଳ ଛେଚିବ

ସେହିପରି ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ଗୋଟିଏ ସ୍ଥାନରେ ଅତ୍ୟନ୍ତ ପ୍ରବଳ, ୩ ସ୍ଥାନରେ ଅତି ପ୍ରବଳ ଏବଂ ୧୨ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ବଲାଙ୍ଗୀର ଜିଲ୍ଲାର ଗୁଡଭେଲାରେ ସର୍ବାଧିକ ୨୯୬.୪ ମିମି ବର୍ଷା ରେକର୍ଡ ହୋଇଛି । କଳାହାଣ୍ଡିର ଥିରାମପୁରରେ ୧୮୯ ମିମି, କରଲାମୁଣ୍ଡାରେ ୧୮୪ମିମି , ବଲାଙ୍ଗୀର ସହରରେ ୧୬୩ ମିମି ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.