ETV Bharat / state

ପରକୀୟା ପ୍ରୀତି ସନ୍ଦେହରେ ପତ୍ନୀକୁ ଛୁରାମାଡ଼, ଅଭିଯୁକ୍ତକୁ ୧୦ ବର୍ଷ ସଜ୍ଜା

author img

By ETV Bharat Odisha Team

Published : Jan 10, 2024, 9:52 PM IST

Updated : Jan 11, 2024, 9:57 AM IST

attempt to murder
ପତ୍ନୀକୁ ଛୁରାମାଡ଼ ଘଟଣାରେ ସଜ୍ଜା

Attempt to Murder Case: ପତ୍ନୀଙ୍କୁ ଛୁରାମାଡ଼ ଘଟଣାରେ ସଜ୍ଜା ଶୁଣାଇଲେ କୋର୍ଟ । ପରକୀୟା ପ୍ରୀତି ସନ୍ଦେହରେ ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା ଅଭିଯୁକ୍ତ । ଅଧିକ ପଢନ୍ତୁ

ଭୁବନେଶ୍ବର: ପରକୀୟା ପ୍ରୀତି ସନ୍ଦେହରେ ପତ୍ନୀଙ୍କୁ ଛୁରାମାଡ଼ । ଭିଏସଏସ ନଗର ପାଣି ଟାଙ୍କି ନିକଟରେ ଘଟିଥିଲା ଏହି ଛୁରାମାଡ଼ ଘଟଣା । ଅଭିଯୁକ୍ତ ସ୍ବାମୀକୁ ୧୦ ବର୍ଷ ସଜ୍ଜା ଶୁଣାଇଲେ କୋର୍ଟ । ଅତିରିକ୍ତ ଦୋରାଜଜ୍ ଭୁବନେଶ୍ୱର ଏନେଇ ଶୁଣାଣି କରିଛନ୍ତି ସଜ୍ଜା । ମରଣାନ୍ତକ ଆକ୍ରମଣ ଘଟଣାରେ ସ୍ତ୍ରୀକୁ ଆକ୍ରମଣ କରିଥିବା ସ୍ବାମୀ ଗୁଡୁ ଦାସ ଓରଫ ବୁଲୁକୁ ୧୦ ବର୍ଷ ଜେଲଦଣ୍ଡ ସହ ୨୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସରକାରୀ ଓକିଲ ରତ୍ନାକର ନାୟକ ସୂଚନା ଦେଇଛନ୍ତି । ୨୦୨୦ ଅଗଷ୍ଟ ୧୮ତାରିଖରେ ଶହୀଦନଗର ଥାନା ଭିଏସଏସ ନଗରରେ ଘଟିଥିଲା ଏହି ଘଟଣା ।

ସୂଚନା ଅନୁସାରେ, ଗୁଡୁଙ୍କ ସ୍ତ୍ରୀ ଚମ୍ପା ହାସଁଦା ଓରଫ ମମତା ସବୁ ଦିନ ଭଳି କୋଇଲା ଡିପୋକୁ କାମ କରିବାକୁ ଯାଉଥିଲେ । ଗୁଡୁ ପତ୍ନୀଙ୍କର ଅନ୍ୟତଃ ସମ୍ପର୍କ ଥିବା ନେଇ ସନ୍ଦେହ କରିଆସୁଥିବାରୁ ତାଙ୍କୁ କାମକୁ ଯିବାକୁ ବାରଣ କରୁଥିଲେ । ତେବେ ସେହିବର୍ଷ ଅଗଷ୍ଟ ୧୮ ତାରିଖରେ ସେ ନିଜ ଦୁଇ ସହଯୋଗୀଙ୍କ ସହ କୋଇଲା ଡିପୋ ଯିବାବେଳେ ସ୍ପଷ୍ଟ ଦିବାଲୋକରେ ମମତାଙ୍କୁ ଛୁରାମାଡ଼ କରିଥିଲା ଗୁଡୁ ଦାସ । ସେଠାରେ ଉପସ୍ଥିତ ଥିବା ଲୋକଙ୍କ ସମ୍ମୁଖରେ ପତ୍ନୀଙ୍କୁ ଅତି ନୃଶଂସ ଭାବେ ଛୁରାମାଡ଼ କରିଥିଲା ଗୁଡୁ । ଘଟଣାସ୍ଥଳରେ ମମତା ଗୁରୁତର ହୋଇପଡିବାରୁ ସ୍ଥାନୀୟ‌ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଓ‌ ପୋଲିସ ସହାୟତାରେ କଟକ ସ୍ଥାନାନ୍ତର କରିଥିଲେ । ସେଠାରେ ଡାକ୍ତରଙ୍କ ଚିକିତ୍ସା ପରେ ମରଣ ମୁହଁରୁ ବଞ୍ଚିଯାଇଥିଲେ ମମତା ।

ଏହା ମଧ୍ୟ ପଢନ୍ତୁ...ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣା, ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ଏହା ମଧ୍ୟ ପଢନ୍ତୁ...ସରକାରୀ କ୍ବାଟରରେ ପତ୍ନୀ ହତ୍ୟା ମାମଲା; ପୂର୍ବତନ ବିଧାୟକ ରାମମୂର୍ତ୍ତିଙ୍କୁ ଆଜୀବନ ସଜ୍ଜା

ଏହି ଘଟଣାରେ ୨୦୨୦ ମସିହା ଅଗଷ୍ଟ ୨୦ତାରିଖରେ ଗୁଡୁ ଦାସକୁ ଗିରଫ କରିଥିଲେ ଶହୀଦନଗର ଥାନାର ତତ୍କାଳୀନ ସବ ଇନସ୍ପେକ୍ଟର ଚିତ୍ତରଞ୍ଜନ ରାଉତ । ଗୁଡୁ ବିରୋଧରେ ୧୫ଜଣ ସାକ୍ଷ୍ୟ ପ୍ରମାଣ ସହ ଡାକ୍ତରୀ ରିପୋର୍ଟ ଓ ମାରଣାସ୍ତ୍ର ଦାଖଲ ହୋଇଥିଲା। ସାକ୍ଷୀଙ୍କ ବୟାନ ସହ ମମତାଙ୍କ ବୟାନକୁ ଆଧାର କରି କୋର୍ଟ ଗୁଡୁକୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏନେଇ ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ଗୁଡୁକୁ ୧୦ବର୍ଷ ଜେଲ ସହ ୨୦ ହଜାର‌ ଟଙ୍କା ଜରମାନା ଦଣ୍ଡାଦେଶ ଶୁଣାଇଛନ୍ତି CJM ଜଜ୍ ଶରତ କୁମାର‌ ଜେନା । ତେବେ ଅଭିଯୁକ୍ତ ଗୁଡୁ ଦାସର ଘର ଗଞ୍ଜାମ ଜିଲ୍ଲାର ଚିକିଟି ଭୋଇସାହିରେ ହୋଇଥିବାବେଳେ ସେ ଭୁବନେଶ୍ବରରେ ପତ୍ନୀ ଓ ଝିଅ ସହ ପଥରବନ୍ଧ ବସ୍ତିରେ ରହିଆସୁଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 11, 2024, 9:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.