ETV Bharat / state

ଅନିର୍ଦ୍ଦିଷ୍ଟ କାଳ ପାଇଁ ବେଗୁନିଆ ବନ୍ଦ ଡାକରା ଦେଲା ସ୍ବାସ୍ଥ୍ୟ ସେବା କ୍ରିୟାନୁଷ୍ଠାନ କମିଟି

author img

By

Published : Jul 1, 2023, 2:00 PM IST

kriyanustan committee
kriyanustan committee

ବେଗୁନିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ଆସନ୍ତା 10 ତାରିଖରୁ ବେଗୁନିଆ ବନ୍ଦ ଡାକରା ଦେଲା ଆଞ୍ଚଳିକ ସ୍ବାସ୍ଥ୍ୟ ସେବା କ୍ରିୟାନୁଷ୍ଠାନ କମିଟି ବେଗୁନିଆ । ଅଧିକ ପଢନ୍ତୁ

kriyanustan committee

ଖୋର୍ଦ୍ଧା: ଆସନ୍ତା 10 ତାରିଖରୁ ବେଗୁନିଆ ବନ୍ଦ ଡାକରା ଦେଲା ଆଞ୍ଚଳିକ ସ୍ବାସ୍ଥ୍ୟ ସେବା କ୍ରିୟାନୁଷ୍ଠାନ କମିଟି ବେଗୁନିଆ । ବେଗୁନିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ପାଇଁ ଦୀର୍ଘ 40 ଦିନ ଧରି ଗଣ ସତ୍ୟାଗ୍ରହରେ ବସିଥିଲେ କ୍ରିୟାନୁଷ୍ଠାନ କମିଟି ସହ ବେଗୁନିଆ ଜନସାଧାରଣ । ଦୀର୍ଘଦିନ ଧରି ଗଣ ସତ୍ୟାଗ୍ରହରେ ବସିଥିଲେ ସୁଦ୍ଧା ପ୍ରଶାସନ କିମ୍ବା ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଏହାକୁ ପ୍ରତିବାଦ କରି ଆସନ୍ତା 10 ତାରିଖରୁ ବେଗୁନିଆ ବନ୍ଦ ଡାକରା ଦେଇଛି କମିଟି । ତେବେ ଏହି ବନ୍ଦ ଡ଼ାକରାରେ ସ୍କୁଲ,କଲେଜ,ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ସହ 57 ନଂ ଜାତୀୟ ରାଜପଥକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅବରୋଧ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କମିଟି ପକ୍ଷରୁ ସୂଚନା ମିଳିଛି ।

ତେବେ ଏହି ବନ୍ଦରେ ଜରୁରୀ କାଳୀନ ସେବାକୁ ବାଦ ଦିଆଯିବ । ଏଥିସହ ଏହି ବନ୍ଦ ଡ଼ାକରାରେ କୃଷକ ସଂଗଠନ, ଶ୍ରମିକ ସଂଗଠନ ସହ ମହିଳା ମାନେ ସାମିଲ ହେବେ । ସେହିଭଳି କମିଟି ପକ୍ଷରୁ ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ଗାଁ ଗାଁ ବୁଲି ଲୋକଙ୍କୁ ସହଯୋଗ ପାଇଁ ନିବେଦନ କରିଥିବା କହିଛନ୍ତି । ତେବେ ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ପାଇଁ ପୂର୍ବରୁ ବିଧାନସଭା ଗୃହ କମିଟି, ସ୍ୱାସ୍ଥ୍ୟ ମନ୍ତ୍ରୀ, ବିରୋଧୀ ଦଳ ନେତା ଆସି ପ୍ରତିଶୃତି ଦେଇଥିଲେ । କିନ୍ତୁ ତାହା ପ୍ରତାରଣା ପଲଟିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ- ବେଗୁନିଆରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାରୁ ଦହଗଞ୍ଜ ସାଧାରଣ ଲୋକ, ନୀରବଦ୍ରଷ୍ଟା ପ୍ରଶାସନ

ଏଠାରେ ସୂଚନାଯୋଗ୍ୟ ଯେ, ଗତ ମାସ 22 ତାରିଖରୁ ବେଗୁନିଆର ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ପାଇଁ ଆନ୍ଦୋଳନ ଜାରି ରହିଛି । 2015 ମେ ମାସ 10ରେ ବିଧାନସଭା ଗୃହ କମିଟି ବେଗୁନିଆ ଡାକ୍ତରଖାନାକୁ ଆସି ସ୍ବାସ୍ଥ୍ୟସେବା ସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଏହାପରେ ବେଗୁନିଆ ସ୍ବାସ୍ଥ୍ୟକେନ୍ଦ୍ରକୁ ସିଏଚସି ଅର୍ଥାତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିପରି 2016 ମସିହାରେ ତତ୍କାଳୀନ ବିରୋଧୀ ଦଳ ନେତା, ସ୍ଵାସ୍ଥ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସୁପାରିସରେ ପିଏଚସିରୁ ସିଏଚସି କରିବା ପାଇଁ ଲିଖିତ ପ୍ରତିଶୃତି ଦେଇଥିଲେ । କିନ୍ତୁ ସେଇ ପ୍ରତିଶ୍ରୁତି ପ୍ରତାରଣା ପାଲଟିଥିବା କହିଛନ୍ତି ଆନ୍ଦୋଳନକାରୀ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.