ETV Bharat / state

ବେଗୁନିଆରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାରୁ ଦହଗଞ୍ଜ ସାଧାରଣ ଲୋକ, ନୀରବଦ୍ରଷ୍ଟା ପ୍ରଶାସନ

author img

By

Published : May 30, 2023, 12:25 PM IST

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସ୍ୱାସ୍ଥ୍ୟସେବା କ୍ରିୟାନୁଷ୍ଠାନ କମିଟିର ଅଭିଯୋଗ । ଉନ୍ନତ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ଅଞ୍ଚଳବାସୀ । ଅଧିକ ପଢନ୍ତୁ

healthcare in disarray
healthcare in disarray

ବେଗୁନିଆରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା

ଖୋର୍ଦ୍ଧା: ବେଗୁନିଆରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା । 1917 ମସିହାରେ ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବେଗୁନିଆରେ ନିର୍ମାଣ ହୋଇଥିଲା ସ୍ୱାସ୍ଥ୍ୟକେନ୍ଦ୍ର । ସେହିପରି ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି 1981 ମସିହାରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ 10ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଥିଲ । ଯାହାକୁ 1988 ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଉଦଘାଟନ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏହି ହସ୍ପିଟାଲର ଅବନ୍ନତି ଘଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ ହୋଇଥିଲା । ଯାହାଫଳରେ ଅଞ୍ଚଳବାସୀ ଉନ୍ନତ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା କରିଛନ୍ତି ଅଭିଯୋଗ ।

ଏହା ବି ପଢ଼ନ୍ତୁ ରାଜ୍ୟରେ ଆଉ ୧୧୮୧ ଡାକ୍ତରଙ୍କୁ ନିଯୁକ୍ତି, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ସାମାନ୍ୟତମ ଚିକିତ୍ସା ପାଇଁ ଆସିଲେ ମଧ୍ୟ ଏଠାରେ କୌଣସି ସୁବିଧା ମିଳୁନଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିବା ରୋଗୀ । 57ନଂ ଜାତୀୟ ରାଜପଥ କଡରେ ଅବସ୍ଥିତ ବେଗୁନିଆ ଡାକ୍ତରଖାନା । ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣାର ଶିକାର ହୋଇ ଏଠାକୁ ଆସିଥାନ୍ତି ଅନେକ ରୋଗୀ । କିନ୍ତୁ ନିର୍ଦ୍ଧାରିତ ସମୟ ପରେ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ପଡିଥିବା ଦେଖିବାକୁ ମିଳେ ।

ଏନେଇ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କ କହିବା ଅନୁସାରେ, ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ବାର୍ଷିକ ପ୍ରାୟ 25 ହଜାରରୁ ଅଧିକ ରୋଗୀ ଆସିଥାନ୍ତି । କିନ୍ତୁ ସେମାନେ ଆବଶ୍ୟକ କରୁଥିବା ସେବା ଆମ ଦ୍ୱାରା ହୋଇପାରୁନି । ତେଣୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମି ବଢାଇବାର ଆବଶ୍ୟକତା ରହିଛି । ସେହିପରି ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ କେବଳ ବେଗୁନିଆ ନୁହଁ ବରଂ ଆଖପାଖ 15ରୁ ଊର୍ଦ୍ଧ୍ବ ପଞ୍ଚାୟତର ଲକ୍ଷାଧିକ ଲୋକ ନିର୍ଭର କରିଥାନ୍ତି । ତେଣୁ ଏହାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମାନ୍ୟତା ପାଇଁ ଦୀର୍ଘଦିନରୁ ଦାବି କରି ଆସୁଛନ୍ତି ଅଞ୍ଚଳବାସୀ ।

ଏହି ସମସ୍ୟାକୁ ନେଇ ଗତ ମାସ 22 ତାରିଖରୁ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗଣ ସତ୍ୟାଗ୍ରହ ଜାରି ରଖିଛି । ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଏରିଆ ହସ୍ପିଟାଲ ନିର୍ମାଣ ପାଇଁ ବିଧାନସଭାରେ ତତ୍କାଳୀନ ବିଧାୟକ ପ୍ରଶ୍ନ କରିଥିବା ବେଳେ ବିଧାନସଭାର ଷ୍ଟାଣ୍ଡିଂ କମିଟି ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଏହାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ନେଇ ସ୍ୱାସ୍ଥ୍ୟସେବା କ୍ରିୟାନୁଷ୍ଠାନ କମିଟି କୋଷାଧ୍ୟକ୍ଷ କହିଛନ୍ତି । ସେହିଭଳି ଆବଶ୍ୟକ ପଡ଼ିଲେ ସରକାର ପ୍ରତିଶ୍ରୁତି ଦେଇ କରିଥିବା ପ୍ରତାରଣା ସମ୍ପର୍କରେ ନ୍ୟାୟାଳୟର ଦ୍ୱାରସ୍ତ ହେବାକୁ ଚେତାବନୀ ଦେଇଛି କ୍ରିୟାନୁଷ୍ଠାନ କମିଟି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.