ETV Bharat / state

ଖୋର୍ଦ୍ଧାରୁ ଗୋମାଂସ ଭର୍ତ୍ତି ୩ କଣ୍ଟେନର ଜବତ, 6 ଅଟକ

author img

By

Published : Dec 5, 2022, 1:34 PM IST

Updated : Dec 5, 2022, 2:39 PM IST

ଖୋର୍ଦ୍ଧାରୁ ଗୋମାଂସ ଭର୍ତ୍ତି ୩ କଣ୍ଟେନର ଜବତ
ଖୋର୍ଦ୍ଧାରୁ ଗୋମାଂସ ଭର୍ତ୍ତି ୩ କଣ୍ଟେନର ଜବତ

ଖୋର୍ଦ୍ଧାରୁ ଗୋମାଂସ ଭର୍ତ୍ତି ୩ କଣ୍ଟେନର ଜବତ । ଖୋର୍ଦ୍ଧା 16 ନମ୍ବର ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକ ନିକଟରେ 3ଟି ଗୋମାଂସ ଭର୍ତ୍ତି କଣ୍ଟେନର ଟ୍ରକକୁ ଜବତ କରି ପୋଲିସର ଜିମା ଦେଲେ ଗୋ ସୁରକ୍ଷା ମଞ୍ଚର ସଦସ୍ୟ । ଅଧିକ ପଢନ୍ତୁ

ଖୋର୍ଦ୍ଧା: ଜିଲ୍ଲାରେ ବେଧଡକ ଚାଲିଛି ଗୋମାଂସ ଚାଲାଣ । ପୋଲିସ ଆଖିରେ ଧୂଳିଦେଇ ଚାଲାଣ କରି ମାଲେମାଲ ହେଉଛନ୍ତି ବ୍ୟବସାୟୀ । ଏହାରି ଭିତରେ ଆଜି ପୁଣି ଖୋର୍ଦ୍ଧା 16 ନମ୍ବର ଜାତୀୟରାଜପଥର ଗଡ଼ଖୋର୍ଦ୍ଧା ଛକ ନିକଟରେ 3ଟି ଗୋମାଂସ ଭର୍ତ୍ତି କଣ୍ଟେନର ଟ୍ରକକୁ ଜବତ କରି ପୋଲିସର ଜିମା ଦେଲେ ଗୋ ସୁରକ୍ଷା ମଞ୍ଚର ସଦସ୍ୟ ।

ଖୋର୍ଦ୍ଧାରୁ ଗୋମାଂସ ଭର୍ତ୍ତି ୩ କଣ୍ଟେନର ଜବତ

ଏହା ମଧ୍ୟ ପଢନ୍ତୁ: Gujarat Poll Phase 2: ଭୋଟ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସୂଚନା ଅନୁଯାୟୀ କୋଲକାତାରୁ ତିନୋଟି କଣ୍ଟେନରରେ ଚେନ୍ନାଇକୁ ଗୋମାଂସ ଚାଲାଣ ହେଉଥିବା ସୂଚନା ପାଇ ଖୋର୍ଦ୍ଧା ଗୋ ସୁରକ୍ଷା ମଞ୍ଚର ସଦସ୍ୟମାନେ ଭୁବନେଶ୍ୱର ଖଣ୍ଡଗିରି ଛକରୁ ଏହି ଗାଡି ଗୁଡିକୁ ପିଛା କରିଥିଲେ । ତେବେ ଦ୍ରୁତଗତିରେ ଆସୁଥିବା ଏହି ଗାଡିକୁ ଗଡ଼ଖୋର୍ଦ୍ଧା ଛକ ନିକଟରେ ଅଟକାଇ ଏଥିରେ ଗୋ ମାଂସ ଚେନ୍ନାଇକୁ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ । ତିନି ଗାଡ଼ିରେ ଥିବା 6 ଜଣଙ୍କୁ ଅଟକ ରଖି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡିର ଜିମା ଦେଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି କଣ୍ଟେନର ଗୁଡିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated :Dec 5, 2022, 2:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.