Gujarat Poll Phase 2: ଭୋଟ ଦେଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

author img

By

Published : Dec 5, 2022, 10:45 AM IST

Updated : Dec 5, 2022, 11:31 AM IST

ଭୋଟ ଦେଲେ ପ୍ରଧାନମନ୍ତ୍ରୀ, 9ଟା ସୁଦ୍ଧା 4.75 ପ୍ରତିଶତ ମତଦାନ

ଆଜି ଗୁଜୁରାଟ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେଉଛି । ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଗାନ୍ଧୀନଗର: ଆଜି ଗୁଜୁରାଟ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେଉଛି । ସକାଳ 8ଟାରୁ ମତଦାନ ଆରମ୍ଭ ହୋଇଛି । ଅହମ୍ମଦାବାଦ ରନିପରେ ନିଶାନ ପବ୍ଲିକ ସ୍କୁଲରେ ମତଦାନ ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଧାଡିରେ ରହି ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସକାଳ 9ଟା ସୁଦ୍ଧା 4. 75 ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି ।

ଭୋଟ ଦେଲେ ପ୍ରଧାନମନ୍ତ୍ରୀ

ସକାଳ ସମୟ ପାଖାପାଖି 8ଟା 30ରେ ଭୋଟ କେନ୍ଦ୍ରକୁ ବାହାରିଥିଲେ ପ୍ରଧାନମନ୍ତ୍ରୀ । ଭୋଟ କେନ୍ଦ୍ରରେ ପରିଣତ ହୋଇଥିବା ନିଶାନ ପବ୍ଲିକ ସ୍କୁଲରେ ପହଞ୍ଚି ଧାଡିରେ ରହି ଏହି ଗଣତାନ୍ତ୍ରିକ ପର୍ବରେ ସାମିଲ ହୋଇ ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ ପ୍ରଧାନମନ୍ତ୍ରୀ । ଏହାସହ ଟ୍ବିଟ କରି, ଗଣତାନ୍ତ୍ରିକ ପର୍ବରେ ଯୁବ ଭୋଟର ଓ ମହିଳା ଭୋଟରଙ୍କୁ ବହୁ ସଂଖ୍ୟକ ସାମିଲ ହେବାକୁ ଆହ୍ବାନ କରିଥିଲେ । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ତାଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି । ବୁଥ ନମ୍ବର 95 ସିଲାଜ ଅନୁପମ ସ୍କୁଲରେ ଭୋଟ ଦେଇଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଭୋଟ ଦେଇଛନ୍ତି । ଅମିତ ଶାହ ସହପରିବାର ସହ ମତଦାନ ସାବ୍ୟସ୍ତ କରିଛନ୍ତି । ଅମିତ ଶାହଙ୍କ ପୁଅ ତଥା ବିସିସିଆଇ ସମ୍ପାଦକ ଜୟ ଶାହ ମଧ୍ୟ ଭୋଟ ଦେଇଛନ୍ତି । ଗୁଜୁରାଟ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣରେ ଅହମ୍ମଦାବାଦ ନରନପୁରା ସବ ଜୋନାଲ କାର୍ଯ୍ୟାଳୟରେ ଭୋଟ ଦେଇଛନ୍ତି ଅମିତ ଶାହ ।

ଏହା ବି ପଢନ୍ତୁ...Gujarat Poll phase 2: ୯୩ ବିଧାନସଭା ଆସନରେ ଚାଲିଛି ଭୋଟିଂ

ସୂଚନା ଥାଉକି, ଭାଜପା ଓ କଂଗ୍ରେସ ସମସ୍ତ 93 ଆସନରେ ନିର୍ବାଚନ ଲଢୁଛନ୍ତି । କଂଗ୍ରେସ 90 ଆସନରେ ନିର୍ବାଚନ ଲଢୁଛି । ସେହିପରି ଏସପିରୁ 44, ସିପିଆଇ 4, BTP ରୁ 12, ସ୍ୱାଧୀନ ଭାବେ ମୋଟ 285 ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସେହିପରି AIMIMରୁ 7 ଜଣ ଏବଂ 204 ଜଣ ଅନ୍ୟାନ୍ୟ ପାର୍ଟିରୁ ପ୍ରାର୍ଥୀ ରହିଛନ୍ତି । ସେହିପରି ପ୍ରମୁଖ ରାଜନୈତିକ ଦଳ ବ୍ୟତୀତ ଛୋଟ ତଥା ଆଞ୍ଚଳିକ ଦଳକୁ ମିଶାଇ ପ୍ରାୟ 60ଟି ରାଜନୈତିକ ଦଳ ପ୍ରତିଦ୍ବନ୍ଦ୍ବିତାରେ ଅଂଶଗ୍ରହଣ କରିଛନ୍ତି । ପ୍ରକାଶ ଥାଉକି, ଡିସେମ୍ବର 1 ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା । ଏଥିରେ 89 ଆସନରେ 788 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥିଲେ ଜନତା । ୬୩.୩୧ ପ୍ରତିଶତ ମତଦାନ ହୋଇଥିଲା । ଡିସେମ୍ବର 8 ତାରିଖରେ ଫଳାଫଳ ପ୍ରକାଶ ପାଇବ ।

Last Updated :Dec 5, 2022, 11:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.