ETV Bharat / state

Ganesh Puja 2023: ବାହାରିନରେ ଗଜାନନଙ୍କ ପୂଜା ଧୁମଧାମରେ ପାଳିତ

author img

By ETV Bharat Odisha Team

Published : Sep 21, 2023, 7:51 PM IST

Updated : Sep 21, 2023, 7:59 PM IST

Etv Bharat
Etv Bharat

ବିଦେଶରେ ବିରାଜିଲେ ବିଘ୍ନରାଜ । ବାହାରିନରେ ଓଡ଼ିଆ ସମାଜ ପକ୍ଷରୁ ଧୁମଧାମରେ ପାଳିତ ହେଲା ଗଣେଶ ପୂଜା । ଅଧିକ ପଢନ୍ତୁ

Ganesh Puja 2023: ବାହାରିନରେ ଗଜାନନଙ୍କ ପୂଜା ଧୁମଧାମରେ ପାଳିତ

ଭୁବନେଶ୍ବର: ବିଦେଶରେ ଗଜାନନଙ୍କ ପୂଜା ବେଶ ଧୁମଧାମରେ ପାଳନ ହୋଇଛି । ବାହାରିନରେ ବସବାସ କରୁଥିବା ଓଡ଼ିଆ ସମାଜ ପକ୍ଷରୁ ଅଗ୍ରପୂଜ୍ୟଙ୍କ ପୂଜା ପାଳନ ହେଉଛି । ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ବାସଭବନରେ ଗଣେଶ ପୂଜା ପାଳନ କରାଯାଇଛି । ପ୍ରବାସୀ ଓଡ଼ିଆ ମାନେ ଏକଜୁଟ ହୋଇ ଏହାକୁ ବେଶ ହସଖୁସିରେ ପାଳନ କରିଛନ୍ତି ।

କାର୍ଯ୍ୟକ୍ରମରେ ଭାରତୀୟ ଶ୍ରଦ୍ଧାଳୁଙ୍କ ସମେତ ଭାରତୀୟ ଦୂତାବାସର ମୁଖ୍ୟ ରବି ଜୈନ, ଦ୍ୱିତୀୟ ସଚିବ ଗିରିଶ ଚନ୍ଦ୍ର ପୂଜାରୀ ଏବଂ ପାସପୋର୍ଟ ଅଧିକାରୀ ଚିତ୍ରାଞ୍ଜନ ନାୟକ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ଭାରତୀୟ ସାଂସ୍କୃତିକ ମୂଲ୍ୟବୋଧକୁ ବଞ୍ଚାଇ ରଖିବା ପାଇଁ ବହାରିନ ଓଡିଆ ସମାଜର ଉଦ୍ୟମକୁ ସେମାନେ ସମସ୍ତେ ପ୍ରଶଂସା କରିଛନ୍ତି । ଏହା ସହ ବିଭିନ୍ନ ସମ୍ପ୍ରଦାୟର ବହୁ ବିଶିଷ୍ଟ ଭାରତୀୟଙ୍କୁ ମଧ୍ୟ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଛି । ଏହି ଉତ୍ସବରେ ୧୦୦ରୁ ଅଧିକ ଓଡିଆ ଅଂଶଗ୍ରହଣ କରିଛନ୍ତି । ଗଣେଶ ପୂଜା ପାଳନ କରି ସେମାନଙ୍କର ଅପାର ଖୁସି ବ୍ୟକ୍ତ କରିଛନ୍ତି ।

ଏହା ବି ପଢନ୍ତୁ- ବିଦେଶରେ ପାଳିତ ଉତ୍କଳ ଦିବସ ଓ ମଧୁବାବୁଙ୍କ ଜୟନ୍ତୀ, ସାମିଲ ହେଲେ 8ଦେଶର ରାଷ୍ଟ୍ରଦୂତ

ଉତ୍ସବରେ ଗଣେଶ ବନ୍ଦନା ଓ ଭଜନରେ ଆକର୍ଷଣୀୟ ନୃତ୍ୟ ସଂଗୀତ ପରିବେଷିତ ହୋଇଛି । ସକାଳେ ଗଣେଶ ପୂଜା ଏବଂ ଯଜ୍ଞରୁ ଆରମ୍ଭ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସୁସ୍ବାଦୁ ଓଡିଆ ପ୍ରସାଦ ବଣ୍ଟନ ସହିତ ସମାପ୍ତ ହୋଇଛି । ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜ କହିଛନ୍ତି, "ଗତ ୨୬ ବର୍ଷରୁ ଆମେ ବିଦେଶୀ ମାଟିରେ ଆମର ସାଂସ୍କୃତିକ ମୂଲ୍ୟବୋଧକୁ ବଞ୍ଚାଇବାକୁ ଚେଷ୍ଟା କରିଛୁ । ଯେତେବେଳେ ସମଗ୍ର ବିଶ୍ୱ ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି ଆମେ ବାହାରିନରେ ଗଣେଶ ପୂଜା ପାଳନ କରି ଆନନ୍ଦିତ ହେଉଛି । ବିଶ୍ବ ଶାନ୍ତି ଏବଂ ସୁଖ ପାଇଁ ପ୍ରଭୁ ଗଣେଶଙ୍କୁ ପ୍ରାର୍ଥନା କରୁଛୁ ।"

ଏହା ବି ପଢନ୍ତୁ- Ratha Yatra in Abroad: ବାହାରିନ ଓଡ଼ିଆ ସମାଜ ପାଳିଲା ଶ୍ରୀଗୁଣ୍ଡିଚା ଯାତ୍ରା

ସେ ଆହୁରି ମଧ୍ୟ କହିଛନ୍ତି, " ବାହାରିନ ହେଉଛି ପ୍ରେମ, ଶାନ୍ତି ଓ ସମନ୍ଵୟର ଦେଶ । ବାହାରିନ ପରି ଏକ ଆଧୁନିକ, ଅଭିନବ ତଥା ପ୍ରଗତିଶୀଳ ରାଷ୍ଟ୍ରରେ ସମସ୍ତ ଧର୍ମର ଲୋକେ ଧାର୍ମିକ ସ୍ଵାଧୀନତା ଉପଭୋଗ କରନ୍ତି । ଏହି ସ୍ଵାଧୀନତା ବାହାରିନ ପାଇଁ ବେଶ ସ୍ଵତନ୍ତ୍ର । ଏହି ସ୍ଵାଧୀନତା ଉପରେ ବାହାରିନ ରାଜାଙ୍କ ଆନ୍ତରିକ ବିଶ୍ଵାସ ଓ ପ୍ରତିବଦ୍ଧତା ପାଇଁ ଆମେ କୃତଜ୍ଞ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 21, 2023, 7:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.