ETV Bharat / state

Ayurvedic Student Protest: ଛାତ୍ରଛାତ୍ରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି, ଧାରଣାରୁ ଘୋଷାଡ଼ି ନେଲା ପୋଲିସ

author img

By ETV Bharat Odisha Team

Published : Sep 27, 2023, 5:51 PM IST

Updated : Sep 27, 2023, 8:21 PM IST

ଛାତ୍ରଛାତ୍ରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି
ଛାତ୍ରଛାତ୍ରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି

ରାଜରାସ୍ତାରେ ନିଖିଳ ଓଡିଶା ଆୟୁଷ ଡାକ୍ତର ଛାତ୍ର ସଂଘ । ଡାକ୍ତର ପଦବୀ ସୃଷ୍ଟି ଓ ନିଯୁକ୍ତିକୁ ଆନ୍ଦୋଳନ ଚାଲିଥିବା ବେଳେ ପୋଲିସ ଓ ଆୟୁଷ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଅଧିକ ପଢ଼ନ୍ତୁ

ଛାତ୍ରଛାତ୍ରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ବର: ରାଜରାସ୍ତାରେ ନିଖିଳ ଓଡିଶା ଆୟୁଷ ଡାକ୍ତର ଛାତ୍ର ସଂଘ । ଡାକ୍ତର ପଦବୀ ସୃଷ୍ଟି ଓ ନିଯୁକ୍ତିକୁ ନେଇ ଲୋୟର ପିଏଜିରେ ଆନ୍ଦୋଳନ ଚାଲିଥିବା ବେଳେ ପୋଲିସ ଓ ଆୟୁଷ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଧାରଣାରେ ବସିଥିବା ଛାତ୍ରଛାତ୍ରୀଙ୍କୁ ମାଡ଼ମାରିବା ସହ ସେମାନଙ୍କୁ ଉଠାଇ ନେଇଛି ପୋଲିସ । ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ଯେତେ ଥର ଉଠାଇ ନେବେ ପୁଣି ଆସି ଆନ୍ଦୋଳନ କରିବୁ ବୋଲି କହିଛନ୍ତି ଆନ୍ଦୋଳନରତ ଛାତ୍ରଛାତ୍ରୀ ।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ‘‘ଗତ 21 ବର୍ଷ ଧରି ରାଜ୍ୟରେ ନୂଆ ପଦବୀ ସୃଷ୍ଟି ହେଉନଥିବା ବେଳେ ହୋମିଓପାଥିକ ପାଠ ପଢ଼ି ଛାତ୍ରଛାତ୍ରୀମାନେ ବେକାର ହୋଇ ଘରେ ବସିଛନ୍ତି । ପ୍ରତିବର୍ଷ ରାଜ୍ୟରେ ହଜାରରୁ ଊର୍ଦ୍ଧ୍ବ ପିଲା ଏହି ବିଭାଗରେ ପାଠପଢୁଥିଲେ ସୁଦ୍ଧା ସେମାନଙ୍କ ନିଯୁକ୍ତି ପାଇଁ ହସ୍ପିଟାଲ ନାହିଁ । ୨୩ ବର୍ଷର ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ ବର୍ଷ ହେଲା ନିଯୁକ୍ତି ବାହାର କରିନାହାନ୍ତି ଯେଉଁଠିକି କେନ୍ଦ୍ର ସରକାର ଏଥିପାଇଁ ଏକ ସ୍ୱତନ୍ତ୍ର ବିଭାଗ କରିଛନ୍ତି । ସବୁ ଥାଇକି ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରେ ପଦବୀ ସୃଷ୍ଟିର ଆନ୍ତରିକତା ନାହିଁ । ତେଣୁ ସରକାର ନୂଆ ନିଯୁକ୍ତି ସୃଷ୍ଟି କରନ୍ତୁ ଓ ଆମ ପାଇଁ ହସ୍ପିଟାଲ କରି ଲୋକଙ୍କୁ ସେବା ଯୋଗାଇବାର ସୁଯୋଗ ଦିଅନ୍ତୁ । ନହେଲେ ଆମେ ସବୁଦିନ ପାଇଁ ଏଭଳି ପାଠ ପଢା ବେକାର ଡାକ୍ତର ହୋଇ ରହିଯିବୁ । ଏହାକୁ ନେଇ ଆମ ଭବିଷ୍ୟତ ଆଜି ଅନ୍ଧାରରେ । ତେଣୁ ପାଠପଢି ଆମେ ମାନେ କରିବୁ କଣ ବୋଲି ପ୍ରଶ୍ନ କରିଛନ୍ତି ।’’

ଏହା ମଧ୍ୟ ପଢ଼ନ୍ତୁ...Ayurvedic student protest: ପୂରଣ ହେଉନି ଦାବି, ରାଜଧାନୀରେ ଗର୍ଜିଲେ ଆୟୁଷ ଡାକ୍ତର ଛାତ୍ରଛାତ୍ରୀ

ସେପଟେ ଆଜି ଅଭିନବ ଉପାୟରେ ହାତ ଯୋଡି ନିଜର ଅଧିକାର ପାଇଁ ଧାରଣା ଦେଇଥିବା ବେଳେ ପୋଲିସ ସେମାନଙ୍କୁ ଉଠାଇ ନେଇଛି । ଖାଲି ଉଠାଇ ନେଇଛି ନୁହେଁ ବରଂ ବ୍ୟାରିକେଡ଼ ଆଡ଼କୁ ଛାତ୍ରଛାତ୍ରୀମାନେ ଯାଉଥିବା ସମୟରେ ପୋଲିସ ସେମାନଙ୍କୁ ବାଡେଇବା ସହ ଟଣା ଓଟରା କରିଛି । ତେବେ ଏହାକୁ ନେଇ କିଛି ସମୟ ପାଇଁ ପୋଲିସ ଓ ଆୟୁଷ ଛାତ୍ରଛାତ୍ରୀଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା ।

ଏନେଇ ଜଣେ ଆନ୍ଦୋଳନକାରୀ ଛାତ୍ରୀ କହିଛନ୍ତି,"ଆମେ ସମାଜର ସେବାରେ ନିୟୋଜିତ କିନ୍ତୁ ଆମ ସମ୍ମାନକୁ ନଦେଖି ପୋଲିସ କିଛି ନବୁଝି ଜୋରଜବରଦସ୍ତ ଉଠାଇ ନେଉଛି । ପୁରୁଷ ପୋଲିସ ବି ଛାତ୍ରୀମାନଙ୍କୁ ଟାଣି ନେଉଛନ୍ତି । ଯାହା ଏହି ସରକାରଙ୍କ ବର୍ବରତା ଓ କଳା ଚିଠାକୁ ପଦାରେ ପକାଉଛି ବୋଲି କହିଛନ୍ତି । ତେଣୁ ଯେ ପର୍ଯ୍ୟନ୍ତ ସରକାର ଆମ କଥା ନଶୁଣିଛନ୍ତି ସେପର୍ଯ୍ୟନ୍ତ ଧାରଣାରୁ ଉଠିବୁ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 27, 2023, 8:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.