ETV Bharat / state

22 ମସିହା ରାଗ 23ରେ ସୁଝେଇଲା, ମାଛ ବ୍ୟବସାୟୀକୁ ହାଣିଲା ଅଟୋ ଡ୍ରାଇଭର

author img

By

Published : Jan 19, 2023, 10:04 AM IST

Auto driver attack
ହାଣିଲା ଅଟୋ ଡ୍ରାଇଭର

ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ ଭୁବନେଶ୍ବର । ସାମାନ୍ୟ କଥାକୁ ନେଇ ହାଣି ଦେଲା ଅଟୋ ଡ୍ରାଇଭର । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ପୁରୁଣା ରାଗ ସୁଝାଇଲା ଅଟୋ ଡ୍ରାଇଭର । ବଡ଼ଗଡ଼ ହାଇସ୍କୁଲ ପାଖରେ ମାଛ ବ୍ୟବସାୟୀଙ୍କୁ ହାଣିଲା ଅଟୋ ଡ୍ରାଇଭର । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଅଜୟ କୁମାର‌ ରାଉତ । ମୁଣ୍ଡରେ ଓ ହାତରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ତେବେ ପୂର୍ବ ଶତୃତାରୁ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ଏନେଇ ଅଭିଯୁକ୍ତ ଅଟୋ ଡ୍ରାଇଭରକୁ ଖୋଜୁଛି ପୋଲିସ । ପୁରୀରେ ଲୁଚିଥିବା ବେଳେ ପୋଲିସ ଧରିବା ପାଇଁ ଡେରା ପକାଇଛି ।

ସୂଚନା ମୁତାବକ ଗତ ବର୍ଷ ଡିସେମ୍ବର ୩୧ ତାରିଖରେ ବଡଗଡ ଥାନା ନେତାଜି କ୍ଲବ୍ ପାଖ ଏକ ଚକଲେଟ ଦୋକାନରେ ଚକୋଲେଟ କିଣୁଥିଲେ ମାଛ ବ୍ୟବସାୟୀ ଅଜୟ ରାଉତ । ଏନେଇ ହଠାତ୍ ସେହି ଦୋକାନ ସାମ୍ନାରେ ଅଟୋ ଲଗାଇଥିଲେ ଜଗନ୍ନାଥ ବେଉରା । ବାଟରେ ଗାଡ଼ି ଲଗାଇଲେ କୁଆଡେ ଯିବି ବୋଲି ପ୍ରଶ୍ନ କରିଥିଲେ ଅଜୟ । ଏନେଇ ଅଟୋ ଡ୍ରାଇଭର ଜଗନ୍ନାଥ ବେଉରା କାହିଁକି ଗହଳି କରୁଛି ଯାଉନ ବାଟରେ ବୋଲି କହିଥିଲେ ।

ବାସ ଏଇ କଥାକୁ ନେଇ କଥା କଟାକଟି ପରେ ଶେଷରେ ଦୁହେଁ ହାତାହାତି ହୋଇଥିଲେ । ଏହାଦେଖି ସ୍ଥାନୀୟ ଲୋକେ ତାଙ୍କୁ ଅଟକାଇଥିଲେ । ସେବେ ଠୁ ଜଗନ୍ନାଥ ରାଗ ରଖିଥିଲା ଅଜୟ ଉପରେ । ଆଜି ଦୁହେଁ ଭେଟାଭେଟି ହୋଇଥିଲେ ବଡଗଡ ଥାନା ପାଖରେ ।

ପୁଣି ଥରେ ଗଣ୍ଡଗୋଳ କରିଥିଲେ ୨ଜଣ । ପରେ ଜଗନ୍ନାଥ ଏକ ଧାରୁଆ ମାରଣାସ୍ତ୍ରରେ ଅଜୟ ମୁଣ୍ଡକୁ ଓ ହାତକୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ପରେ ହାଣିବା ପରେ ତାକୁ କିଛି ସମୟ ଧରି କଣ କରିବୁ କର ଦେଖିବା କହି ସେଠାରେ ଅପେକ୍ଷା କରିଥିଲା । ରାସ୍ତାରେ ଅଜୟ ଗୁରୁତର ହୋଇ ପଡ଼ିଯାଇଥିଲେ । ଏହାପରେ ଜଗନ୍ନାଥ ସେଠାରୁ ଖସି ପଳାଇଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ହସ୍ପିଟାଲକୁ ପଠାଇବା ସହ ଜଗନ୍ନାଥକୁ ଟ୍ରାକ କରିଥିଲା । ପରେ ସେ ପୁରୀ ରହିଥିବା ଲୋକେସନରେ ଥିବା ଜଣାପଡିଛି । ତେବେ ପୋଲିସ ଜଗନ୍ନାଥକୁ ଧରିବା ପାଇଁ ଆରମ୍ଭ କରିଛି ପ୍ରୟାସ ।

ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛି ରାଜଧାନୀ । ପ୍ରତ୍ୟେକ ଦିନ ଏଠାରେ ଦୁର୍ବୃତ୍ତଙ୍କ ଆତଙ୍କ ବଢ଼ିଚାଲିଛି । କେବେ ମୁଣ୍ଡ ଗଡ଼ିଲାଣି ତ ପୁଣି କେବେ କେହି ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇ ହସ୍ପିଟାଲ ଗଲେଣି । ନିକଟରେ ମୈତ୍ରିବିହାର ସାଲିଆସାହି ଇଡକୋ ବସ୍ତିରେ ମଧ୍ୟ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା ।

ମାଂସ ଖାଇବାକୁ ନେଇ ହୋଇଥିଲା ଝଗଡ଼ା । ଏହାପରେ ସାଙ୍ଗକୁ ଏକ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ ଅନ୍ୟ ସାଙ୍ଗ । ତେବେ ନିଇତି ଏଭଳି ଅଘଟଣା ଘଟୁଥିବାରୁ ପୋଲିସ ଏଥିପ୍ରତି କଡ଼ା ଦୃଷ୍ଟି ଦେବାକୁ ଦାବି ହେଉଛି । ନଚେତ ଆଗାମୀ ଦିନରେ ଦୁର୍ବୃତ୍ତଙ୍କ ରାଜୁତି ଆହୁରି ବଢ଼ି ଚାଲିବ ଏଥିରେ ସନ୍ଦେହ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.