Budget Session: CMO ରିଟାୟାର୍ଡ ଅଫିସରଙ୍କ କ୍ଲବ ଜୟନାରାୟଣ: ବିରୋଧୀ ଦଳନେତା

author img

By

Published : Mar 17, 2023, 1:51 PM IST

Updated : Mar 18, 2023, 6:55 AM IST

ଅବସରପ୍ରାପ୍ତ ଅଧିକାରୀ ନିଯୁକ୍ତି ପ୍ରସଙ୍ଗ

ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବିଜେଟ ଅଧିବେଶନରେ ଆଜି ଅବସରପ୍ରାପ୍ତ ଅଧିକାରୀ ନିଯୁକ୍ତି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଅଧିକ ପଢନ୍ତୁ

CMO ରିଟାୟାର୍ଡ ଅଫିସରଙ୍କ କ୍ଲବ ଜୟନାରାୟଣ: ବିରୋଧୀ ଦଳନେତା

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନର ଆଜି ହେଉଛି ଷଷ୍ଠ ଦିନ । ପ୍ରଶ୍ନକାଳ ସ୍ବାଭାବିକ ରହିଥିବାବେଳେ ଶୂନ୍ୟକାଳରେ ଅବସରପ୍ରାପ୍ତ ଅଧିକାରୀ ନିଯୁକ୍ତି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ ଜୟ ନାରାୟଣ ମିଶ୍ର । ଏହି ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହୋଲିଥିବେ ବିଜେପି-ବିଜେଡି । ଏହାସହ ହଟ୍ଟଗୋଳ ଓ ହୋହଲ୍ଲା ମଧ୍ୟ କରିଥିଲେ ବିରୋଧୀ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରିଟାୟାର୍ଡ ଅଫିସରଙ୍କ କ୍ଲବ ପାଲଟିଛି ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର ।

ଅସିତ ତ୍ରିପାଠୀ, ବାଲ କ୍ରିଷ୍ଣନ, ଉପେନ୍ଦ୍ର ତ୍ରିପାଠୀ, ପି କେ ମହାପାତ୍ର ଓ ଗୋପବନ୍ଧୁ ଦାସଙ୍କ ଅବସର ପରେ ଏମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ତାଙ୍କୁ ପୁନଃ ନିଯୁକ୍ତି କରାଯାଇଛି । ଏପରିକି ମନୋଜ ମିଶ୍ର ଇସ୍ତଫା ଦେଲା ପରେ ମଧ୍ୟ ତାଙ୍କୁ ବି ସରକାରରେ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରିଟାୟାର୍ଡ ଅଫିସରଙ୍କ କ୍ଳବ ପାଲଟିଛି । ଏଇଟା କଣ ମୋ ସରକାର, ଏଇଟା କଣ 5-T, ଏଇଟା କଣ ଏକ ବିଚାରଧାରା । ରାଜ୍ୟରେ ନିଯୁକ୍ତି ମିଳୁ ନଥିବା ବେଳେ ଅବସରର ଅଫିସରମାନଙ୍କୁ ଥଇଥାନ କରାଯାଉଛି । ଗୃହରେ ଏନେଇ ସରକାରଙ୍କ ପକ୍ଷରୁ ବିବୃତ୍ତି ରଖାଯାଉ ବୋଲି କହି ବର୍ଷିଥିଲେ ଜୟନାରାୟଣ ।

ଶୂନ୍ୟକାଳରେ ବିରୋଧୀ ଦଳ ନେତା ରାଜ୍ୟ ସରକାରଙ୍କୁ ଟାର୍ଗେଟ ପରେ ଉତ୍ତର ରଖି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି,''ଗୋଟେ ଆଙ୍ଗୁଳି ଅନ୍ୟକୁ ଦେଖେଇଲେ ଚାରୋଟି ଆଙ୍ଗୁଳି ନିଜ ଆଡକୁ ଆସିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବୋଧ ହୁଏ, ବିରୋଧୀ ଦଳ ନେତାଙ୍କ କଳି ରହିଛି ସେଥିପାଇଁ ତାଙ୍କୁ ଅକଳରେ ପକାଇବାକୁ ଚେଷ୍ଟା କରାଯାଉଛି । ତାଙ୍କ ଅଫିସରେ କେତେ ଜଣ ଅବସରପ୍ରାପ୍ତ ଅଧିକାରୀ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଫିସ ତଥା ସାଉଥ ବ୍ଲକରେ ଅବସରପ୍ରାପ୍ତ ଅଧିକାରୀ ନିଯୁକ୍ତି ପାଇଛନ୍ତି । ଖୋଲା ମାର୍କେଟରୁ ଆରଏସଏସ କ୍ୟାର୍ଡରକୁ ଉଠାଯାଇ ଜଏଣ୍ଟ ସେକ୍ରେଟେରୀ ରଖାଯାଉଛି । ସମ୍ବିଧାନର କେଉଁଠି ଲେଖା ଯାଇଛି ଅବସରପ୍ରାପ୍ତ ଅଧିକାରୀଙ୍କୁ ରଖାଯାଇ ପାରିବ ନାହିଁ ବୋଲି କହିଛନ୍ତି ।''

ଅରୁଣ ସାହୁ ଆହୁରି କହିଛନ୍ତି, '' ବିଜେପି ଶାସିତ ରାଜ୍ୟରେ କେତେ କେତେ ଜଣ ଅଛନ୍ତି ହିସାବ କର ? ବିଧାନସଭାରେ ଯେଉଁ ଯେଉଁ ମାନେ ନାହାନ୍ତି, ସେମାନଙ୍କ ନାଁ ନେବା କଥା ନୁହେଁ । ଏହି ମାନସିକତା ପରିହାର କରନ୍ତୁ ବିରୋଧୀ । ଗୋଟେ ମାନସିକତା ନେଇ ବିଧାନସଭାକୁ ଆସୁଛନ୍ତି । ଏହି ବାଚାଳାମି କେତେ ଦିନ ଚାଲିବ ? ଜଣେ ମାନସିକ ରୋଗ ବିଶେଷଜ୍ଞ ରୋଗର ନିରାକରଣ କରିପାରିବେ ।''

ଏହା ବି ପଢନ୍ତୁ...ଜଙ୍ଗଲ ନିଆଁ ମନୁଷ୍ୟକୃତ, ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି: ଜଙ୍ଗଲ ପରିବେଶ ମନ୍ତ୍ରୀ

ଏହା ବି ପଢନ୍ତୁ...Budget Session: ଭଦ୍ରକରେ କେତେ ହିତାଧିକାରୀଙ୍କୁ ମିଳୁଛି ଭତ୍ତା, ଉତ୍ତର ରଖିଲେ ମନ୍ତ୍ରୀ

ବିଜେଡି ବିଧାୟକ ଅରୁଣ ସାହୁଙ୍କ ମନ୍ତବ୍ୟ ପରେ ତାତିଲେ ବିଜେପି ସଦସ୍ୟ । ଗୃହ ମଧ୍ୟରେ ପ୍ରବଳ ହୋ ହଲ୍ଲା କରିଥିଲେ ବିରୋଧୀ । ଏହାପରେ ଗୃହକୁ 10 ମିନିଟ ପର୍ଯ୍ୟନ୍ତ ମୁଲତବୀ କରିଥିଲେ ବାଚସ୍ପତି । ପରେ ଆଉ 5 ମିନିଟ ପର୍ଯ୍ୟନ୍ତ ମୁଲତବି କରାଯାଇଛି ।

ଇଟିଭି ଭାରତ, ଭୁବେନଶ୍ବର

Last Updated :Mar 18, 2023, 6:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.