ଜଙ୍ଗଲ ନିଆଁ ମନୁଷ୍ୟକୃତ, ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି: ଜଙ୍ଗଲ ପରିବେଶ ମନ୍ତ୍ରୀ

author img

By

Published : Mar 16, 2023, 10:13 PM IST

Etv Bharat

ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ବିରୋଧୀଙ୍କୁ ଜବାବ ଦେଇ କହିଛନ୍ତି, ରାଜ୍ୟରେ ସର୍ବମୋଟ 61.204.17 ବର୍ଗ କିମି ସରକାରୀ ନଥିଭୁକ୍ତ ଜଙ୍ଗଲ ଜମି ରହିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଜି (ଶୁକ୍ରବାର) ବିଧାନସଭାରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଖର୍ଚ୍ଚ ଦାବି ଉପସ୍ଥାପନ କରିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ଚଳିତ ଆର୍ଥିକ ବର୍ଷ ପାଇଁ ବିଭାଗର ୨ ହଜାର ୧୮୩ କୋଟି୫୧ ଲକ୍ଷ୍ୟ ୩୯ ହଜାର ଟଙ୍କା ଖର୍ଚ୍ଚ ଦାବି ଉପସ୍ଥାପନ କରିଛନ୍ତି । ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ବିରୋଧ କରିଛନ୍ତି । ମୋହନ ମାଝୀ ଯେ କହିଛନ୍ତି ଜଳବାୟୁ ପରିବର୍ତ୍ତନ ଏକ ବିରାଟ ବିଷୟବସ୍ତୁ। ସାରା ବିଶ୍ବକୁ ପରିବ୍ୟାପ୍ତ। ପୁଣି ରହିଛି ଗ୍ଲୋବାଲ ୱାର୍ମିଙ୍ଗ। ସାମୁଦ୍ରିକ ଜଳପତ୍ତନ ବୃଦ୍ଧି। ବହୁତ ଅଧିକ ବର୍ଷା ଓ ବହୁତ କମ ବର୍ଷା। ପରିବେଶ ଅସନ୍ତୁଳିତ ହେଉଛି। ସମସ୍ତେ ପ୍ରଭାବିତ ହୋଇସାରିଲାଣି। ଏହା ମନୁଷ୍ୟକୃତ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ପ୍ରତି ୧୦ ଜଣରେ ଜଣେ ପ୍ରଦୂଷିତ ବାୟୁ ଗ୍ରହଣ କରୁଛି। ଭାରତରେ ୪୦ରୁ ୭୦ଲକ୍ଷ ଲୋକ ପ୍ରଦୂଷିତ ବାୟୁ ଗ୍ରହଣ କରି ମୃତ୍ୟୁ ମୁଖରେ ପଡିଛନ୍ତି ।

ଗ୍ଲୋବାଲ ୱାର୍ମିଙ୍ଗକୁ ପ୍ରତିହତ କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଧିରେ ଧିରେ ଜଳବାୟୁ ପ୍ରଦୂଷିତ ହେଉଛି। କଳକାରଖାନାରୁ ବାହାରୁଥିବା ଅଙ୍ଗାରକାମ୍ଳ ମିଥେନ ଗ୍ୟାସ ଜଳବାୟୁକୁ ପ୍ରଭାବିତ କରୁଛି । ଏବେ ସମୟ ଆସିଛି, ତାପଜ ବିଦ୍ୟୁତ କାରଖାନାକୁ କମେଇବା ଜଳ ବିଦ୍ୟୁତ କାରଖାନାକୁ ବଢେଇବା । ୨୦୦୮ ମସିହାରୁ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା ହେବା ଦ୍ବାରା ଏବେ ବାର୍ଷିକ ୫କୋଟି ୪୯ ଲକ୍ଷ ଟନ ଅଙ୍ଗାରକାମ୍ଲ ଗଛିତ ହୋଇ ରହିଛି। ଯାହା ପରିବେଶକୁ ପ୍ରଦୂଷିତ କରୁଛି। ଫ୍ଲାଏ ଆସ ପଣ୍ଡକୁ ପ୍ରତିହତ କରାଯାଇପାରିବ ନାହିଁ। ୧୧ ପ୍ରତିଶତ ଜଳ ସମ୍ପଦ ଆମର। ଜଳ ବିଦ୍ୟୁତ୍ ଉତ୍ପାଦନ ପାଇଁ ପ୍ରୟାସ ହେଉନାହିଁ। ଉର୍ଜା ଶକ୍ତି ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କଲେ। ସୌର ଶକ୍ତି ବହୁଳ ବ୍ୟବହାର ଉପରେ ଗୁରୁତ୍ଵ ଦିଆଗଲା। କିନ୍ତୁ ଏହାକୁ କେତେଦୂର କାର୍ଯ୍ୟକାରୀ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ମୋହନ । ଆଲୋଚନାରେ ଭାଗ ନେଇ ବିରୋଧୀ ସଦସ୍ୟ ସନାତନ ବିଜୁଳି, ମୁକେଶ ପାଲ ପ୍ରକାଶ ସୋରେନ, ରାଜେନ ଏକ୍କା, ଅଧିରାଜ ମୋହନ ପାଣିଗ୍ରାହୀ, ଦାଶରଥୀ ଗମାଙ୍ଗ ଓ କୁସୁମ ଟେଟେ ବିରୋଧ କରିଥିଲେ ।

ସେପଟେ ସରକାରୀ ଦଳ ପକ୍ଷରୁ ବିଧାୟକ ଅମର ଶତପଥୀ, ଧ୍ରୁବ ଚରଣ ସାହୁ, ରାଜ କିଶୋର ଦାସ , ଶରତ ଚନ୍ଦ୍ର ବେହେରା ଓ ପ୍ରଦୀପ କୁମାର ଦିଶାରୀ ଖର୍ଚ୍ଚ ଦାବିକୁ ସମର୍ଥନ କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ପ୍ରଂଶସା କରିଥିଲେ ।

ଅନ୍ୟପଟେ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ବିରୋଧୀଙ୍କୁ ଜବାବ ଦେଇ କହିଛନ୍ତି , ରାଜ୍ୟରେ ସର୍ବମୋଟ 61.204.17 ବର୍ଗ କିମି ସରକାରୀ ନଥିଭୁକ୍ତ ଜଙ୍ଗଲ ଜମି ରହିଛି । ଯାହା ରାଜ୍ୟର ଭୌଗୋଳିକ କ୍ଷେତ୍ରଫଳର ମୋଟ 39.31 ପ୍ରତିଶତ । ଏଥିରେ ସଂରକ୍ଷିତ ଜଙ୍ଗଲ, ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ, ସୁରକ୍ଷିତ ଜଙ୍ଗଲ, ଅଣ ସୁରକ୍ଷିତ ଜଙ୍ଗଲ, ରାଜସ୍ବ ଜଙ୍ଗଲ, ଅଣ ଶ୍ରେଣୀଭୁକ୍ତ ଜଙ୍ଗଲ ଓ ବ୍ୟକ୍ତିଗତ ମାଲିକାନା ଅନ୍ତର୍ଗତ ଜଙ୍ଗଲ ରହିଛି । ଭାରତୀୟ ବନ ସଂରକ୍ଷଣ ସଂସ୍ଥାର 2021 ସର୍ବେକ୍ଷଣ ତଥ୍ୟ ଅନୁସାରେ ରାଜ୍ୟରେ ମୋଟ 52155.95 ବର୍ଗ କିମି ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ରହିଛି । ଯାହା ରାଜ୍ୟର ଭୌଗୋଳିକ କ୍ଷେତ୍ରଫଳର 33.50 ପ୍ରତିଶତ । ଏଥିରେ ଅତି ଘଞ୍ଚ ଜଙ୍ଗଲ, ମଧ୍ୟମ ଜଙ୍ଗଲ, ଓ ଖୋଲା ଜଙ୍ଗଲ ରହିଛି । ମନ୍ତ୍ରୀ କହିଛନ୍ତି ବିଗତ ଦିନ ଗୁଡିକରେ ରାଜ୍ୟରେ ପର୍ଯ୍ୟାପ୍ତ ବନୀକରଣ କାର୍ଯ୍ୟକ୍ରମ ଓ ନିରନ୍ତର ସଂରକ୍ଷଣ ପ୍ରକ୍ରିୟା ସହିତ ଜଙ୍ଗଲ ମାନଙ୍କର ସୁରକ୍ଷାରେ ଜନତାଙ୍କ ସଂପୃକ୍ତି ରାଜ୍ୟର ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧିରେ ସହାୟକ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.