Budget Session: ଭଦ୍ରକରେ କେତେ ହିତାଧିକାରୀଙ୍କୁ ମିଳୁଛି ଭତ୍ତା, ଉତ୍ତର ରଖିଲେ ମନ୍ତ୍ରୀ

By

Published : Mar 17, 2023, 12:45 PM IST

thumbnail

ଭୁବନେଶ୍ବର: ଆଜି ବିଧାନସଭାର ପ୍ରଶ୍ନକାଳରେ ବିଧାୟକ ପ୍ରଫୁଲ୍ଲ ସାମଲ ଭଦ୍ରକ ଜିଲ୍ଲାରେ ବାର୍ଦ୍ଧକ୍ୟ, ବିଧବା ଓ ଅନ୍ୟାନ୍ୟ ଭତ୍ତା ପାଉଥିବା ହିତାଧିକାରୀଙ୍କ ସମ୍ପର୍କରେ ପ୍ରଶ୍ନ କରିଥିଲେ । ଜିଲ୍ଲାରେ କେତେ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବା ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି ? ସେମାନଙ୍କ ଭତ୍ତା ବୃଦ୍ଧି କରିବାକୁ ସରକାର ବିଚାର କରିବେ କି ? ଏ ପର୍ଯ୍ୟନ୍ତ କେତେଜଣ ଭିନ୍ନକ୍ଷମଙ୍କୁ UDID କାର୍ଡ ମିଳିଛି ବୋଲି ବିଧାୟକ ପଚାରିଛନ୍ତି  ।  

ମନ୍ତ୍ରୀ ଅଶୋକ ପଣ୍ଡା ଏହାର ଉତ୍ତର ରଖିଛନ୍ତି, ସାମାଜିକ ସୁରକ୍ଷା ଭତ୍ତା ଯୋଜନାରେ ଭଦ୍ରକ ଜିଲ୍ଲାରେ ୧ଲକ୍ଷ ୧ହଜାର ୧୩୮ ଜଣ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି । ୩୧,୬୪୮ ଜଣ ହିତାଧିକାରୀ ବିଧବା ଭତ୍ତା, ୧୬ ହଜାର ୨୪୭ ଜଣଙ୍କୁ ଭିନ୍ନକ୍ଷମ ଭତ୍ତା, ୨,୪୩୭ ଜଣ ଅନ୍ୟାନ୍ୟ ବର୍ଗରେ ଭତ୍ତା ପାଉଛନ୍ତି । ସେହିପରି ୨୮,୭୫୩ ହିତାଧିକାରୀ ଅନଲାଇନରେ ଆବଦେନ କରି ଅପେକ୍ଷାରେ ଅଛନ୍ତି । ସେମାନଙ୍କୁ ପର୍ଯ୍ୟାୟକ୍ରମେ ଭତ୍ତା ପ୍ରଦାନ କରିବାକୁ ପଦକ୍ଷେପ ନିଆଯାଉଛି । ତେବେ ବର୍ତ୍ତମାନ ସମୟରେ ଭତ୍ତା ସଂଖ୍ୟା ବୃଦ୍ଧି ପାଇଁ କୌଣସି ପ୍ରସ୍ତାବ ବିଚାରଧୀନ ନାହିଁ । ଏବେସୁଦ୍ଧା ୧୮,୬୨୫ ଭିନ୍ନକ୍ଷମକୁ UDID କାର୍ଡ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି  ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.