ETV Bharat / state

ଏବର୍ଷ କମିଛି ଥଣ୍ଡା, ଡିସେମ୍ବରରେ ରାଜ୍ୟରେ ଖସିଛି ଶୀତ ଅନୁପାତ

author img

By ETV Bharat Odisha Team

Published : Dec 18, 2023, 8:40 PM IST

cold wave in december
cold wave in december

Odisha winter update : ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଡିସେମ୍ବରରେ କମିଛି ଶୀତ ପ୍ରଭାବ । ସୁନ୍ଦରଗଡର କିରେଇ ଠାରେ ସର୍ବନିମ୍ନ ତାପମାତ୍ରା ୮.୭ ଡିଗ୍ରୀ ରେକର୍ଡ କରାଯାଇଛି । ଅଧିକ ପଢ଼ନ୍ତୁ

cold wave in december

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ଓଡ଼ିଶାରେ ସ୍ବାଭାବିକ ଶୀତ ହେଉଥିବା ବେଳେ ପୂର୍ବବର୍ଷ ତୁଳନାରେ ଡିସେମ୍ବରରେ ଶୀତ ପ୍ରଭାବ କମ ରହିଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟରେ ପାଖାପାଖି ୧୦ ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସେପଟେ କଟକ ଓ ଭୁବନେଶ୍ୱରରେ ପୂର୍ବ ବର୍ଷ ଏହି ସମୟରେ ୧୨ ରୁ ୧୩ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିବା ବେଳେ ବର୍ତ୍ତମାନ ଏହା ୧୩ ରୁ ୧୫ ମଧ୍ୟରେ ରହିଛି ।

ସେହିପରି ଫୁଲବାଣୀରେ ବର୍ତ୍ତମାନ ୯.୦ ଡିଗ୍ରୀ ରହିଥିବା ବେଳେ ପୂର୍ବବର୍ଷ ଏହି ସମୟରେ ୬.୬ ଡିଗ୍ରୀ ରହିଥିଲା । ଏହି ଅନୁପାତରେ ଚଳିତ ବର୍ଷ ଶୀତ କମ ରହିଛି ବୋଲି କହିଛି ପାଣିପାଗ ବିଭାଗ । ସେପଟେ ରାଜ୍ୟରେ ବର୍ତ୍ତମାନ କୌଣସି ନିର୍ଦ୍ଧିଷ୍ଟ ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ବାୟୁ ଚଳାଚଳର କୌଣସି ନିର୍ଦ୍ଧିଷ୍ଟ ସମ୍ଭାବନା ମଧ୍ୟ ନାହିଁ । ତେଣୁ ରାଜ୍ୟରେ ଆଭ୍ୟନ୍ତରୀଣ ଓଡିଶାର କିଛି ସହର ଛାଡି ଦେଲେ ଅନ୍ୟ ସବୁଠାରେ ସ୍ବାଭାବିକ ଶୀତ ରହିଛି । ଏହାସହ କେତେକ ସ୍ଥାନରେ ଘନ କୁହୁଡି ମଧ୍ୟ ଦୃଶ୍ୟମାନ ହେଉନାହିଁ । ଏହି ସମ୍ଭାବନାକୁ ନେଇ ଆସନ୍ତା ୨୪ ଘଣ୍ଟାରେ କେନ୍ଦୁଝର, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ବଲାଙ୍ଗୀର, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ ଓ ଢେଙ୍କାନାଳରେ ହାଲୁକରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ......ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ଶୀତ, କିରେଇରେ ସର୍ବନିମ୍ନ ୮.୩ ତାପମାତ୍ରା

ସେହିପରି ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତ ହେବ ନାହିଁ । ଆଗାମୀ ୩ ଦିନ ମଧ୍ୟରେ ଅଭ୍ୟନ୍ତରଣ ଓଡ଼ିଶାରେ ହାଲୁକରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ଏହାସହ ପାଗ ଶୁଖିଲା ରହିବ ଓ ଆକାଶ ନିର୍ମଳ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଭାବେ ପାଗ ଶୁଖିଲା ରହିଛି । କେତେକ ସ୍ଥାନରେ ଘନ କୁହୁଡି ଓ ଆଉ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହୋଇଛି । କିଛି ସ୍ଥାନରେ ତାପମାତ୍ରା ମଧ୍ୟ ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି । ପାଖାପାଖି ୧୦ ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସୁନ୍ଦରଗଡର କିରେଇ ଠାରେ ସର୍ବନିମ୍ନ ତାପମାତ୍ରା ୮.୭ ଡିଗ୍ରୀ ରେକର୍ଡ କରାଯାଇଛି । ସେହି ଭଳି ଭାବେ ପାହାଡିଆ ଅଞ୍ଚଳ କନ୍ଧମାଳର ଜି. ଉଦୟଗିରି ଠାରେ ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କଟକ ଓ ଭୁବନେଶ୍ୱର ୧୩.୫ ଡିଗ୍ରୀ ରହିଛି । କୋରାପୁଟ ଓ ଫୁଲବାଣୀରେ ଘନକୁହୁଡ଼ି ଦୃଶ୍ୟମାନ ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.