ETV Bharat / state

ସ୍ଥାୟୀ ନିଯୁକ୍ତି ଦାବିରେ କ୍ରୀଡା ଓ କଳା ଶିକ୍ଷକ, ବାରମ୍ବାର ମିଳୁଛି ଫମ୍ପା ପ୍ରତିଶୃତି

author img

By

Published : Dec 5, 2022, 8:01 PM IST

ସ୍ଥାୟୀ ନିଯୁକ୍ତି ଦାବିରେ କ୍ରିଡା ଓ କଳା ଶିକ୍ଷକ, ବାରମ୍ବାର ମିଳୁଛି ଫମ୍ପା ପ୍ରତିଶ୍ରୁତି
ସ୍ଥାୟୀ ନିଯୁକ୍ତି ଦାବିରେ କ୍ରିଡା ଓ କଳା ଶିକ୍ଷକ, ବାରମ୍ବାର ମିଳୁଛି ଫମ୍ପା ପ୍ରତିଶ୍ରୁତି

ସ୍ଥାୟୀ ନିଯୁକ୍ତି ଦାବିରେ କ୍ରୀଡା ଓ କଳା ଶିକ୍ଷକ । ରାଜଧାନୀ ଭୁବନେଶ୍ଵର ଲୋଏର ପିଏମଜିର ଏକାଠି ହୋଇଛନ୍ତି ଓଡିଶା କଳା ଓ କ୍ରୀଡା ଶିକ୍ଷକ ସଂଘର ଶିକ୍ଷକ । ସ୍ଥାୟୀ ନିଯୁକ୍ତି ଦାବୀ କଲେ ବି ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ । ଅଧିକ ପଢନ୍ତୁ

ଭୁବନେଶ୍ବର: ସ୍ଥାୟୀ ନିଯୁକ୍ତି ଦାବିରେ କ୍ରୀଡା ଓ କଳା ଶିକ୍ଷକଙ୍କ ଆନ୍ଦୋଳନ । ଦୀର୍ଘ 9 ବର୍ଷ ହେଲା କରୁଛନ୍ତି ସଂଗ୍ରାମ । ଗୁହାରୀ କଲେ ବି ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ । କେବଳ ମିଳୁଛି ଫମ୍ପା ପ୍ରତିଶୃତି । ଏନେଇ ଆଜି ରାଜଧାନୀ ଭୁବନେଶ୍ଵର ଲୋଏର ପିଏମଜିର ଏକାଠି ହୋଇଛନ୍ତି ଓଡିଶା କଳା ଓ କ୍ରୀଡା ଶିକ୍ଷକ ସଂଘର ଶିକ୍ଷକ ।

2013 ମସିହାରେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କଳା ଓ କ୍ରୀଡା ଶିକ୍ଷକଙ୍କ ପାଇଁ ଏକ ପଦବୀ ସୃଷ୍ଟି ହୋଇଥିଲା । ଯାହାକୁ ନିକୃଷ୍ଟ ପଦବୀ ବୋଲି କହିଛନ୍ତି କଳା ଓ କ୍ରୀଡା ଶିକ୍ଷକ । କାହିଁକି ନାଁ ଏହି ଶିକ୍ଷକ ପଦବୀକୁ ରାଜ୍ୟ ସରକାର 'ପାର୍ଟ ଟାଇମ' ଶବ୍ଦ ବ୍ୟବହାର କରି ଶିକ୍ଷକ ସମାଜକୁ କଳଙ୍କିତ କରୁଥିବା ସେ ଅଭିଯୋଗ କରିଛନ୍ତି । ଏହାରି ଭିତରେ ଦୀର୍ଘ 10 ବର୍ଷ ବିତି ଯାଇଥିଲେ ମଧ୍ୟ ସରକାରୀ ଯୋଜନାରେ ନିଯୁକ୍ତି ପାଇଥିବା 5 ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ ମାନଙ୍କୁ ଶିକ୍ଷକତାର ମାନ୍ୟତା ମିଳୁ ନଥିବା ଦାବି କରିଛନ୍ତି ।

ଅନ୍ୟପଟେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ସତ୍ତ୍ବେ ମିଳୁ ନାହିଁ କୌଣସି ସୁଫଳ । କେବଳ ପ୍ରତିଶୃତିରେ ସୀମିତ ରହୁଛି । ମାତ୍ର ୫ ହଜାର ଟଙ୍କା ବେତନରେ ଚଳିବା ଏକ ପ୍ରକାର ମୁସ୍କିଲ ହେଇଯାଉଛି । ଯେଉଁଠି ୫୬ ହଜାର ଠିକା କର୍ମଚାରୀ ଉପକୃତ ହେଲେ ସେଠି ଆମେ ମାନେ ଉପେକ୍ଷିତ ହୋଇ ପଡ଼ିଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ।

ସରକାର ନିଜର ସବୁ କାମରେ ଆମକୁ ନିୟୋଜିତ କରୁଛନ୍ତି । ଭୋଟ ଗ୍ରହଣ ଠାରୁ ଆରମ୍ଭ କରି ଜନଗଣନା ପର୍ଯ୍ୟନ୍ତ ସବୁ କାମରେ ଆମେ କରୁଛୁ । କିନ୍ତୁ ଆମକୁ ସ୍ଥାୟୀ ନିଯୁକ୍ତି ଦିଆଯାଉନି । ଏନେଇ ଆଜି ରାସ୍ତାରେ ପୁଣି ସ୍ଥାୟୀ ନିଯୁକ୍ତି ଦାବିରେ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଗର୍ଜନ ଶୁଭିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.