ETV Bharat / state

ମଞ୍ଚେଶ୍ବରରୁ ମିଳିଲା ଅର୍ଚ୍ଚନାଙ୍କ ଏଣ୍ଡଭର କାର, ଖୋଜୁଥିଲା ଇଡି

author img

By

Published : Nov 20, 2022, 7:44 AM IST

ଭୁବନେଶ୍ୱର ମଞ୍ଚେଶ୍ବର ଥାନା ଅଞ୍ଚଳରୁ ଅର୍ଚ୍ଚନାଙ୍କ ଏଣ୍ଡଭର ଗାଡି ଠାବ । ଗାଡ଼ିର ଡ୍ୟାସ ବୋର୍ଡର ଭିନ ନମ୍ବରରୁ ଠାବ ହୋଇଛି ଏଣ୍ଡଭର । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା, ଠାବ ହେଲା ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ଏଣ୍ଡଭର ଗାଡି । ଭୁବନେଶ୍ୱର ମଞ୍ଚେଶ୍ବର ଥାନା ଅଞ୍ଚଳରୁ ଅର୍ଚ୍ଚନାଙ୍କ ଗାଡିକୁ ଠାବ କରାଯାଇଛି । ରାସ୍ତା କଡ଼ରୁ ଠାବ କଲେ ସ୍ଥାନୀୟ ଲୋକେ । ଅର୍ଚ୍ଚନାଙ୍କ ଏଣ୍ଡଭର ଗାଡିକୁ ଇଡି ଖୋଜୁଥିବା ବେଳେ ଶନିବାର ମଞ୍ଚେଶ୍ବର ଥାନା ଅଞ୍ଚଳରୁ ଏହି ଗାଡିଟିକୁ ଠାବ କରାଯାଇଛି । ଗାଡ଼ିର ଡ୍ୟାସ ବୋର୍ଡର ଭିନ ନମ୍ବରରୁ ଠାବ ହୋଇଛି ଏଣ୍ଡଭର । ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଅର୍ଚ୍ଚନା ମାମଲାରେ ଛାନଭିନ୍ନ ଜାରି ରଖିଛି ଇଡି । ଅର୍ଚ୍ଚନାର ଆର୍ଥିକ କାରବାର ନେଇ ତଦନ୍ତ ଜାରି ରହିଛି । ଏଥିପାଇଁ ଜଣଙ୍କ ପରେ ଜଣଙ୍କୁ ଇଡି ସମନ ଜାରି କରି ଅର୍ଚ୍ଚନା ବିଷୟରେ ତଥ୍ୟ ହାସଲ କରୁଛି । ତେବେ ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଚଲାଉଥିବା ଏହି ଦାମୀ ଏଣ୍ଡଭର ଗାଡି ଉଭୟଙ୍କ ଗିରଫ ପରେ ଆଉ ପତ୍ତା ମିଳିନଥିଲା । ଯାହାର ତଥ୍ୟ ଜାଣିବା ପାଇଁ ଏଣ୍ଡଭର ଗାଡିର ଶୋରୁମ ମାଲିକଙ୍କୁ ପଚରାଉଚରା କରିଥିବା ଇଡି । ଇଡିରେ ହାଜର ହେବା ପାଇଁ ଫୋର୍ଡ ସୋରୁମର ମାଲିକଙ୍କୁ ପୂର୍ବରୁ ନୋଟିସ କରାଯାଇଥିଲା ।

ନୋଟିସ ଆଧାରରେ ଶୋରୁମର ମାଲିକଙ୍କ ପୁଅ ଇଡିରେ ହାଜର ହୋଇଥିଲେ । କେତେ ଟଙ୍କାରେ ଓ କେବେ କିଣା ହୋଇଥିଲା, ଏନେଇ ଅର୍ଚ୍ଚନା ନିଜେ ପେମେଣ୍ଟ କରିଥିଲେ ନା ଆଉ କେହି ଏଇ ଗାଡି କିଣିବା ପାଇଁ ଟଙ୍କା ଡିପୋଜିଟ କରିଥିଲେ, ସେନେଇ କାର ଶୋରୁମର ମାଲିକଙ୍କୁ ପଚରାଉଚରା କରିଥିଲା ଇଡି । ତେବେ ଶୋରୁମ ମାଲିକଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ ଜଣେ ରାଜନୈତିକ ବ୍ୟକ୍ତିଙ୍କ ଲିଙ୍କ ଇଡି ହାତରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ-ଅର୍ଚ୍ଚନା ମାମଲାରେ ସାମ୍ନାକୁ ଆସିଲା ରାଜନୈତିକ ଲିଙ୍କ ! ଶୋରୁମ ମାଲିକ ଦେଲେ ଗୁରୁତ୍ବପୂର୍ଣ୍ଣ ତଥ୍ୟ

ଶୋରୁମ ମାଲିକ ଗାଡି କିଣା ବାବଦରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଦେଇଥିଲେ । ଏହି ତଥ୍ୟ ଅନୁସାରେ ଅର୍ଚ୍ଚନାଙ୍କୁ ଏହି ବିଳାସପୂର୍ଣ୍ଣ ଗାଡ଼ି କିଣିବାକୁ ୩୩ ଲକ୍ଷ ଟଙ୍କା ଦେଇଥିବା ଜଣେ ରାଜନୈତିକ ବ୍ୟକ୍ତିଙ୍କ ନାମ ଇଡି ହାତରେ ଲାଗିଥିଲା । ତେବେ ଏହି କାରଟିକୁ ଖୋଜା ଚାଲିଥିବା ବେଳେ ଗତକାଲି ଏହାକୁ ଠାବ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.