ଅର୍ଚ୍ଚନା ମାମଲାରେ ସାମ୍ନାକୁ ଆସିଲା ରାଜନୈତିକ ଲିଙ୍କ ! ଶୋରୁମ ମାଲିକ ଦେଲେ ଗୁରୁତ୍ବପୂର୍ଣ୍ଣ ତଥ୍ୟ

author img

By

Published : Nov 18, 2022, 6:35 PM IST

ଅର୍ଚ୍ଚନା ମାମଲାରେ ସାମ୍ନାକୁ ଆସିଲା ରାଜନୈତିକ ଲିଙ୍କ ! ଶୋରୁମ ମାଲିକ ଦେଲେ ଗୁରୁତ୍ବପୂର୍ଣ୍ଣ ତଥ୍ୟ
ଅର୍ଚ୍ଚନା ମାମଲାରେ ସାମ୍ନାକୁ ଆସିଲା ରାଜନୈତିକ ଲିଙ୍କ ! ଶୋରୁମ ମାଲିକ ଦେଲେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ()

ବହୁ ଚର୍ଚ୍ଚିତ ଅର୍ଚ୍ଚନା ମାମଲାରେ ସାମ୍ନାକୁ ଆସିଲା ରାଜନୈତିକ ଲିଙ୍କ । ବ୍ଲାକମେଲର ଦମ୍ପତ୍ତି ଜେଲରେ ଥିବାବେଳେ ସେମାନଙ୍କ ଦାମୀ କାରର ସନ୍ଧାନ ପାଉନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କାର କିଣା ଯାଇଥିବା ଶୋରୁମର ମାଲିକଙ୍କୁ ପଚରାଉଚରାବେଳେ ଜଣେ ରାଜନୈତିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଇଡି ହାତରେ ଲାଗିଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ଜଣଙ୍କ ପରେ ଜଣଙ୍କୁ ପଚରାଉଚରା କରି ଆର୍ଥିକ କାରବାର ନେଇ ତଥ୍ୟ ହାସଲ କରୁଛି ଇଡି । ତେବେ ଜଗବନ୍ଧୁଙ୍କ ଧଳା ରଙ୍ଗର ଫୋର୍ଡ଼ ଏଣ୍ଡଭର କାରକୁ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନା ଓ ଜଗବନ୍ଧୁ ଏହି ଗାଡି ଚଲାଉଥିବା ବେଳେ ଉଭୟଙ୍କ ଗିରଫ ପରେ ମିଳୁନି ଏହି କାରର ସୁରାକ୍‌ । ଯାହାର ତଥ୍ୟ ଜାଣିବା ପାଇଁ ଏଣ୍ଡଭର ଗାଡିର ଶୋରୁମ ମାଲିକଙ୍କୁ ପଚରାଉଚରା ବେଳେ ଏହି ମାମଲାରେ ରାଜନୈତିକ ଲିଙ୍କର ସୁରାକ୍‌ ଲାଗିଛି ଇଡି ହାତରେ ।

ଅର୍ଚ୍ଚନା ମାମଲାରେ ସାମ୍ନାକୁ ଆସିଲା ରାଜନୈତିକ ଲିଙ୍କ ! ଶୋରୁମ ମାଲିକ ଦେଲେ ଗୁରୁତ୍ବପୂର୍ଣ୍ଣ ତଥ୍ୟ

ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଏହି ବିଳାସପୂର୍ଣ୍ଣ କାର ଖୋଜା ଚାଲିଥିବାବେଳେ ଇଡରେ ହାଜର ହୋଇଥିଲେ ଗାଡି କିଣାଯାଇଥିବା ଶୋରୁମର ମାଲିକ । ଇଡିରେ ହାଜର ହେବା ପାଇଁ ଫୋର୍ଡ ସୋରୁମର ମାଲିକଙ୍କୁ ପୂର୍ବରୁ ନୋଟିସ କରାଯାଇଥିଲା । ନୋଟିସ ଆଧାରରେ ଶୋରୁମର ମାଲିକଙ୍କ ପୁଅ ଇଡିରେ ହାଜର ହୋଇଥିଲେ । କେତେ ଟଙ୍କାରେ ଓ କେବେ କିଣା ହୋଇଥିଲା, ଏନେଇ ଅର୍ଚ୍ଚନା ନିଜେ ପେମେଣ୍ଟ କରିଥିଲେ ନା ଆଉ କେହି ଏଇ ଗାଡି କିଣିବା ପାଇଁ ଟଙ୍କା ଡିପୋଜିଟ କରିଥିଲେ, ସେନେଇ କାର ଶୋରୁମର ମାଲିକଙ୍କୁ ପଚରାଉଚରା କରିଥିଲା ଇଡି । ତେବେ ଶୋରୁମ ମାଲିକଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ ଜଣେ ରାଜନୈତିକ ବ୍ୟକ୍ତିଙ୍କ ଲିଙ୍କ ଇଡି ହାତରେ ଲାଗିଛି ।

ମିଳିଥିବା ସୂଚନା ଅନୁସାରେ ଶୋରୁମ ମାଲିକ ଗାଡି କିଣା ବାବଦରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଦେଇଛନ୍ତି ଦେଇଛନ୍ତି । ଏହି ତଥ୍ୟ ଅନୁସାରେ ଅର୍ଚ୍ଚନାଙ୍କୁ ଏହି ବିଳାସପୂର୍ଣ୍ଣ ଗାଡ଼ି କିଣିବାକୁ ୩୩ ଲକ୍ଷ ଟଙ୍କା ଦେଇଥିବା ଜଣେ ରାଜନୈତିକ ବ୍ୟକ୍ତିଙ୍କ ନାମ ଇଡି ହାତରେ ଲାଗିଛି । ପୂର୍ବରୁ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଧୋକା ଦେବା ମାମଲାରେ ଅଡୁଆରେ ଥିବା ଜଣେ ରାଜନୈତିକ ବ୍ୟକ୍ତିଙ୍କର ଏହି ଘଟଣାରେ ଲିଙ୍କ ପଦାକୁ ଆସିଛି । ସେ ମଧ୍ୟ ଅର୍ଚ୍ଚନା ଲିଙ୍କରେ ବହୁଦିନ ଧରି ରହିଥିବା ଚର୍ଚ୍ଚା ହେଉଛି । ତେବେ ଏହି ନେତାଙ୍କ ଲିଙ୍କ ସାମ୍ନାକୁ ଆସିବା ପରେ ଏବେ ଧିରେ ଧିରେ ପାଓ୍ବାର କରିଡର ଲିଙ୍କ୍ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି କାର ଏବେ କେଉଁଠି ଅଛି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଯିଏ ଏହି କାରକୁ ଲୁଚାଇ ରଖିଛି ତାଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ କରିପାରେ ଇଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.