ETV Bharat / state

ନୂଆ ଟିମ୍‌ ପାଇ ଚଳଚଞ୍ଚଳ ବିଜେପି ଶିବିର, ଗୁରୁମନ୍ତ୍ର ଦେବେ ଶାହା

author img

By

Published : Aug 4, 2023, 4:04 PM IST

ନୂଆ ଟିମ୍‌ ପାଇ ଚଳଚଞ୍ଚଳ ବିଜେପି ଶିବିର
ନୂଆ ଟିମ୍‌ ପାଇ ଚଳଚଞ୍ଚଳ ବିଜେପି ଶିବିର

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହା ପୂର୍ବରୁ ଆଜି ଘୋଷଣା ହୋଇଛି ରାଜ୍ୟ ବଜେପିର ନୂଆ ଟିମ୍ । ତେବେ ଆସନ୍ତାକାଲି ଦଳର ଏହି ନୂଆ ଟିମ୍‌କୁ ଭେଟି ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବେ ଶାହ । ଅଧିକ ପଢ଼ନ୍ତୁ

ନୂଆ ଟିମ୍‌ ପାଇ ଚଳଚଞ୍ଚଳ ବିଜେପି ଶିବିର

ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ଆଜି ଘୋଷଣା ହୋଇଛି ରାଜ୍ୟ ବଜେପିର ନୂଆ ଟିମ୍ । ମନମୋହନ ସାମଲ ରାଜ୍ୟ ବିଜେପି ପଦାଧିକାରୀଙ୍କ ତାଲିକା ଜାରି କରିଛନ୍ତି । ମନମୋହନଙ୍କ ନୂଆ ଟିମରେ ୩୫ ଜଣଙ୍କୁ ସ୍ଥାନ ମିଳିଛି । ତାଲିକାରେ ୧୦ ଜଣ ଉପସଭାପତି ଥିବାବେଳେ ୫ ଜଣ ସାଧାରଣ ସମ୍ପାଦକ ଅଛନ୍ତି । ଆସନ୍ତାକାଲି ଏହି ନୂଆ ଟିମ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବେ ବିଜେପିର ଚାଣକ୍ୟ ବୋଲି କୁହାଯାଉଥିବା ପୂର୍ବତନ ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଗକୁ କିଭଳି ୨୦୨୪ ସାଧାରଣ ନିର୍ବାଚନରେ ଦଳ ରାଜ୍ୟରେ ସରକାର ଗଠନ କରିବ, ସେନେଇ ନୂଆ ଟିମ୍‌କୁ ଗୁରୁମନ୍ତ୍ର ଦେବେ ଶାହା ।

ଏହା ମଧ୍ୟ ପଢ଼ନ୍ତୁ...Amit Shah To Visit Odisha: ଆଜି ଓଡିଶା ଆସୁଛନ୍ତି ଅମିତ ଶାହା

ଉଲ୍ଲେଖଯୋଗ୍ୟ, ଆଜିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜି ରାତି ୧୦ଟା ୪୦ ମିନିଟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ ଶାହା । ଆସନ୍ତାକାଲି (ଶନିବାର) ଭୁବନେଶ୍ବରରେ ଏକ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବେ କେନ୍ଦ୍ର ଗୃହମନ୍ତ୍ରୀ । ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ଘୋଷଣା ହୋଇଥିବା ଟିମ୍‌ ମନମୋହନଙ୍କ ସହ ବୈଠକ କରିବେ ଶାହା । ଆଗକୁ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଶାହାଙ୍କ ଓଡିଶା ଗସ୍ତ ବେଶ ଗୁରୁତ୍ବ ବହନ କରୁଛି । ଦଳର ଚାଣକ୍ୟ କୁହାଯାଉଥିବା ଶାହା ଆସନ୍ତା ନିର୍ବାଚନକୁ ନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ବିଜେପିର ନୂଆ ଟିମ୍ ଘୋଷଣା: ୧୦ ଉପସଭାପତି, ୫ ସାଧାରଣ ସମ୍ପାଦକ

ତେବେ ନୂଆ ଟିମ୍‌ ସହିତ ଶାହାଙ୍କ ବୈଠକ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର । ସେ କହିଛନ୍ତି, "ଗତ ଥର ଶାହା ଆସି ଆମକୁ ଯେଉଁ ମନ୍ତ୍ର ଦେଇଥିଲେ, ସେଥିରେ ଆମେ କେତେବାଟ କାମ କରିପାରିଛୁ, ସେ ସମ୍ପର୍କରେ ଆଲୋଚନା ହେବ । ଏଥର କିଭଳି ଆହୁରି ଆଗକୁ ବଢ଼ିବୁ, ସେନେଇ ମଧ୍ୟ ଆମକୁ ଟିପ୍ସ ଦେବେ ଶାହ ।ନୂଆ ଟିମର ପ୍ରାଥମିକତା ହେଉଛି ଆଗାମୀ ନିର୍ବାଚନ । ସବୁ ଅଞ୍ଚଳରୁ ସବୁ ବର୍ଗଙ୍କୁ ନୂଆ ଟିମରେ ପ୍ରାଥମିକତା ମିଳିଛି । ଟିମ୍‌ରୁ ଯେଉଁମାନେ ବାଦ ପଡ଼ିଛନ୍ତି, ସେମାନଙ୍କୁ ନିର୍ବାଚନ ମଣ୍ଡଳୀରେ ଅଧିକ ସମୟ ଦେବାକୁ ସୁଯୋଗ ମିଳିବ । ସାଙ୍ଗଠନିକ କାର୍ଯ୍ୟରେ ସମୟ ଦେବେ ।" ଆଗକୁ ନିର୍ବାଚନ ଆସୁଥିବା ବେଳେ ଦଳକୁ ଅଧିକ କ୍ରିୟାଶୀଳ କରିବାରେ ସେମାନେ ଲାଗିପଡିବେ ବୋଲି କହିଛନ୍ତି ଦଳର ନବ ନିଯୁକ୍ତ ଉପସଭାପତି ଗୋଲକ ମହାପାତ୍ର ।

ଇଟଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.