ETV Bharat / state

Cyclone Biparjoy: ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ, ୨୨ରେ କଳାହାଣ୍ଡି ଆସିବେ ନଡ୍ଡା

author img

By

Published : Jun 14, 2023, 10:17 PM IST

ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ
ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ଆସନ୍ତା ୧୭ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କର ଢେଙ୍କାନାଳ ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ତେବେ ଗୁଜରାଟରେ ମାଡ଼ ହେବାକୁ ଥିବା ବାତ୍ୟା 'ବିପର୍ଯ୍ୟୟ' କାରଣରୁ ଏହି ଗସ୍ତକୁ ବାତିଲ କରାଯାଇଛି । ଆସନ୍ତା ୨୨ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କର କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ ହୋଇନଥିବା କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢ଼ନ୍ତୁ

ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ଭୁବନେଶ୍ବର: ଗୁଜରାଟରେ ଆସୁଛି ବଡ଼ 'ବିପର୍ଯ୍ୟୟ' । ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡିଶା ଗସ୍ତକୁ ସ୍ଥଗିତ ରଖାଯାଇଛି । ଆସନ୍ତା ୧୭ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କର ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା । ଯାହାକୁ ବର୍ତ୍ତମାନ ପାଇଁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ପୁଣିଥରେ ଶାହା କେବେ ଓଡ଼ିଶା ଆସିବେ, ତାହା ଧାର୍ଯ୍ୟ ହୋଇନାହିଁ । କିନ୍ତୁ ଆସନ୍ତା ୨୨ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଳାହାଣ୍ଡି ଆସିବାର କାର୍ଯ୍ୟକ୍ରମ ରହିଛି । ଜେପି ନଡ୍ଡାଙ୍କ ଗସ୍ତରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତା ୧୭ ତାରିଖରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଥିଲା । ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧିନ କେନ୍ଦ୍ର ସରକାରର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ମହା ଜନସମ୍ପର୍କ ଅଭିଯାନରେ ଢେଙ୍କାନାଳରେ ହେବାକୁ ଥିବା ସମାବେଶରେ ଉଦବୋଧନ ଦେଇଥାନ୍ତେ ଶାହା । ଏହା ସହିତ ଭାରତ ସରକାରଙ୍କ ଦ୍ବାରା ପଦ୍ମ ପୁରସ୍କାର ପ୍ରାପ୍ତ ଏବଂ ଭାରତ ସରକାରଙ୍କ ଦ୍ବାରା ସମ୍ମାନିତ ହୋଇଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଥିଲା । ଢେଙ୍କାନାଳ ସମାବେଶରେ ଅମିତ ଶାହା ୫୦ ହଜାର ଲୋକଙ୍କୁ ଦେଇଥାନ୍ତେ ଉଦ୍‌ବୋଧନ । ହେଲେ ଏହି କାର୍ଯ୍ୟକ୍ରମ ଏବେ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...Cyclone Biparjoy: କାଲି ଶାହଙ୍କ ତେଲେଙ୍ଗାନା ଗସ୍ତ ସ୍ଥଗିତ

ତେବେ ଶାହାଙ୍କ ଗସ୍ତକୁ ଏବେ ସ୍ଥଗିତ ରଖାଯାଇଥିବା ବେଳେ ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ । ଗୁଜରାଟରେ ବାତ୍ୟା 'ବିପର୍ଯ୍ୟୟ' ପାଇଁ ବ୍ୟାପକ କ୍ଷୟକ୍ଷତି ହେବାର ଆକଳନ କରାଯାଉଛି । ଏଥିପାଇଁ ଶାହାଙ୍କର ତେଲେଙ୍ଗାନା ଗସ୍ତକୁ ମଧ୍ୟ ବାତିଲ କରାଯାଇଛି । ତେବେ ଓଡ଼ିଶା ଗସ୍ତ ନେଇ ବାତ୍ୟା 'ବିପର୍ଯ୍ୟୟ' ପରେ ପୁଣି ଥରେ ତାରିଖ ଘୋଷଣା ହେବ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ତେବେ ଆସନ୍ତା ୨୨ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଳାହାଣ୍ଡି ଗସ୍ତରେ ଆସିବେ । ସେହି କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ କରାଯାଇ ନଥିବା କହିଛନ୍ତି ପୃଥ୍ବୀରାଜ । ଅମିତ ଶାହ ପୁଣି କେବେ ଓଡ଼ିଶା ଆସିବେ, ସେନେଇ ତାରିଖ ସ୍ଥିର ପରେ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.