ETV Bharat / state

ନିର୍ବାଚନ ଫଳାଫଳ ନେଇ କଂଗ୍ରେସର ଦୃଢୋକ୍ତି, ୫ ରାଜ୍ୟରେ ମିଳିବ ଆଶାତୀତ ଫଳ

author img

By ETV Bharat Odisha Team

Published : Sep 25, 2023, 11:01 PM IST

ନିର୍ବାଚନ ଫଳାଫଳ ନେଇ କଂଗ୍ରେସର ଦୃଢୋକ୍ତି
ନିର୍ବାଚନ ଫଳାଫଳ ନେଇ କଂଗ୍ରେସର ଦୃଢୋକ୍ତି

ମୋଦିଙ୍କ କଟାକ୍ଷ ବନାମ ରାହୁଲଙ୍କ ଭବିଷ୍ୟବାଣୀ । AICC ପ୍ରବକ୍ତା ରଂଜିତା ରଞ୍ଜନ କହିଛନ୍ତି,' କଂଗ୍ରେସ ଭଲ ପ୍ରଦର୍ଶନ କରିବ । 5 ରାଜ୍ୟରେ କଂଗ୍ରେସକୁ ଆଶାତୀତ ସଫଳତା ମିଳିବ ।' ଅଧିକ ପଢନ୍ତୁ

ଭୁବନେଶ୍ବର: ଚଳିତ ବର୍ଷ ଶେଷ ସୁଦ୍ଧା 5ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସ ଆଶାବାଦୀ ।ଗତକାଲି ଦିଲ୍ଲୀରେ 5 ରାଜ୍ୟର ନିର୍ବାଚନ ଫଳାଫଳ ଆକଳନ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ନିର୍ବାଚନ ଫଳାଫଳକୁ ନେଇ ଏକ ସକରାତ୍ମକ ଭାବ ପୋଷଣ କରିଥିବା ବେଳେ ଆଜି ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ AICC ପ୍ରବକ୍ତା ରଂଜିତା ରଞ୍ଜନ କହିଛନ୍ତି କଂଗ୍ରେସ ଭଲ ପ୍ରଦର୍ଶନ କରିବ । 5 ରାଜ୍ୟରେ କଂଗ୍ରେସକୁ ଆଶାତୀତ ସଫଳତା ମିଳିବ ।

ରାଜସ୍ଥାନରେ ଆମ ସରକାର ଅଛି, ସେଠି ଭଲ ପଦର୍ଶନ କରିବ । ମଧ୍ୟପ୍ରଦେଶରେ ଆମ ସରକାର ହେବ । ଛତିଶଗଡ଼ରେ କଂଗ୍ରେସ ଭଲ ପଦର୍ଶନ କରିବ। ତେଲେଙ୍ଗାନାରେ ଭୋଟ ହାର ବୃଦ୍ଧି ପାଉଛି । 2024 ସାଧାରଣ ନିର୍ବାଚନକୁ ଅଳ୍ପ ଦିନ ବାକି ଥିବାବେଳେ କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ ବିଜୟର ବାନା ଉଡାଇବା ପାଇଁ ପ୍ରତି ଶ୍ରୁତିବଦ୍ଧ ହୋଇଛି । ତେଲେଙ୍ଗାନାରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଘୋଷଣା କରିଛି ।କଂଗ୍ରେସ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଘୋଷଣା ପରେ ଘୋଷଣା କରି ଚାଲିଛି । କେନ୍ଦ୍ରରେ ମୋଦି ସରକାରକୁ ଟକ୍କର ଦେବା ପାଇଁ ଇଣ୍ଡିଆ ମେଣ୍ଟରେ ବିଜୟର ସ୍ଥିତିକୁ ଅଧିକ ସୁଦୃଢ କରିବା ପାଇଁ 5 ବିଧାନସଭା ଆସନ ନିଜ ଅକ୍ତିଆରରେ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ...2024 Fight: ସବୁ ଦଳ ଫୋକସ୍‌ରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ, ଜାଣନ୍ତୁ କାହାକୁ ମିଳିବ ଟିକେଟ୍ ?

ତେବେ ଗତକାଲି ରାହୁଲ ଗାନ୍ଧୀଙ୍କ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ଫଳାଫଳ ଆକଳନ 5 ରାଜ୍ୟରେ କଂଗ୍ରେସକୁ ଅଧିକ ଆସ୍ଥା ଭାଜନ ହେବାରେ ସହାୟକ ହୋଇଛି । ରାହୁଲଙ୍କ ଏହି ଭବିଷ୍ୟବାଣୀ ବିଜେପିକୁ ଅଡ଼ୁଆରେ ପକାଇଛି । କଂଗ୍ରେସ ବର୍ବାଦ ହୋଇଗଲାଣି ବୋଲି ଏକ ସାଧାରଣ ସଭାରେ ମୋଦିଙ୍କ କଟାକ୍ଷ କରି ଥିବାବେଳେ, ସେପଟେ ରାହୁଲଙ୍କ ଭବିଷ୍ୟବାଣୀ ବିଜେପିର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କଂଗ୍ରେସ 5 ରାଜ୍ୟରେ ନିର୍ବାଚନରେ ଭଲ ପଦର୍ଶନ କରିବ । ଭୋଟ ହାର ବୃଦ୍ଧି ପାଇବ । ତେଲେଙ୍ଗାନାରେ ଭୋଟ ହାର ବଢିବ,ମଧ୍ୟପ୍ରଦେଶର କଂଗ୍ରେସ ଜିତିବ, ଛତିଶଗଡ଼ରେ କଂଗ୍ରେସ ଜିତିବ, ରାଜସ୍ଥାନରେ ଭଲ ପଦର୍ଶନ କରିବ। ମିଜୋରାମରେ ଭୋଟ ବଢୁଛି । ବିଜେପି ମହିଳା ସଂରକ୍ଷଣ ବିଲ ପାରିତ କରି ମହିଳା ଭୋଟ ହାତେଇବା ପାଇଁ ଯେଉଁ ଯୋଜନା କରିଛି ତାହା ଫଳପ୍ରଦ ହେବ ନାହିଁ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.