ETV Bharat / state

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଅଙ୍ଗନବାଡି କର୍ମୀ, 5 ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ

author img

By ETV Bharat Odisha Team

Published : Oct 3, 2023, 10:18 PM IST

ଆନ୍ଦୋଳନକୁ ଓହ୍ଲାଇଲେ ଅଙ୍ଗନବାଡି କର୍ମୀ
ଆନ୍ଦୋଳନକୁ ଓହ୍ଲାଇଲେ ଅଙ୍ଗନବାଡି କର୍ମୀ

ପୁଣି ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ । ୫ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଙ୍ଗନବାଡି କର୍ମଚାରୀ ୟୁନିଅନ ସଂଯୁକ୍ତ ମୋର୍ଚ୍ଚା । ମାଷ୍ଟର କ୍ୟାଣ୍ଟିନଠାରୁ ବିଶାଳ ଶୋଭାଯାତ୍ରାରେ ଗାନ୍ଧୀ ମାର୍ଗରେ ଗର୍ଜିଛନ୍ତି ହଜାର ହଜାର କର୍ମୀ । ଅଧିକ ପଢ଼ନ୍ତୁ

ଆନ୍ଦୋଳନକୁ ଓହ୍ଲାଇଲେ ଅଙ୍ଗନବାଡି କର୍ମୀ

ଭୁବନେଶ୍ବର: ପୁଣି ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ । ୫ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଙ୍ଗନବାଡ଼ି କର୍ମଚାରୀ ୟୁନିଅନ ସଂଯୁକ୍ତ ମୋର୍ଚ୍ଚା । ମାଷ୍ଟର କ୍ୟାଣ୍ଟିନଠାରୁ ବିଶାଳ ଶୋଭାଯାତ୍ରାରେ ୩୦ ଜିଲ୍ଲାର ହଜାର ହଜାର କର୍ମୀ ଗାନ୍ଧୀ ମାର୍ଗରେ ଗର୍ଜିଛନ୍ତି । ଆନ୍ଦୋଳନ ଓ ବିକ୍ଷୋଭ ପଦର୍ଶନ ସହ ସରକାର ବିରୋଧୀ ନାରାବାଜି ଦେଇ କର୍ମୀମାନେ ବିଧାନସଭା ଘେରେଉ କରିଥିଲେ । ତେବେ ଲୋୟର ପିଏମଜି ଗେରୁଆ ରଙ୍ଗରେ ରଙ୍ଗୀନ ହୋଇଥିବା ବେଳେ ରାସ୍ତାଘାଟ କିଛି ସମୟ ପାଇଁ ଯାମ ରହିଥିଲା ।

ତେବେ ଭତ୍ତା ବୃଦ୍ଧି ଓ ଅନନ୍ୟ ଦାବିକୁ ନେଇ ପୂର୍ବରୁ ବାରମ୍ବାର ଅଙ୍ଗନବାଡ଼ି କର୍ମୀମାନେ ସରକାରଙ୍କୁ ନିଜର ଦାବି ଜଣାଇବା ସହ ବିକ୍ଷୋଭ ପଦର୍ଶନ କରିଛନ୍ତି । ହେଲେ ସେମାନଙ୍କର ଦାବି ପୁରଣ କରିବାରେ ଅସଫଳ ହୋଇଛନ୍ତି ସରକାର । ଏପରିକି ମହିଳା ଓ ଶିଶୁ ବିକାଶ ବିଭାଗର କତୃପକ୍ଷଙ୍କ ସେମାନଙ୍କ ସହ ଆଲୋଚନା ପରେ ଦାବି ପୂରଣ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ। ପରେ ଶହ ଶହ କର୍ମୀ ଧାରଣା ପ୍ରତ୍ୟାହୃତ କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ କର୍ତ୍ତୃପକ୍ଷଙ୍କ ପ୍ରତିଶୃତି ପାଣିର ଗାର ହୋଇଥିବା ବେଳେ ସରକାରଙ୍କ ସହ ବାରମ୍ବାର ଆଲୋଚନାର କିଛି ମଧ୍ୟ ସୁଫଳ ମିଳିନାହିଁ । ତେବେ ରାଜ୍ୟ ସରକାର ମାଆକୁ ସମ୍ମାନର କଥା କହୁଥିବା ବେଳେ ରାଜ୍ୟର ଏତେ ସଂଖ୍ୟକ ମହିଳାଙ୍କୁ ଆଜି ଅସମ୍ମାନ କରୁଛନ୍ତି । ଆମ ଅଧିକାରର ଲଢ଼େଇକି ନେଇ ଯେଉଁ ଦାବି ସହ ଆସିଥିଲୁ ତାହା ପୂରଣ କରିବା ପରିବର୍ତ୍ତେ ଆମକୁ ପ୍ରତାରଣା କରିଛନ୍ତି । ସରକାରଙ୍କ ଏହି ପ୍ରତାରଣାକୁ ନେଇ ଆଜି ହଜାର ହଜାର କର୍ମୀ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଆଗାମୀ ଦିନରେ ଯଦି ସରକାର ନଶୁଣନ୍ତି ତେବେ ବାଧ୍ୟ ହୋଇ ଆମେ ସରକାରଙ୍କ କଥା ଶୁଣିବୁ ନାହିଁ ବୋଲି କହିଛନ୍ତି ଅଙ୍ଗନବାଡି କର୍ମୀ ।

ଅନ୍ୟପଟେ ସରକାର ଆମ ଦ୍ୱାରା ବିଭିନ୍ନ ଯୋଜନାର ସଫଳ ରୁପୟାନ କରୁଥିବା ବେଳେ ଅହରାତ୍ର କାର୍ଯ୍ୟରେ ଲଗାଇଥାଆନ୍ତି । କିନ୍ତୁ ଏଥର କେବଳ ପିଲାଙ୍କୁ ପାଠ ପଢ଼ିବା ଛଡ଼ା ଆଉ କିଛି କରିବୁ ନାହିଁ ବୋଲି ଚରମ ବାଣୀ ଶୁଣାଇଛି ସଂଘ । ସଂଘ କହିଛି ଆବଶ୍ୟକତାଠାରୁ ଆମେ ଆମ ଅଧିକ କାର୍ଯ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କରୁଥିବା ବେଳେ ସେହି ମୁତାବିକ ଆମକୁ ଦରମା ମିଳୁନାହିଁ । ଯେଉଁଥିପାଇଁ ମାହାଙ୍ଗା ଯୁଗରେ ଆମର ଚାଲିବ କଷ୍ଟକର ହେଇପଡ଼ୁଛି । ତେଣୁ ଆମ ଅଧିକାରକୁ ନେଇ ଆଜି ଯେତେବେଳେ ଆନ୍ଦୋଳନକୁ ଓହ୍ଲାଇଛୁ । ତେବେ ସରକାର ଯେପର୍ଯ୍ୟନ୍ତ ଆମ ଦାବି ସମାଧାନ ନକରନ୍ତି ସେପର୍ଯ୍ୟନ୍ତ ଧାରଣାରେ ବସି ରହିବୁ ବୋଲି କହିଛି ସଂଘ । ଏହା ପରେବି ଯଦି ସରକାର ନଶୁଣନ୍ତି ଆମ ଦାବି ପୂରଣକୁ ନେଇ ପଦକ୍ଷେପ ନନିଅନ୍ତି ତେବେ ଆଗାମୀ ନିର୍ବାଚନରେ ରାଜ୍ୟର ମହିଳା ଶକ୍ତି ସରକାରଙ୍କୁ ଜବାବ ଦେବେ ବୋଲି କହିଛନ୍ତି ଅଙ୍ଗନବାଡି କର୍ମୀ ।

ଏହା ମଧ୍ୟ ପଢ଼ନ୍ତୁ.....ରାଜଧାନୀରେ ଗର୍ଜିଲେ ଅଙ୍ଗନବାଡି ଦିଦି


ତେବେ ସେମାନଙ୍କ ଦାବି ଗୁଡ଼ିକ ହେଉଛି, ଭତ୍ତା ବୃଦ୍ଧି ଅର୍ଥାତ ୭ ହଜାର ୫ ସହ ଦରମା ବଦଳରେ ସର୍ବନିମ୍ନ ୨୬ ହଜାରେ ଦରମା ଦିଆଯାଉ । ଏସଏନପିର ଦ୍ୱାରା ସଂଶୋଧନ, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଅବସର ବୟସସୀମା ୬୫ ବର୍ଷ କରିବା ସହ ଅବସରକାଳୀନ ରାଶି ୪୦ ହଜାର ଓ ୨୦ ହଜାର ପରିବର୍ତ୍ତେ ୫ ଲକ୍ଷ ଦିଆଯାଉ । ଅଙ୍ଗନବାଡ଼ି କେନ୍ଦ୍ରରେ ସୋସିଆଲ ଅଡିଟ୍‌ ବନ୍ଦ କରାଯାଉ, କେନ୍ଦ୍ର ସରକାରଙ୍କ ସୁପାରିଶ ଅନୁଯାୟୀ ଏନଏନଏମ ଓ ପ୍ରାଥମିକ ଶିକ୍ଷକ ନିଯୁକ୍ତି ନିମନ୍ତେ କୋଟ୍‌ ଧାର୍ଯ୍ୟ କରଯାଉ ଭଳି ଦାବି ଗୁଡିକ ରଖିଛନ୍ତି ଅଙ୍ଗନବାଡ଼ି କର୍ମଚାରୀ ୟୁନିଅନ ସଂଯୁକ୍ତ ମୋର୍ଚ୍ଚା ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.