ETV Bharat / state

ରାଜଧାନୀରେ ଗର୍ଜିଲେ ଅଙ୍ଗନବାଡି ଦିଦି

author img

By ETV Bharat Odisha Team

Published : Sep 22, 2023, 7:23 PM IST

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହଜାର ହଜାର ଅଙ୍ଗନବାଡ଼ି କର୍ମୀ । ବିଧାନସଭା ସାମ୍ନାରେ ଅଙ୍ଗନବାଡ଼ି କର୍ମୀଙ୍କ ବିଶାଳ ସମାବେଶ । ଅଧିକ ପଢନ୍ତୁ

ରାଜଧାନୀରେ ଗର୍ଜିଲେ ଅଙ୍ଗନବାଡି ଦିଦି
ରାଜଧାନୀରେ ଗର୍ଜିଲେ ଅଙ୍ଗନବାଡି ଦିଦି

ରାଜଧାନୀରେ ଗର୍ଜିଲେ ଅଙ୍ଗନବାଡି ଦିଦି

ଭୁବନେଶ୍ବର: ରାଜଧାନୀରେ ଗର୍ଜିଲେ ଅଙ୍ଗନବାଡି ଦିଦି । ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଙ୍ଗନବାଡ଼ି କର୍ମୀ । ବିଧାନସଭା ସାମ୍ନାରେ ଅଙ୍ଗନବାଡ଼ି କର୍ମୀଙ୍କ ବିଶାଳ ସମାବେଶ କରି ଦାବି ପୂରଣ ପାଇଁ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସରକାରୀ କର୍ମଚାରୀ ମାନ୍ୟତା ସମେତ ୯ ଦଫା ଦାବିରେ ନେଇ ଆନ୍ଦୋଳନ ଓହ୍ଲାଇଛନ୍ତି । ମୌସୁମୀ ଅଧିବେଶନର ପ୍ରଥମ ଦିନରେ ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଅଙ୍ଗନବାଡ଼ି କର୍ମୀଙ୍କ ୧୦ ଦଫା ଦାବି ଗୁଡ଼ିକ ହେଲା

ଅଙ୍ଗନବାଡ଼ି କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦେବାସହ ସମାନ କାର୍ଯ୍ୟକୁ ସମାନ ଦରମା ପ୍ରଦାନ । ଯେପର୍ଯ୍ୟନ୍ତ କର୍ମଚାରୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯାଇନାହିଁ, ସେ ପର୍ଯ୍ୟନ୍ତ କର୍ମୀଙ୍କୁ ୧୮ ହଜାର ଓ ସହାୟିକାଙ୍କୁ ୯ ହଜାର ଟଙ୍କା ବେତନ ପ୍ରଦାନ କରାଯାଉ । ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ସଂରକ୍ଷିତ ଥିବା ଶତକଡା ୫୦ ଭାଗ ସୁପରଭାଉଜର ପଦବୀ ପାଇଁ ବୟସ ସୀମା ଉଚ୍ଛେଦ କରାଯାଉ ।

ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଅନୁସାରେ ଗ୍ରାଚ୍ୟୁଇଟି ନିୟମ ଲାଗୁ କରିବା ସହିତ ଅବସର ଗ୍ରହଣ କରିଥିବା ସମସ୍ତ କର୍ମୀ ସହାୟିକାଙ୍କ ଗ୍ରାଚ୍ୟୁଇଟି ପ୍ରଦାନ କରାଯାଉ । ମିନି ଅଙ୍ଗନବାଡ଼ି କର୍ମୀଙ୍କୁ ମୁଖ୍ୟ ଅଙ୍ଗନବାଡ଼ି କର୍ମୀର ମାନ୍ୟତା ଦିଆଯାଉ । ସେମାନଙ୍କ ମଧ୍ୟ ଗ୍ରୀଷ୍ମ ଛୁଟି ପ୍ରଦାନ କରାଯାଉ।

ଏହା ମଧ୍ୟ ପଢନ୍ତୁ...ରାଜ୍ୟ ଶାସନ ବ୍ୟବସ୍ଥାକୁ ବିରୋଧ, ବିଧାନସଭା ଘେରିଲା ମୋ ଦଳ

୨୦୧୯ ମସିହାରେ ବହିଷ୍କୃତ ୬ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ । ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡ଼ି କର୍ମୀଙ୍କୁ ବାଦ ଦିଆଯାଉ । ଜିଓ ବ୍ୟାଗ ବନ୍ଦ କରାଯାଉ । ନୂତନ ଶିକ୍ଷାନୀତିରେ ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସ ସୀମା ନରଖି ସବୁ ଅଙ୍ଗନବାଡ଼ି କର୍ମଚାରୀଙ୍କୁ ପ୍ରି ପ୍ରାଇମେରୀ ଶିକ୍ଷୟତ୍ରୀ ମାନ୍ୟତା ଦିଆଯାଉ । ଅଙ୍ଗନବାଡ଼ି କର୍ମଚାରୀଙ୍କୁ ଅବସର କାଳୀନ ସହାୟତା ରାଶି ୫ ଲକ୍ଷ ଦେବା ସହିତ ମାସିକ ୫ ହଜାର ଟଙ୍କା ପେନସନ ଦିଆଯାଉ । ଅଙ୍ଗନବାଡ଼ି କର୍ମଚାରୀ ଓ ସହାୟିକା କଲ୍ୟାଣ ବୋର୍ଡ ଗଠନ କରାଯାଇ ,ସେମାନଙ୍କ ସାମାଜିକ ସୁରକ୍ଷା ନିଶ୍ଚିତ କରାଯାଉ । ଏଭଳି କିଛି ଦାବି ନେଇ ଆଜି ରାଜ୍ୟ ରାଜଧାନୀରେ ଗର୍ଜିଛି ଅଙ୍ଗନବାଡ଼ି ସଂଘ ।

ଯଦି ଏହି ସମସ୍ତ ଦାବିକୁ ସରକାର ପୂରଣ ନ କରନ୍ତି ,ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ଅଙ୍ଗନବାଡ଼ି ସଂଘ । ସେହିପରି ରାଜ୍ୟର ଚାଲିଥିବା ଶାସନ ବ୍ୟବସ୍ଥାକୁ ବିରୋଧ କରି ଆଜି ବିଧାନସଭା ଘେରିଛି ମୋ ଦଳ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.