ETV Bharat / state

ପୁଣି ବଡ ପରଦାକୁ ଫେରିଲେ ଅରିନ୍ଦମ, ଘୋଷଣା ହେଲା ଫିଲ୍ମର ନାଁ

author img

By

Published : Jul 31, 2023, 11:06 AM IST

ଫିଲ୍ମ ରାମ
ଫିଲ୍ମ ରାମ

ଦୀର୍ଘ ବର୍ଷର ବ୍ରେକ୍‌ ପରେ ଏକ ଧମାକାଧାର ନୂଆ ଓଡ଼ିଆ ଚଳଚ୍ଚିତ୍ର ନେଇ କମ୍ ବ୍ୟାକ୍ କରୁଛନ୍ତି ଓଲିଉଡ଼ ମେଗା ଆକ୍ସନ୍ ଷ୍ଟାର ଅରିନ୍ଦମ ରୟ (arindam roy) । ଭୁବନେଶ୍ୱର ପ୍ରେସ୍ କ୍ଲବ ଠାରେ ଫିଲ୍ମର ପୋଷ୍ଟର ବା ନାମ ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ଫିଲ୍ମ ରାମ

ଭୁବନେଶ୍ବର: ବଡ଼ ପରଦାକୁ ପୁଣି ଫେରିଛନ୍ତି ଓଡ଼ିଆ ମେଗା ଆକ୍ସନ ହିରୋ ଅରିନ୍ଦମ ରୟ । ଦୀର୍ଘ ବର୍ଷର ବ୍ରେକ୍‌ ପରେ ଏକ ଧମାକାଧାର ନୂଆ ଓଡ଼ିଆ ଚଳଚ୍ଚିତ୍ର ନେଇ କମ୍ ବ୍ୟାକ୍ କରୁଛନ୍ତି ଅରିନ୍ଦମ । ଦମଦାର କାହାଣୀ ସହ ପ୍ରଥମ ଥର ପାଇଁ ପ୍ରଯୋଜକ ଭାବରେ ସିନେମା ଶିଳ୍ପରେ ସେ ପାଦ ଥାପିବେ । ତେଣୁ ଦଶହରାକୁ ଦ୍ବିଗୁଣିତ ଉତ୍ସବ ମୁଖର କରିବା ସହିତ ଓଲିଉଡ଼ ଦର୍ଶକଙ୍କୁ ଦଶହରା ଭେଟି ଦେବାକୁ ଯାଉଛନ୍ତି ଅରିନ୍ଦମ । ଏନେଇ ଭୁବନେଶ୍ୱର ପ୍ରେସ୍ କ୍ଲବ ଠାରେ ଫିଲ୍ମର ପୋଷ୍ଟର ବା ନାମ ଘୋଷଣା କାର୍ଯ୍ୟକ୍ରମ ହୋଇଯାଇଛି । ତେବେ ରତ୍ନା ଫିଲ୍ମ ବ୍ୟାନର (Ratna Film Banner)ର ଚତୁର୍ଥ ଅବଦାନ ତଥା ନିଜ ପ୍ରଯୋଜନାରେ ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଛି । ପୂର୍ବରୁ ଫିଲ୍ମର ମହୁରତ ସରିଥିବା ବେଳେ ଫିଲ୍ମର ନାଁ 'ରାମ'କୁ ନେଇ ବେଶ ଚର୍ଚ୍ଚା ହେଉଛି ।

ଏହି 'ରାମ' ଚଳଚ୍ଚିତ୍ର ନାମ ଘୋଷଣା ଉତ୍ସବରେ ଚଳଚ୍ଚିତ୍ରର ପ୍ରଯୋଜକ ତଥା ମେଗାଷ୍ଟାରର ଅରିନ୍ଦମ, ଅଭିନେତ୍ରୀ ରୂପସା, ପିଙ୍କି ପ୍ରଧାନ, ଓଡିଆ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ବରିଷ୍ଠ କ୍ୟାମେରାମ୍ୟାନ ସୁରେନ୍ଦ୍ର ସାହୁ, ପ୍ରଯୋଜକ ମଣ୍ଟୁ ନାୟକ, ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ଯୁଗଳ ଦେବତା, ଅତିସ ରାଉତ, ଟୁଟୁ ନାୟକ, ବିନି ସାମଲ, ନିର୍ଦ୍ଦେଶକ ଅଶୋକ ପତି ପ୍ରମୁଖ ଯୋଗଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସରେ ଉତ୍ତେଜନା, ମୁହାଁମୁହିଁ ଦୁଇ ପ୍ରଯୋଜକ ଗୋଷ୍ଠୀ

ଏହି R.A.M (ରାମ୍) ଚଳଚ୍ଚିତ୍ରର ନିର୍ଦ୍ଦେଶନାରେ ଅଶୋକ ପତି ଏବଂ ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱରେ ଭାରଦ୍ୱାଜ ପଣ୍ଡା ରହିଛନ୍ତି ଓ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ବ ରେ ଅସାଦ ନିଜାମ ଓ ଲିଙ୍କନ, କ୍ୟାମେରା ପରିଚଳନା ଦାୟିତ୍ବରେ ଅଛନ୍ତି ସୁବ୍ରତ କେ ଖଟୋଇ । ଫିଲ୍ମଟି ଦଶହରାରେ ମୁକ୍ତିଲାଭ କରିବା ପାଇଁ ସ୍ଥିର ହୋଇଥିବା ଯୋଗୁଁ ଚଳିତ ମାସରୁ ହିଁ ସୁଟିଙ୍ଗ ଆରମ୍ଭ ହେବ । ଚଳଚ୍ଚିତ୍ର ନାମ ଘୋଷଣା ଉତ୍ସବରେ ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କ ମନରେ ମେଗା ଆକ୍ସନ ଷ୍ଟାର ଅରିନ୍ଦମଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଖୁସି ପ୍ରକାଶ କରିବା ସହିତ ଶୁଭେଚ୍ଛା ଜଣାଇଥିଲେ । ଚଳଚ୍ଚିତ୍ରଟି ଓଲିଉଡ଼ରେ ନିଶ୍ଚୟ ଏକ ମାଇଲ ଖୁଣ୍ଟ ପ୍ରସ୍ତୁତ କରିବ ବୋଲି ଆଶା।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.