ETV Bharat / state

ଟ୍ରାକ୍ଟରକୁ ଧକ୍କା ଦେଇ ବାଇକ ଆରୋହୀ ମୃତ

author img

By

Published : Sep 25, 2020, 5:44 PM IST

ଟ୍ରାକ୍ଟରକୁ ଧକ୍କା ଦେଇ ବାଇକ ଚାଳକ ମୃତ
ଟ୍ରାକ୍ଟରକୁ ଧକ୍କା ଦେଇ ବାଇକ ଚାଳକ ମୃତ

ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅନ୍ତରକିଆରୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସଞ୍ଜୟ ବେହେରା ନାମକ ଜଣେ ବ୍ୟକ୍ତି ବାଇକ ଯୋଗେ ନିଜ ଘରକୁ ଫେରୁଥିବାବେଳେ ଅସାବଧାନତା ବଶତଃ ଅନ୍ତରକିଆରୀ ରୋଡ଼ ନିକଟରେ ଥିବା ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଖୋର୍ଦ୍ଧା: ବାଣପୁର ଥାନା ଅନ୍ତର୍ଗତ ଅନ୍ତରକିଆରୀ ନିକଟରେ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ବାଲୁଗାଁ ରାମପୁର ରୋଡ଼ରେ ରହୁଥିବା ସଞ୍ଜୟ ବେହେରା (୨୩) ଗୁରୁବାର ବିଳମ୍ବିତ ରାତ୍ରିରେ ନିଜ ସହଯୋଗୀଙ୍କ ସହ ବାଣପୁରରୁ ବାଇକ ଯୋଗେ ନିଜ ଘରକୁ ଫେରୁଥିବାବେଳେ ଅସାବଧାନତା ବଶତଃ ଅନ୍ତରକିଆରୀ ରୋଡ଼ ନିକଟରେ ଥିବା ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲେ ।

ଟ୍ରାକ୍ଟରକୁ ଧକ୍କା ଦେଇ ବାଇକ ଚାଳକ ମୃତ

ସଞ୍ଜୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ସ୍ଥଳେ ତାଙ୍କ ସହଯୋଗୀ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ସଞ୍ଜୟଙ୍କ ମୃତଦେହ ଏବଂ ବାଇକ ଜବତ କରିବା ସହ ତାଙ୍କ ସହଯୋଗୀଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ଡାକ୍ତରଖାନା ପଠାଇଥିଲେ । ଆଜି ବ୍ୟବଚ୍ଛେଦ ପରେ ପରିବାରଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.