ବିଶ୍ବକପ ମ୍ୟାଚ ଦେଖିଲେ ୮୦ ବର୍ଷୀୟ ବୃଦ୍ଧ ଦମ୍ପତି, ସରପ୍ରାଇଜ ଦେଲେ ନାତୁଣୀ

author img

By

Published : Jan 23, 2023, 9:15 AM IST

old couple watched hockey match at Kalinga Stadium

ହକିକୁ ନେଇ ଚାରିଆଡେ କ୍ରେଜ । ମ୍ୟାଚ ଦେଖିବା ପାଇଁ ଛୋଟ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ମଧ୍ୟରେ ଆଗ୍ରହ । ଯାହାକୁ ଦେଖିବାକୁ ଷ୍ଟାଡିୟମରେ ଦର୍ଶକଙ୍କ ଖଚାଖଚ ଭିଡ। ଆଉ ଏହି ଭିଡ ଭିତରେ ସାମିଲ ହୋଇଥିଲେ ୮୦ବର୍ଷିୟ ବୃଦ୍ଧ ଦମ୍ପତି। ଗତକାଲି କଳିଙ୍ଗ ଷ୍ଟାଡିୟମରେ ଭାରତ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ ଦେଖିଥିଛନ୍ତି ବ୍ରଜରାଜନଗରର ବୃଦ୍ଧ ଦମ୍ପତି । ଅଧିକ ପଢନ୍ତୁ

ବିଶ୍ବକପ ମ୍ୟାଚ ଦେଖିଲେ ୮୦ ବର୍ଷୀୟ ବୃଦ୍ଧ ଦମ୍ପତି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ହକି ବିଶ୍ବକପ ମ୍ୟାଚ । ମ୍ୟାଚ ଦେଖିବାକୁ ଲୋକଙ୍କ ଭିତରେ ବେଶ ଉତ୍ସହ ଦେଖିବାକୁ ମିଳୁଛି । ହକିକୁ ନେଇ ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କଙ୍କ ମଧ୍ୟରେ ଭରି ରହିଛି କ୍ରେଜ । ଏଥି ପାଇଁ ସନ୍ଧ୍ୟା ହେଲେ ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ଜମୁଛି ଦର୍ଶକଙ୍କ ଗହଳି । ମ୍ୟାଚ ଦେଖିବା ସହ ସେଲଫି ଉଠାଇ ମଜା ନେଉଛନ୍ତି ସମସ୍ତେ । ଆଉ ଏଥିରୁ ବାଦ ପଡିନାହାନ୍ତି ୮୦ ବର୍ଷୀୟ ବୃଦ୍ଧ ଦମ୍ପତି । ଜେଜେ ବାପା ଓ ଜେଜେ ମାଆଙ୍କୁ ହକି ବିଶ୍ବକପ ମ୍ୟାଚ ଦେଖାଇ ଆଣିଛନ୍ତି ନାତୁଣୀ ।

ଗତାକାଲି କଳିଙ୍ଗ ଷ୍ଟାଡିୟମରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ପରିଣତ ବୟସରେ ମଧ୍ୟ ଦୁଇ ବୃଦ୍ଧ ଦମ୍ପତି କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା କ୍ରସ ଓଭର ମ୍ୟାଚ ଦେଖି ବେଶ ଖୁସି । ମ୍ୟାଚକୁ ନେଇ ବୃଦ୍ଧ ଦମ୍ପତିଙ୍କ କ୍ରେଜକୁ ଦେଖି ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବୃଦ୍ଧ ଦମ୍ପତି ହେଉଛନ୍ତି ବ୍ରଜରାଜନଗରର ୮୮ ବର୍ଷିୟ ଗୋଳମଣି ପ୍ରଧାନ ଓ ତାଙ୍କ ୮୦ବର୍ଷିୟ ପତ୍ନୀ ଶକୁନ୍ତଳା ପ୍ରଧାନ । ତାଙ୍କ ନାତୁଣୀ ସୋନାଲି ଓ ତାଙ୍କ ସାଙ୍ଗଙ୍କ ସହ ଗତକାଲି ସେ ପହଞ୍ଚିଥିଲେ କଳିଙ୍ଗ ଷ୍ଟାଡିୟମରେ । ଜେଜେ ଓ ମାଆଙ୍କର ସ୍ବପ୍ନ ପୁରଣ କରିବା ପାଇଁ ହକି ମ୍ୟାଚ ଦେଖାଇବାକୁ ଆସିଥିଲେ । ମ୍ୟାଚ ଦେଖିବା ସହ ଓଲି ଲାଣ୍ଡ ବୁଲି ବୁଲି ଫଟୋ ମଧ୍ୟ ଉଠାଇଥିଲେ ସୋନାଲିଙ୍କ ସହ ବୃଦ୍ଧ ଦମ୍ପତି ।

ସୋନାଲି ହେଉଛନ୍ତି ଜଣେ ବ୍ୟାଙ୍କର । ନାତୁଣୀ ଭୁବନେଶ୍ବରରେ ରହୁଥିବାରୁ ବୃଦ୍ଧ ଦମ୍ପତି ବୁଲିବାକୁ ଆସିଥିଲେ । ସହରରେ ବୁଲିବା ପରେ ବିଶ୍ବକପ ଚାଲିଥିବା ଜାଣିବାକୁ ପାଇଥିଲେ । ପରେ ନାତୁଣୀ ମ୍ୟାଚ ଦେଖିବା ପାଇଁ ମଧ୍ୟ କହିଥିଲେ । ଏଥିରେ ରାଜି ହୋଇ ରବିବାର ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ କ୍ରସଭର ମ୍ୟାଚ ଦେଖିବାକୁ ଆସିଥିଲେ । ଠିକରେ ଚାଲିପାରୁନଥିବା ଦମ୍ପତି ଆଗ୍ରହର ସହ ଷ୍ଟାଡିୟମରେ ପହଞ୍ଚିଥିଲେ। ପରେ ସେଠାରେ ନାତୁଣୀ ଓ ତାଙ୍କ ବାନ୍ଧବିଙ୍କ ସହ ସେଲଫି ଉଠାଇଥିଲେ। ବୃଦ୍ଧଙ୍କ ବିଶ୍ବକପ ଆଗ୍ରହ ଦେଖି ସେଠାରେ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ ।

ଏନେଇ ୮୮ବର୍ଷିୟ ବୃଦ୍ଧ ଗୋଳମଣି ପ୍ରଧାନ କହିଛନ୍ତି ଯେ, '' ଆମ ଜୀବନରେ କେବେବି ଏସବୁ କିଛି ଦେଖିନଥିଲୁ । ଦେଖିବା ପରେ ସବୁ ଆଶ୍ଚର୍ଯ୍ୟ ଲାଗୁଛି। ''

ଏନେଇ ନାତୁଣୀ ସୋନାଲି କହିଛନ୍ତି,'' ଏହା ସେମାନଙ୍କ ପାଇଁ ଏକ ନୂଆ ଅନୁଭବ । ମୁଁ ଯେତେବେଳେ ମ୍ୟାଚ ଦେଖିବାକୁ କହିଥିଲି ସେମାନେ ଆଗ୍ରହ ପ୍ରକାଶ କରିଥିଲେ । ଭିଡ ମଧ୍ୟରେ ସେ ଆସିଛନ୍ତି ମ୍ୟାଚ ଦେଖିବାକୁ । ଏପରି ଅନୁଭୂତି ପାଇଁ ସମସ୍ତେ ନିଜ ବୃଦ୍ଧ ଜେଜେ ବାପା ଓ ମାଆଙ୍କୁ ଆଣନ୍ତୁ ଓ ମ୍ୟାଚ ଦେଖାନ୍ତୁ ।

ଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.