ETV Bharat / state

ବାଇକ ଡ଼ିକି ଭାଙ୍ଗି 2 ଲକ୍ଷ ଲୁଟ: ଘଟଣାର ପର୍ଦ୍ଦାଫାସ କଲା ବାଣପୁର ପୋଲିସ

author img

By

Published : Jun 22, 2021, 9:54 AM IST

ବାଇକ ଡ଼ିକି ଭାଙ୍ଗି 2 ଲକ୍ଷ ଲୁଟ: ଘଟଣାର ପର୍ଦ୍ଦାଫାଶ କଲା ବାଣପୁର ପୋଲିସ
ବାଇକ ଡ଼ିକି ଭାଙ୍ଗି 2 ଲକ୍ଷ ଲୁଟ: ଘଟଣାର ପର୍ଦ୍ଦାଫାଶ କଲା ବାଣପୁର ପୋଲିସ

ବାଇକ ଡିକି ଭାଙ୍ଗି 2 ଲକ୍ଷ ଲୁଟିନେଲେ ଲୁଟେରା । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ବାଣପୁର ପୋଲିସ । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ଗତ ଫେବୃଆରୀ ମାସରେ ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସାମ୍ନାରୁ ଏକ ବାଇକ ଡ଼ିକିରୁ ୨ ଲକ୍ଷ ଟଙ୍କା ଚୋରି ଘଟଣାର ପର୍ଦ୍ଦାଫାସ କରିଛି ବାଣପୁର ପୋଲିସ । ଉକ୍ତ ମାମଲାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ପୁଲି ଶଙ୍କର । ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୮୫ ହଜାର ଟଙ୍କା, ଗୋଟେ ମୋବାଇଲ ଫୋନ ଏବଂ ଗୋଟେ ସ୍କୃ ଡ୍ରାଇଭର ଜବତ କରିଛି ।

ବାଇକ ଡ଼ିକି ଭାଙ୍ଗି 2 ଲକ୍ଷ ଲୁଟ: ଘଟଣାର ପର୍ଦ୍ଦାଫାଶ କଲା ବାଣପୁର ପୋଲିସ

ଏନେଇ ବାଣପୁର ଥାନା ଆଇଆଇସି ରଶ୍ମିରଞ୍ଜନ ସାହୁ ସୂଚନା ଦେଇଛନ୍ତି । ସୂଚନାନୁଯାୟୀ ଫେବୃଆରୀ ମାସ ୧୨ ତାରିଖ ଦିନ ବାଣପୁର ଥାନା ବଡ଼ସିରେଇପୁର ଗ୍ରାମର ନେତ୍ରାନନ୍ଦ ମହାନ୍ତି ବାଣପୁର ଷ୍ଟେଟ ବ୍ୟାଙ୍କରୁ 2 ଲକ୍ଷ ଟଙ୍କା ଉଠାଇ ନିଜ ବାଇକ ଡ଼ିକିରେ ରଖି ସରସ୍ବତୀ ଶିଶୁ ମନ୍ଦିରକୁ ଯାଇଥିଲେ । ସେଠାରୁ କାମ ସାରି ଫେରିଲାବେଳକୁ ଡ଼ିକି ଭଙ୍ଗା ଥିବାର ସେ ଦେଖିବାକୁ ପାଇଥିଲେ ଏବଂ ସେଥିରୁ ସମସ୍ତ ଟଙ୍କା ଚୋରି ହୋଇଯାଇଥିଲା ।



ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.