ETV Bharat / state

ପୃଥକ ଦୁର୍ଘଟଣାରେ ବୃଦ୍ଧ ଓ ଶ୍ରମିକ ମୃତ

author img

By

Published : Jun 11, 2023, 3:31 PM IST

separate road accident
separate road accident

ବେପରୁଆ ଗାଡି ଚାଳନା ପାଇଁ ଖୋର୍ଦ୍ଧା ଜିଲ୍ଲାର ଦୁଇଟି ସ୍ଥାନରେ ଦୁର୍ଘଟଣା ଘଟି ୨ ମୃତ । ଅଧିକ ପଢନ୍ତୁ

ପୃଥକ ଦୁର୍ଘଟଣାରେ ବୃଦ୍ଧ ଓ ଶ୍ରମିକ ମୃତ

ଖୋର୍ଦ୍ଧା : ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ଏବଂ ବାଘମାରି କଣ୍ଟିଲୋର 48ନଂ ରାଜ୍ୟ ରାଜପଥ ପାଲଟିଛି ମୃତ୍ୟୁର ଯନ୍ତା । ବାରମ୍ବାର ଏହି ଦୁଇ ରାଜପଥରେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ବେପରୁଆ ଗାଡ଼ି ଚାଳନା ପାଇଁ ଏଭଳି ଦୁର୍ଘଟଣା ଘଟି ଅକାଳରେ ଜୀବନ ଯାଉଥିବା ନଜରକୁ ଆସୁଛି । ଗୋଟିଏ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନକୁ ସରକାର ବ୍ଲାକ ସ୍ପଟ ଘୋଷଣା କରୁଥିଲେ ମଧ୍ୟ କୌଣସି ପ୍ରଭାବ ପଡୁନଥିବା ନଜରକୁ ଆସୁଛି । ସେହିଭଳି ଆଜି ଖୋର୍ଦ୍ଧା ଜିଲ୍ଲାର ଦୁଇଟି ସ୍ଥାନରେ ଦୁର୍ଘଟଣା ଘଟି ଦୁଇଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି ।

ବାଘମାରି କଣ୍ଟିଲୋ 48ନଂ ରାଜ୍ୟ ରାଜପଥର ସିମୋର ଉଚ୍ଚ ବିଦ୍ୟାଳୟ ନିକଟରେ ବସ ଧକ୍କାରେ ବୃଦ୍ଧଙ୍କ ଜୀବନ ଯାଇଥିବା ଜଣାପଡିଛି । ସୂଚନା ମୁତାବକ , ସିମୋର ଗ୍ରାମର ଯୁଗଳ ବେହେରା ବଜାରରୁ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ରେଣୁକା ନାମକ ଯାତ୍ରୀବାହୀ ବସ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଦୁଇ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବାଘମାରି ଥାନା ଅଧିକାରୀ ଶମ୍ଭୁନାଥ ନାୟକ ଦୁର୍ଘଟଣା ଗସ୍ତ ବସକୁ ଜବତ କରିବା ସହ ଫତେଗଡ଼ ଅଞ୍ଚଳର ଡ୍ରାଇଭର ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ସେହିପରି ଖୋର୍ଦ୍ଧା ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ମେଡିକାଲ୍ ଛକ ରାସ୍ତାରେ ଏକ ହାଇୱା ଧକ୍କାରେ ସାଇକେଲରେ ଯାଉଥିବା ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଖୋର୍ଦ୍ଧା ନୟାଗଡ଼ ରାସ୍ତାରେ ଉଭୟ ପଟୁ ଯାନବାହାନ ଚଳାଚଳରେ ବ୍ୟାହତ ସୃଷ୍ଟି ହୋଇଥିଲା । ପୋଲିସ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ମେଡିକାଲ୍ ପଠାଇବା ସହିତ ଗାଡ଼ି ମଟର ଚଳାଚଳ ସ୍ୱାଭାବିକ କରିଥିବା ଦେଖିବାକୁ ମିଳିଛି ।

ପ୍ରକାଶ ଥାଉକି, ସେହପରି ଗତ ଗୁରୁବାର ଦିନ ଜଗତସିଂହପୁର ସହର ଗାନ୍ଧୀ ଛକ ନିକଟରେ ଅଭାବନୀୟ ଘଟଣା ଘଟିଥିଲା । ଆମ୍ବାସାଳ ଗ୍ରାମର ଦେବେନ୍ଦ୍ର ସାହୁଙ୍କ ପୁଅ କିଶନ କୁମାର ସାହୁ ଓ ତାଙ୍କ ସାଙ୍ଗ ମିହିର ପଣ୍ଡା ବାଲେଶ୍ଵର ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଚିହ୍ନଟ ପାଇଁ ଗତ ବୁଧବାର ଦିନ ଭୁବନେଶ୍ୱର ଏମ୍ସକୁ ଯାଇଥିଲେ । ସେଠାରେ ମୃତଦେହ ଚିହ୍ନଟ କରି ଗୁରୁବାର ଫେରିବା ସମୟରେ ଗାନ୍ଧିଛକ ନିକଟରେ ଏକ ପିକ୍‌ଅପ ଭ୍ୟାନ ତାଙ୍କ ବୁଲେଟକୁ ଧକ୍କା ଦେଇଥିଲା । ଫଳରେ ବୁଲେଟ୍‌ ଚଳାଉଥିବା ଅମ୍ବାସାଳର କିଶନ ସାହୁ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ,ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.