ETV Bharat / state

ଲୁଟ ଘଟଣାର ପର୍ଦ୍ଦାଫାଶ: ଅଳଙ୍କାର ଜବତ ସହ ୨ ଗିରଫ

author img

By

Published : Jun 26, 2021, 6:58 PM IST

ଲୁଟ ଘଟଣାର ପର୍ଦ୍ଦାଫାଶ : ଲୁଟ ଅଳଙ୍କାର ଜବତ ସହ ୨ ଗିରଫ
ଲୁଟ ଘଟଣାର ପର୍ଦ୍ଦାଫାଶ : ଲୁଟ ଅଳଙ୍କାର ଜବତ ସହ ୨ ଗିରଫ

ଖୋର୍ଦ୍ଧା ଜିଲ୍ଲା ବାଘମାରୀ ସାରୁଅ ରାସ୍ତା ‌ମଝିରୁ ଦମ୍ପତିଙ୍କ ଠାରୁ ହୋଇଥିବା ଲୁଟର ପର୍ଦ୍ଦାଫାଶ କଲା ପୋଲିସ । ଲୁଟ ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ସହ ଦୁଇ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ....

ଖୋର୍ଦ୍ଧା : ବାଘମାରୀ ସାରୁଅ ରାସ୍ତା ‌ମଝିରୁ ଭୁବନେଶ୍ବରରୁ ନୟାଗଡ଼ ଯାଉଥିବା ଦମ୍ପତିଙ୍କ ଠାରୁ ଅଳଙ୍କାର ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି ବାଘମାରି ପୋଲିସ । ଏହି ଘଟଣାରେ ପୋଲିସ ଆଜି ୨ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ମୋବାଇଲ, ୨ଟା ସୁନା ଚେନ, ତିନିହଳ ସୁନା କାନଫୁଲ, ତିନୋଟି ସୁନା ମୁଦି ସହ ଚୋରିରେ ବ୍ୟବହାର କରିଥିବା ଆପାଚୀ ମୋଟରସାଇକେଲକୁ ଜବତ କରିଛି ପୋଲିସ ।

ଲୁଟ ଘଟଣାର ପର୍ଦ୍ଦାଫାଶ : ଲୁଟ ଅଳଙ୍କାର ଜବତ ସହ ୨ ଗିରଫ

ସେହିପରି ଏହି ଘଟଣାର ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ରଣପୁର ନିରପଲ୍ଳୀ ଅଞ୍ଚଳର ଇଶା ମୁଦିନ ଖାଁ ଓ ଖୋର୍ଦ୍ଧା ସହର ମୁକୁନ୍ଦପ୍ରସାଦର ରାଜ ଦଳବେହେରାଙ୍କୁ ଗିରଫ କରିଛି ବାଘମାରି ପୋଲିସ । ସୂଚନା ଅନୁସାରେ ଗତ ୪ ତାରିଖରେ ବାଘମାରି ସାରୁଅ ରାସ୍ତା ମଧ୍ୟରୁ ସୁରଜ ପଟ୍ଟନାୟକ ଓ ତାଙ୍କ ପତ୍ନୀଙ୍କ ଠାରୁ ଅଳଙ୍କାର ଥିବା ଭ୍ୟାନିଟି ବ୍ୟାଗକୁ ମୋଟରସାଇକେଲରେ ଆସି ଲୁଟ କରି ଫେରାର ହୋଇଯାଇଥିଲେ ଦୁବୃର୍ତ୍ତ । ଘଟଣାରେ ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିଥିଲା ପୋଲିସ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.