ETV Bharat / state

ଘରୋଇ କଳହକୁ କେନ୍ଦ୍ର କରି ଯୁବକଙ୍କୁ ନିର୍ମମ ହତ୍ୟା

author img

By

Published : Apr 11, 2020, 10:56 AM IST

Updated : Apr 11, 2020, 2:59 PM IST

a young man killed in kendujhar district
ଘରୋଇ କଳହକୁ କେନ୍ଦ୍ର କରି ଯୁବକଙ୍କୁ ନିର୍ମମ ହତ୍ୟା

10:49 April 11

ଘରୋଇ କଳହକୁ କେନ୍ଦ୍ର କରି ଯୁବକଙ୍କୁ ନିର୍ମମ ହତ୍ୟା

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପଣସଡ଼ିହା ପଞ୍ଚାୟତ ଶିକାବେଡ଼ାରେ ଅଭାବନୀୟ ଘଟଣା । ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣାକ ଘଟିଛି । ସୂଚନା ଅନୁଯାୟୀ ମୃତକ ଜଣଙ୍କ ସେହି ଗାଁର ଡିବାର ପୂର୍ତ୍ତି ବୋଲି ଜଣାପଡିଛି । ଯୁବକ ଜଣଙ୍କ ଶୁକ୍ରବାର ସନ୍ଧ୍ୟାରେ ନିଜ ଘର ନିକଟରେ ଥିବା ସମ୍ପର୍କୀୟଙ୍କ ଦୋକାନକୁ କିଛି ଜିନିଷ କିଣିବାକୁ ଯାଇଥିଲେ । 

ସେହି ସମୟରେ ସେଠାରେ କୈାଣସି କାରଣକୁ ନେଇ ଝଗଡ଼ା ସୃଷ୍ଟି ହୋଇଥିଲା । ଏହି ଝଗଡ଼ା ପରବର୍ତ୍ତୀ ସମୟରେ ଉଗ୍ରରୂପ ଧାରଣ କରିଥିଲା । ପରେ ଡିବାରଙ୍କୁ ଠେଙ୍ଗାରେ  ସଂଙ୍ଘବଧ ଭାବେ ଆକ୍ରମଣ  କରାଯାଇଥିଲା । ଫଳରେ ଘଟଣାସ୍ଥଳରେ ଡିବାରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ଏବଂ ଘଟଣାର ଅଧିକ ତଦନ୍ତ ଆରମ୍ଭ ଜାରି ରଖିଛି ।  

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Last Updated :Apr 11, 2020, 2:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.