ETV Bharat / state

କେନ୍ଦୁଝର ଗସ୍ତରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ

author img

By

Published : Jun 20, 2022, 8:52 PM IST

Updated : Jun 20, 2022, 9:05 PM IST

ଦିନିକିଆ କେନ୍ଦୁଝର ଗସ୍ତରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ସ୍ଥାନୀୟ ଦରବାର ହଲରେ କଲେ ବିଭାଗୀୟ ସମୀକ୍ଷା । ବିଧାୟକ, ସାଂସଦ ଏବଂ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ । ଅଧିକ ପଢ଼ନ୍ତୁ

କେନ୍ଦୁଝର ଗସ୍ତରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ
କେନ୍ଦୁଝର ଗସ୍ତରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ

କେନ୍ଦୁଝର: ଦିନିକିଆ ଗସ୍ତରେ ଆସିଛନ୍ତି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ସ୍ଥାନୀୟ ଦରବାର ହଲରେ ବିଭାଗୀୟ ସମୀକ୍ଷା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମିଶନ ଶକ୍ତି କାଫେ ପରିଦର୍ଶନ କରିଥିଲେ ।

କେନ୍ଦୁଝର ଗସ୍ତରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ

ଏହି ଅବସରରେ ଅଙ୍ଗନବାଡି ଶିଶୁଙ୍କର ଅଧିକ ଯତ୍ନ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିବା ସହ ଭାଙ୍ଗିଯାଇଥିବା ଅଙ୍ଗନବାଡି ଗୁଡିକ ପାଇଁ ନୂତନ ଗୃହ ନିର୍ମାଣ ଯଥାଶୀଘ୍ର ଆରମ୍ଭ କରିବାକୁ ବୈଠକରେ ଆଲୋଚନା କରିଛନ୍ତି ମନ୍ତ୍ରୀ । ପରେ ମଇଦାନକେଲଠାରେ ପଞ୍ଚାୟତ ଫେଡେରେସେନର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ଏହି ସମୀକ୍ଷା ସମୟରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ସଦର ଓ ଚମ୍ପୁଆ ବିଧାୟକ, ସାଂସଦ ଏବଂ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କେନ୍ଦୁଝର

Last Updated :Jun 20, 2022, 9:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.