ETV Bharat / state

ବର୍ଷା ପାଣିରେ ଉବୁଟୁବୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

author img

By

Published : Jun 30, 2020, 4:16 AM IST

Updated : Jun 30, 2020, 4:24 AM IST

ଅସରାଏ ବର୍ଷାରେ ଉବୁଟୁବୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଏହି ସମସ୍ୟା କେବଳ ଚଳିତ ବର୍ଷରେ ନୁହେଁ ବରଂ ଗତ 10ବର୍ଷ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଅବସ୍ଥା ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ...

Rain Water locked in District Headquater Hospital, keonjhar
ବର୍ଷା ପାଣିରେ ଉବୁଟୁବୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

କେନ୍ଦୁଝର: ଅସରାଏ ବର୍ଷାରେ ଉବୁଟୁବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଏହି ସମସ୍ୟା ମାସେ କିମ୍ବା ବର୍ଷକର ନୁହେଁ, ବରଂ ଗତ 10ବର୍ଷ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଅବସ୍ଥା ଦେଖିବାକୁ ମିଳୁଛି ।

ଏହାର ନିରାକରଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠି ଏବଂ ଓମବାଡ଼ସି ଅର୍ଥରୁ କୋଟି କୋଟି ଖର୍ଚ୍ଚ କରି ଶତବାର୍ଷିକ କୋଠା ନିର୍ମାଣ କରାଗଲା । କିନ୍ତୁ ସବୁପରେ ସ୍ଥିତିରେ ଯଥା ପୂର୍ବଂ ତଥା ପରଂ ନୀତିରେ କୌଣସି ସୁଧାର ଆସିନାହିଁ ।

କେନ୍ଦୁଝରରେ ଆଜି ଅପରାହ୍ନରୁ ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ଆରମ୍ଭର କିଛି ସମୟ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜଳାର୍ଣ୍ଣବ ହୋଇଗଲା । ଆଉଡୋରରୁ ଆରମ୍ଭ କରି ଶଲ୍ୟ ବିଭାଗ, ଭେଷଜ ବିଭାଗର ୱାର୍ଡ ଗୁଡିକରେ ଆଣ୍ଠୁଏ ଆଣ୍ଠୁଏ ପାଣି ଦେଖିବାକୁ ମିଳିଥିଲା। ଫଳରେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏପରିକି କିଛି ସମୟ ପାଇଁ ଆଉଟଡୋର ବନ୍ଦ ହୋଇ ଯାଇଥିଲା । ଖାଲି ସେତିକି ନୁହଁ , ଖୋଦ୍ ଜିଲ୍ଲା ଚିକିତ୍ସାଧିକାରୀଙ୍କ ଅଫିସ ମଧ୍ୟ ପାଣି ଘେରରେ ରହିଥିଲା । ପରିସ୍ଥିତି ଏପରି ହେଇଥିଲା ଯେ ୱାର୍ଡ ଗୁଡିକର ସ୍ଥିତି ପରକ୍ଷିବାକୁ ନିଜେ ଜିଲ୍ଲା ଚିକିତ୍ସାଧିକାରୀ ନିଜ କାର୍ଯ୍ୟାଳୟ ବାହାରକୁ ଆସିବା କଷ୍ଟକର ହୋଇ ପଡ଼ିଥିଲା । ମେଡିକାଲର ସୁଇପରରୁ ଆରମ୍ଭ କରି ସୁରକ୍ଷା କର୍ମଚାରୀ ସମସ୍ତେ ପାଣି କାଢ଼ିବାରେ ଲାଗି ପଡ଼ିଥିଲେ । ପ୍ରାୟ 3 ଘଣ୍ଟା ପରେ ପରିସ୍ଥିତି ସାମାନ୍ୟ ହେଇଥିଲା ।

ତେବେ ଆଜିର ଏହି ଘଟଣା ଚିକିତ୍ସାଳୟ ଅଧିକାରୀ ଏବଂ ନୂତନ କୋଠା ନିର୍ମାଣ ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗର ଦାୟିତ୍ବବୋଧ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ପଚାରିବାରୁ ପାଣି ପଶିଥିବା ଘଟଣାକୁ ସ୍ବୀକାର କରିଥିଲେ । ତେବେ ଉପର କୋଠା ନିର୍ମାଣ ହେଉଥିବାରୁ ଏହା ଉପରେ ଦୋଷ ଦେଇ ନିଜ ଦାୟିତ୍ବ ହଟାଇ ଏଡାଇ ଯାଇଥିଲେ । ଏହାକୁ କ୍ୟାମେରା ସାମ୍ନାରେ ଜିଲ୍ଲା ଚିକିତ୍ସାଧିକାରୀ କହିନଥିବା ବେଳେ, ହସ୍ପିଟାଲ ମ୍ୟାନେଜମେଣ୍ଟର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated :Jun 30, 2020, 4:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.