ETV Bharat / state

ଗ୍ରାଉଣ୍ଡରେ ପାଣ୍ଡିଆନ, ପିପି ସେଣ୍ଟରରେ ପଶିଲା ପାଣି

author img

By

Published : Oct 13, 2019, 9:36 PM IST

କେନ୍ଦୁଝର ଗସ୍ତରେ ଭିକେ ପାଣ୍ଡିଆନ । ଉନ୍ନୟନ କମିଶନର ଓ ସ୍ବାସ୍ଥ୍ୟ ସଚିବଙ୍କ ସହ ହଠାତ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ତେବେ ଏହି ସମୟରେ ପିପି ସେଣ୍ଟରରେ ପଶିଲା ପାଣି । ଅଧିକ ପଢନ୍ତୁ...

କେନ୍ଦୁଝର ଗସ୍ତରେ ଭି କେ ପାଣ୍ଡିଆନ

କେନ୍ଦୁଝର: ତୋଫାନି ଗସ୍ତରେ 5‘ଟି’ ସଚିବ ଭିକେ ପାଣ୍ଡିଆନ । ଆଜି ତୋଫାନି ଗସ୍ତରେ କେନ୍ଦୁଝରରେ ପହଞ୍ଚିଥିଲେ ପାଣ୍ଡିଆନ । ସାଙ୍ଗରେ ଥିଲେ ଉନ୍ନୟନ କମିଶନର ଓ ସ୍ବାସ୍ଥ୍ୟ ସଚିବ । ହେଲିକପ୍ଟର ଯୋଗେ ସ୍ଥାନୀୟ ରାଇସୁଆଁ ହେଲିପ୍ୟାଡରେ ଓହ୍ଲେଇ ସିଧା କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ ପାଣ୍ଡିଆନ ।

କେନ୍ଦୁଝର ଗସ୍ତରେ ଭି କେ ପାଣ୍ଡିଆନ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ ଭାବେ ନିର୍ମିତ ଦ୍ବିତୀୟ ମହଲାରେ ଥିବା ବିଭିନ୍ନ ୱାର୍ଡ ବୁଲିବା ସହ ରୋଗୀଙ୍କ ସହ କଥା ହୋଇଥିଲେ ସଚିବ। ପରେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ପରିଭ୍ରମଣ କରିଥିଲେ। ପରେ ସ୍ଥାନୀୟ ମନୋଜ ମଞ୍ଜରୀ ଶିଶୁ ଭବନ ମଧ୍ୟ ବୁଲି ଦେଖିଥିଲେ। ସଚିବଙ୍କ ଗସ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଗୁପ୍ତ ରଖିବା ସହ ମିଡ଼ିଆକୁ ଦୂର କରିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି ।

ପ୍ରକାଶ ଯେ, ସଚିବଙ୍କ ଗସ୍ତ ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁନଃ ଉନ୍ନତିକରଣ କରାଯାଇଥିବାବେଳେ ରାତି ଦିନ କାର୍ଯ୍ୟ କରାଯାଇଥିବା ନେଇ ବହୁ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଥିଲେ ।

5ଟି ସଚିବଙ୍କ ଗସ୍ତ ସମୟରେ କେନ୍ଦୁଝର ପି ପି ସେଣ୍ଟରରେ ପଶିଲା ପାଣି । 5ଟି ସଚିବ ଆଜି ତୋଫାନି ଗସ୍ତରେ କେନ୍ଦୁଝର ଜିଲ୍ଲାକୁ ଆସିଥିଲେ। ଏହି ଗ୍ରସ୍ତକୁ ନେଇ ବେଶ କିଛି ଦିନ ହେବ ପ୍ରଶାସନ ଚଳଚଞ୍ଚଳ ହୋଇ ପଡ଼ିଥିଲା। ତାଙ୍କ ଗସ୍ତକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁନଃ ଉନ୍ନତିକରଣ କାର୍ଯ୍ୟ ଜୋର ସୋରରେ ଚାଲିଥିଲା ।

ଆଜି ସଚିବଙ୍କ ଗସ୍ତ ସମୟରେ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସହ ପିପି ସେଣ୍ଟର ପାଣିରେ ଭର୍ତ୍ତି ହୋଇଯାଇଥିଲା । ବାଧ୍ୟ ହୋଇ ପାଣି ଭିତରେ ପଶି ଡାକ୍ତର ଓ ଅନ୍ୟ କର୍ମଚାରୀ ଆସିବାକୁ ପଡିଥିଲା ।

ଏନେଇ କର୍ମଚାରୀ ମାନେ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁ ନଥିବା ପ୍ରକାଶ କରିଛନ୍ତି । 5ଟି ଗସ୍ତକୁ ନେଇ ଲକ୍ଷାଧିକ ଟଙ୍କା ବ୍ୟୟ କରି ପୁନଃରୁଦ୍ଧାର କାର୍ଯ୍ୟ ସମ୍ପାଦନ କରାଯାଇଥିବା ବେଳେ ଟିକିଏ ବର୍ଷାରେ ପାଣି ପଶିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ତୋଫାନି ଗ୍ରସ୍ତ ରେ 5ଟି ସଚିବ ଭି କେ ପାଣ୍ଡିଆନBody:
ଆଙ୍କର-ଆଜି ତୋଫାନି ଗ୍ରସ୍ତରେ କେନ୍ଦୁଝର ରେ ପହଞ୍ଚିଥିଲେ 5ଟି ସଚିବ ଭି କେ ପାଣ୍ଡିଆନ । ସାଙ୍ଗରେ ଥିଲେ ଉନ୍ନୟନ କମିଶନର ଓ ସ୍ୱାସ୍ଥ୍ୟ ସଚିବ । ହେଲିକ୍ୟାପ୍ଟର ଯୋଗେ ସ୍ଥାନୀୟ ରାଇସୁଆଁ ହେଲିପ୍ୟାଡରେ ଓହ୍ଲେଇ ସିଧା କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆସିଥିଲେ ସଚିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ ନିର୍ମିତ ଦୁତୀୟ ମହଲରେ ଥିବା ବିଭିନ୍ନ ୱାର୍ଡ ବୁଲିବା ସହ ରୋଗୀଙ୍କ ସହ କଥା ହୋଇଥିଲେ ସଚିବ । ପରେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ପରିଭ୍ରମଣ କରିଥିଲେ 5ଟି ସଚିବ ଓ ଅନ୍ୟ ଅଧିକାରୀ ମାନେ । ପରେ ସ୍ଥାନୀୟ ମନୋଜ ମଞ୍ଜରୀ ଶିଶୁ ଭବନ ବୁଲି ଦେଖିଥିଲେ ସଚିବ । ସଚିବଙ୍କ ଗ୍ରସ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଗୁପ୍ତ ରଖିବା ସହ ମିଡ଼ିଆକୁ ଦୂର କରିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି ।ପ୍ରକାଶ ଯେ ସଚିବଙ୍କ ଗ୍ରସ୍ତ ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁନଃ ଉନ୍ନତି କରଣ କରାଯାଇଥିବାବେଳେ ରାତି ଦିନ କାର୍ଯ୍ୟ କରାଯାଇଥିବା ନେଇ ବହୁ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଥିଲେ ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.