ETV Bharat / state

କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଦୁଇ ମୃତ, ଘଟଣାସ୍ଥଳରେ ଉତ୍ତେଜନା

author img

By

Published : Sep 17, 2019, 9:18 AM IST

Updated : Sep 17, 2019, 10:45 AM IST

ଡିଜାଇନ ଫଟୋ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଦୁଇ ମୃତ ଅଭିଯୋଗ । ଚିକିତ୍ସାଳୟରେ ଉତ୍ତେଜନା ।

କେନ୍ଦୁଝର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଦୁଇ ମୃତ ଅଭିଯୋଗ । ଚିକିତ୍ସାଳୟରେ ଉତ୍ତେଜନା ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କେନ୍ଦୁଝର

ଗତକାଲି(ସୋମବାର) ରାତିରେ ସହର ଉପକଣ୍ଠ ନରଣପୁରର ଖିରୋଦିନି ପାତ୍ର ରକ୍ତଚାପର ଶିକାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ରାତିରେ ତାଙ୍କୁ ଡାକ୍ତର ଦେଖିବା ପରେ ସାଲାଇନ ଦେଇଥିଲେ । ଯେଉଁଥିପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କୁ ପଇସା ଦେବାକୁ ପଡିଥିଲା । ହେଲେ ଆଜି ଭୋରରୁ ରୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅମ୍ଳଜାନ ଦେବାକୁ ଡାକ୍ତର କହିଥିଲେ । ହେଲେ ମହିଳା ବିଭାଗରେ ଯେଉଁ 3 ଟି ଅମ୍ଳଜାନ ଥିଲା ସେଥିରୁ ଗୋଟିଏ ଜଣେ ସାପ କାମୁଡା ରୋଗୀଙ୍କ ଦେହରେ ଲାଗିଥିଲା ଓ ଅନ୍ୟ ଦୁଇଟି ଖାଲିଥିଲା । ହେଲେ ଏହାକୁ ରୋଗୀଙ୍କୁ ଲଗାଇବା ଲାଗି କେହି ଉପସ୍ଥିତ ନଥିଲେ । ସେପଟେ ଡାକ୍ତର ମଧ୍ୟ ଆଉ ଆସିନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସେହିପରି ମୟୁରଭଞ୍ଜ କରଞ୍ଜିଆ ନୂଆଁ ଗାଁର ଜାନକୀ ପାତ୍ରଙ୍କୁ ଗତକାଲି ସାପ କାମୁଡିଥିଲା । ସେ ରାତିରେ ସେଠାରୁ ସ୍ଥାନାନ୍ତର ହୋଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ତେବେ ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଉପଯୁକ୍ତ ଚିକିତ୍ସା ହୋଇନଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏ ବିଷୟରେ ଅବଗତ ହେବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:ସ୍ଲଗ-କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ଅବହେଳା ରୁ ଦୁଇ ଜଣମୃତ୍ୟୁ ଅଭିଯୋଗ, ଉତେଜନା
ଆଙ୍କର- କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଦୁଇ ରୋଗୀ ରୋଗୀ ଙ୍କ ମୃତ୍ୟୁ ନେଇ ଉତେଜନା ପ୍ରକାଶ ପାଇଛି । ଗତକାଲି ଦୁଇ ମହିଳା ଭିନ୍ନ ଭିନ୍ନ ରୋଗ ପାଇଁ କେନ୍ଦୁଝର ଚିକିଆଳୟ ରେ ଭର୍ତ୍ତି ହୋଇଛି । ଦୁଇ ଜଣଙ୍କୁ ସାଲାଇନ ନଦେବାଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଫଳରେ ମେଡିକାଲ ମଧ୍ୟରେ ଉତେଜନା ପ୍ରକାଶ ପାଇଛି । ଏନେଇ ମୁଖ୍ୟ ଚିକିଅଧିକାରୀ ଙ୍କ ପ୍ରତିକ୍ରିୟା ମିଳିପାରିନହିଁ ।Conclusion:
Last Updated :Sep 17, 2019, 10:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.