ETV Bharat / state

ସୁନାବେଶରେ ଦର୍ଶନ ଦେଲେ ଘଟଗାଁ ରାଣୀ, ସାନିଧ୍ୟ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

author img

By

Published : Jan 1, 2023, 7:51 AM IST

suna besha of maa tarini
ସୁନାବେଶରେ ଦର୍ଶନ ଦେଲେ ଘଟଗାଁ ରାଣୀ, ସାନିଧ୍ୟ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

ନୂଆ ବର୍ଷରେ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ଘଟଣାଗାଁ ରାଣୀ ମା' ତାରିଣୀ (suna besha of maa tarini ) । ମା'ଙ୍କ ଏହି ଦିବ୍ୟ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଅଧିକ ପଢନ୍ତୁ

ସୁନାବେଶରେ ଦର୍ଶନ ଦେଲେ ଘଟଗାଁ ରାଣୀ, ସାନିଧ୍ୟ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

କେନ୍ଦୁଝର: 2022 ବିଦାୟ ନେଇ ନୂଆବର୍ଷ 2023 ଆସିଛି । ଏ ନେଇ ସବୁଠି ଉତ୍ସବ । ବର୍ଷର ପ୍ରଥମ ଦିନରେ ବିଭିନ୍ନ ପୀଠରେ ଭକ୍ତଙ୍କ ଭିଡ ଲାଗିଛି । ନୂଆବର୍ଷରେ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ଘଟଣାଗାଁ ରାଣୀ ମା' ତାରିଣୀ ( suna besha of maa tarini ) । ମା'ଙ୍କର ଟିକିଏ ସାନିଧ୍ୟ ପାଇଁ ତାରିଣୀ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି ।

ସକାଳୁ ମା'ଙ୍କ ଦର୍ଶନ ପାଇଁ ମନ୍ଦିର ଆଗରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ମା' ତାରିଣୀଙ୍କ ମନ୍ଦିରରେ ମଧ୍ୟ ଭୋରୁ ଭକ୍ତଙ୍କ ଭିଡ଼ ଲାଗିଛି । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାତି ୩ଟାରୁ ମା' ତାରିଣୀଙ୍କର ରୀତିନୀତି ଅନୁଯାୟୀ ସ୍ବତନ୍ତ୍ର ପୂଜା କରାଯାଇଛି । ସ୍ବତନ୍ତ୍ର ପୂଜାନୀତି ପରେ ମା'ଙ୍କର ସୁନାବେଶ କରାଯାଇଛି । ସମସ୍ତ ପୂଜା ନୀତି ପରେ ସକାଳ ୫ ଟାରୁ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଫାଟକ ଖୋଲା ଯାଇଥିଲା ।

ରୀତିନୀତିରେ ମା'ଙ୍କୁ ସୁନା ଅଳଙ୍କାରରେ ସଜାଇଛନ୍ତି ପୂଜକ । ଷୋଡଷ ପୂଜା ଉପଚାର ବିଧିରେ ମା'ଙ୍କ ପୂଜା ସମ୍ପର୍ଣ୍ଣ ହୋଇଛି । ଜଗତର କଲ୍ୟାଣ ପାଇଁ ମା'ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ସମସ୍ତେ । ଜଗତର ମଙ୍ଗଳ କରନ୍ତୁ ମା' । ଘଟଗାଁ ରାଣୀଙ୍କ ସୁନାବେଶ ଦର୍ଶନ କରି ଖୁସିବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ । ବର୍ଷ ତମାମ ସମସ୍ତଙ୍କ ସୁଖ ସମୃଦ୍ଧିରେ କଟୁ ବୋଲି ପ୍ରାର୍ଥନା କରିଛନ୍ତି ଭକ୍ତ । ମା'ଙ୍କ ପାଖରୁ ଫେରିବାକୁ ମନ ହେଉନଥିବା କହିଛନ୍ତି ଶ୍ରଦ୍ଧାଳୁ ।

ଏହା ବି ପଢନ୍ତୁ... HappyNewYear2023: ସାରା ବିଶ୍ୱରେ ନବବର୍ଷର ଉତ୍ସାହ, ପ୍ରଥମେ ଅକଲାଣ୍ଡ ଛୁଇଁଲା ୨୦୨୩

ଆଜି ଦିନ ତମାମ ମା' ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ଭକ୍ତ ମଧ୍ୟ ମା'ଙ୍କ ଦର୍ଶନ ପାଇଁ ବିଭୋର ହେବା ସହ ପରିବାରର ସୁଖଶାନ୍ତି ପାଇଁ ପାର୍ଥନା କରିଛନ୍ତି । ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଆଖି ଆଗରେ ରଖି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହା ସହ ସମସ୍ତ ଭକ୍ତଙ୍କ ପାଇଁ ମା' ଙ୍କ ପ୍ରସିଦ୍ଧ ନଡ଼ିଆ ଲଡୁର ମଧ୍ୟ ବ୍ୟବସ୍ଥା କରାଯାଇଛି । ପ୍ରତି ବର୍ଷ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ହୋଇଥାଏ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.