ETV Bharat / bharat

HappyNewYear2023: ସାରା ବିଶ୍ୱରେ ନବବର୍ଷର ଉତ୍ସାହ, ପ୍ରଥମେ ଅକଲାଣ୍ଡ ଛୁଇଁଲା ୨୦୨୩

author img

By

Published : Jan 1, 2023, 6:00 AM IST

ପୂର୍ବ ବର୍ଷ ୨୦୨୨ ମଧ୍ୟ ବିଦାୟ ଦେଇ ନବବର୍ଷ ୨୦୨୩କୁ ସ୍ବାଗତ କରିଛନ୍ତି ବିଶ୍ବବାସୀ । କେଉଁଠି ଆତସବାଜି ହେଉଛି ତ ଆଉ କେଉଁଠି ଗୀତର ତାଳେ ତାଳେ ନୂଆବର୍ଷକୁ କରାଯାଇଛି ସ୍ବାଗତ । ସବୁଠି ଉତ୍ସବର ମାହୋଲ । ସଭିଏଁ ଖୁସ୍‌ । ଅକଲାଣ୍ଡରୁ ଅଷ୍ଟ୍ରେଲିଆ, ଆମେରିକାରୁ ଆଫ୍ରିକା, ଗ୍ରୀନଲ୍ୟାଣ୍ଡରୁ ଆୟର୍ଲ୍ୟାଣ୍ଡ ଇଂଲଣ୍ଡରୁ ଇଣ୍ଡିଆ ସବୁଠି ନବବର୍ଷକୁ ଜୋରଦାର ସ୍ବାଗତ କରାଯାଇଛି (New Year 2023 Celebration) । ଅଧିକ ପଢନ୍ତୁ

Happy New Year 2023
Happy New Year 2023

ହାଇଦ୍ରାବାଦ: ଋତୁର ପରିବର୍ତ୍ତନରେ ଧରାପୃଷ୍ଠକୁ ବସନ୍ତ ପରେ ବସନ୍ତ ଆସେ, ଗୋଟିଏ ବର୍ଷର ଗତିଶୀଳତା ଭିତରେ ପୁଣି ସେହି ଋତୁ ଆସେ କିନ୍ତୁ ସେହି ବର୍ଷ ଆସି ନଥାଏ । ସେହିକ୍ରମରେ ପୂର୍ବ ବର୍ଷ ୨୦୨୨ ମଧ୍ୟ ବିଦାୟ ନେଇଛି । ନୂଆ ବର୍ଷ ୨୦୨୩ ନୂତନ ସମ୍ଭାବନା ଧରି ପୃଥିବୀ ପୃଷ୍ଠରେ ପ୍ରବେଶ କରିଛି । ବିଦାୟ ବର୍ଷର ଦୁଃଖ, ଦୁର୍ଦ୍ଦଶା, ଦୁର୍ଘଟଣା ସଫଳ ବିଫଳ ଆଶା ନିରାଶାକୁ ପାସୋରି ନବବର୍ଷକୁ ସ୍ବାଗତ କରିଛନ୍ତି ବିଶ୍ବବାସୀ । ଏଥିପାଇଁ ଅକଲାଣ୍ଡରୁ ଅଷ୍ଟ୍ରେଲିଆ, ଆମେରିକାରୁ ଆଫ୍ରିକା, ଗ୍ରୀନଲ୍ୟାଣ୍ଡରୁ ଆୟର୍ଲ୍ୟାଣ୍ଡ ଇଂଲଣ୍ଡରୁ ଇଣ୍ଡିଆ ସବୁଠି ନବବର୍ଷକୁ ଜୋରଦାର ସ୍ବାଗତ କରାଯାଇଛି । ଭାରତରେ ମଧ୍ୟ ନୂଆବର୍ଷକୁ ପୁରା ଦମଦାରରେ ସ୍ବାଗତ କରିଛନ୍ତି ଦେଶବାସୀ (New Year 2023 Celebration) । କାଶ୍ମୀରରୁ କନ୍ୟାକୁମାରୀ କଚ୍ଛରୁ କୋହିମା ଯାଏଁ ସବୁଠି ଶନିବାର ସନ୍ଧ୍ୟାରୁ ବିଳମ୍ବିତ ରାତ୍ରୀ ଯାଏଁ ନାଚଗୀତ, ବାଣ ସହ ଖାଦ୍ୟପାନୀୟ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଜରିଆରେ ସ୍ବାଗତ କରିଛନ୍ତି ସଭିଏଁ ।

ବିଦାୟୀ ବର୍ଷ ୨୦୨୨କୁ ବିଦାୟ ଦେଇ ନୂଆବର୍ଷକୁ ବିଶ୍ବ ସମେତ ଦେଶବାସୀ ବେଶ ଧୁମଧାମରେ ସ୍ବାଗତ କରିଛନ୍ତି । ପାଶ୍ଚାତ୍ୟ ଦେଶର ଷ୍ଟାଇଲରେ ରାଜ୍ୟର ବିଭିନ୍ନ ହୋଟେଲରେ ହୋଇଛି ଜିରୋ ନାଇଟ ସେଲିବ୍ରେସନ । ଏହି ପାଶ୍ଚାତ୍ୟ ପରମ୍ପରାକୁ ଆପଣାଇ ଆଜିର ଯୁବପିଢୀ ଜିରୋ ନାଇଟ ସେଲିବ୍ରେସନ କରିଛନ୍ତି । କେଉଁଠି ଆତସବାଜି ହେଉଛି ତ ଆଉ କେଉଁଠି ଗୀତର ତାଳେ ତାଳେ ନୂଆବର୍ଷକୁ କରାଯାଇଛି ସ୍ବାଗତ । ସବୁଠି ଉତ୍ସବର ମାହୋଲ । ସଭିଏଁ ଖୁସ୍‌ । ନୂଆବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେବା ଆଶାରେ ସମସ୍ତେ ୨୦୨୩କୁ ସ୍ବାଗତ କରିଛନ୍ତି ।

ନୂତନ ବର୍ଷ ୨୦୨୩କୁ ପ୍ରଥମେ ସ୍ବାଗତ କରିଛି ନ୍ୟୁଜିଲାଣ୍ଡ (New Zealand welcome New Year 2023)। ଅକଲାଣ୍ଡ ସହରବାସୀ ପ୍ରଥମେ ନୂତନବର୍ଷ ପାଳନ କରିଛନ୍ତି । ଆଲୋକମାଳାରେ ସମ୍ପୂର୍ଣ୍ଣ ସହର ସଜେଇ ହୋଇଥିବା ବେଳେ ଆତସବାଜି ସହ ପରସ୍ପରକୁ ଶୁଭେଚ୍ଛା ଜଣାଇ ନୂଆବର୍ଷ ପାଳୁଛନ୍ତି ନ୍ୟୁଜିଲାଣ୍ଡବାସୀ । ବିଶ୍ବରେ ପ୍ରଥମ ଦେଶ ଭାବେ ନ୍ୟୁଜିଲାଣ୍ଡରେ ନୂତନବର୍ଷ ପ୍ରବେଶ କରିବା ପରେ କ୍ରମାନୁସାରେ ଅନ୍ୟ ଦେଶମାନେ ପାଳନ କରିଥାନ୍ତି । ଅକଲାଣ୍ଡ ପରେ ଅଷ୍ଟ୍ରେଲିଆର ସିଡନୀ ସହରରେ ମଧ୍ୟ ନବବର୍ଷକୁ ଧୁମଧାମରେ ସ୍ବାଗତ କରିଛନ୍ତି । ଆତସବାଜିରେ ଝଲସି ଉଠିଛି ସିଡନୀ ସହର ।

ସେହପରି ଆମ ଦେଶ ଭାରତର ପ୍ରସିଦ୍ଧ ମନ୍ଦିରରେ ନୂଆବର୍ଷ ଲାଗି ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ନୂଆବର୍ଷ ଯେପରି ପରିବାର ପାଇଁ ମଙ୍ଗଳମୟ ହେଉ ସେପରି କାମନା କରି ଦେଶବାସୀ ଗଙ୍ଗାନଦୀରେ ବୁଡ ପକାଇଛନ୍ତି । ମହାରାଷ୍ଟ୍ର ଶିରିଡି ମନ୍ଦିରରେ ନୂଆବର୍ଷରେ ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଉତ୍ତରପ୍ରଦେଶ ବାରଣାସୀରେ ପ୍ରବଳ ସଂଖ୍ୟାରେ ଶ୍ରଦ୍ଧାଳୁ ଜମା ହୋଇ ନୂଆବର୍ଷର କିଛି ସମୟ ପୂର୍ବରୁ ପୂଜାର୍ଚ୍ଚନାକ କରିଥିଲେ । ଦେଶର ପ୍ରମୁଖ ସହର ଆଲୋକମାଳାରେ ଝଲସି ଉଠିଥିବା ବେଳେ ବିଭିନ୍ନ ହୋଟେଲରେ ମଧ୍ୟ ଯୁବପିଢୀ ନିଜ ସାଙ୍ଗସାଥୀଙ୍କ ସହିତ ନୂଆବର୍ଷକୁ ସ୍ବାଗତ କରିଛନ୍ତି ।

ନୂତନ ବର୍ଷ ସଭିଙ୍କ ଲାଗି ମଙ୍ଗଳମୟ ହେଉ । ଇଟିଭି ଭାରତ ନେଟୱର୍କ ପକ୍ଷରୁ ରାଜ୍ୟବାସୀଙ୍କୁ ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.