ETV Bharat / state

Makar Sankranti: ସୁନାବେଶରେ ଦର୍ଶନ ଦେଲେ ଘଟଗାଁ ରାଣୀ

author img

By

Published : Jan 14, 2023, 10:42 AM IST

maa tarini
maa tarini

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସୁନାବେଶରେ ଦର୍ଶନ ଦେଲେ ଘଟଗାଁ ରାଣୀ ମା' ତାରିଣୀ । ମା'ଙ୍କ ଏହି ଦିବ୍ୟ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଅଧିକ ପଢନ୍ତୁ

maa tarini

କେନ୍ଦୁଝର: ଆଜି ହିନ୍ଦୁ ଧର୍ମର ପବିତ୍ର ମକର ସଂକ୍ରାନ୍ତି ପର୍ବ । ଆକାଶରେ ରଙ୍ଗ ବେରଙ୍ଗର ଗୁଡି ଉଡିବା ସାଙ୍ଗକୁ ଶୀତ କମିବ । ଆଜିର ଦିନରେ ସୂର୍ଯ୍ୟଙ୍କ ଉତ୍ତରାୟଣ ଦିଗ ପରିବର୍ତ୍ତନ ହେବା ସହ ନୂଆ ଫସଲ ହୋଇଥିବା ଚାଉଳ ପୂଜା ହୋଇଥାଏ । ଆଜିର ଏହି ପବିତ୍ର ଦିନରେ ସୁନାବେଶରେ ଦର୍ଶନ ଦେଇଛନ୍ତି ଘଟଗାଁର ରାଣୀ ମା' ତାରିଣୀ । ମା’ଙ୍କୁ ଦର୍ଶନ କରି ସାନିଧ୍ୟ ପାଇଁ ହାଜର ହଜାର ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: 2025 ସୁଦ୍ଧା 50 ପ୍ରତିଶତ ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷାରେ ସଶକ୍ତ କରିବା ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

ସମସ୍ତ ହିନ୍ଦୁ ଧର୍ମର ଲୋକେ ପୂଜା କରି ନୂଆ ଚାଉଳ ପ୍ରସାଦ ରୂପେ ଗ୍ରହଣ କରନ୍ତି । ସକାଳୁ ଭାଗବାନଙ୍କ ଦର୍ଶନପାଇଁ ମନ୍ଦିର ଆଗରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳେ । କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ମାଆ ତାରିଣୀଙ୍କ ମନ୍ଦିରରେ ମଧ୍ୟ ଭୋରୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୋରୁ ବେଳୁ ମା' ତାରିଣୀଙ୍କର ସ୍ୱତନ୍ତ୍ର ପୂଜା ରୀତିନୀତି ଅନୁଯାୟୀ କରାଯାଇଛି । ସ୍ୱତନ୍ତ୍ର ପୂଜାନୀତି ପରେ ମାଆଙ୍କର ସୁନାବେଶ କରାଯାଇଛି ।

ଆଜି ଦିନ ତମାମ ମା' ତାରିଣୀ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ଭକ୍ତ ମଧ୍ୟ ମାଆଙ୍କ ଦର୍ଶନ ପାଇ ବିଭୋର ହେବା ସହ ପରିବାରର ସୁଖଶାନ୍ତି ପାଇଁ ପାର୍ଥନା କରିଛନ୍ତି । ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଆଖି ଆଗରେ ରଖି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଜି ମନ୍ଦିର ଟ୍ରଷ୍ଟ ପକ୍ଷରୁ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ମକର ଚାଉଳ ପ୍ରସାଦ ରୂପେ ପ୍ରଦାନ କରାଯାଇଛି । ଏହା ପୂର୍ବରୁ ଗତ ୧ ତାରିଖରେ ମାଆଙ୍କ ସୁନାବେଶ ହୋଇଥିଲା । ନୂଆବର୍ଷ ଆରମ୍ଭରୁ ମା'ଙ୍କ ଆଶୀର୍ବାଦ ପାଇବା ପାଇଁ ଅନେକ ଭକ୍ତଙ୍କ ସମାଗମ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ହଟକେଶ୍ୱର ପୀଠରେ ମକର ମେଳା ଆରମ୍ଭ, ଛୁଆ ପାଇଁ ଗୁଆ ଖୋଜିଲେ ମାନସିକଧାରୀ

ପ୍ରକାଶଥାଉକି, ଆଜିର ଏହି ପବିତ୍ର ଦିନକୁ ସବୁ ରାଜ୍ୟ ବିଭିନ୍ନ ଢଙ୍ଗରେ ପାଳନ କରିଥାନ୍ତି । ହିମାଳୟରୁ କନ୍ୟାକୁମାରୀ ଯାଏଁ ମକରରେ ସୂର୍ଯ୍ୟଙ୍କର ଉତ୍ତରାୟଣକୁ ସ୍ବାଗତ କରିଥାନ୍ତି । ସୂର୍ଯ୍ୟ ଉଦୟ ହେବା ପରଠାରୁ ପୂଜାପାଠ କରାଯାଇଥାଏ । ସାଧାରଣତଃ ତେଲୁଗୁ ସଂପ୍ରଦାୟର ଲୋକମାନେ ଏହାକୁ ଧୁମଧାମରେ ପାଳନ କରିଥାନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.