ETV Bharat / state

ସଡକ ଦୁର୍ଘଟଣାରେ ଜଣେ ମୃତ, 4 ଗୁରୁତର

author img

By

Published : Jun 30, 2021, 11:14 AM IST

ଟ୍ରକକୁ ପିଟିଲା କାର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଗୁରୁତର । ଅଧିକ ପଢନ୍ତୁ...

road accident in kendujhar
ସଡକ ଦୁର୍ଘଟଣାରେ ଜଣେ ମୃତ, 4 ଗୁରୁତର

ଆନନ୍ଦପୁର: ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି। ଘଷିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ ଶୈଲଙ୍ଗ ବିଜି ମୋଟସ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ସଡକ ଦୁର୍ଘଟଣାରେ ଜଣେ ମୃତ, 4 ଗୁରୁତର

ସୂଚନା ଅନୁଯାୟୀ, ବଡ଼ବିଲରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା କାର ଭାରସାମ୍ୟ ହରାଇ ରାସ୍ତା କଡରେ ଠିଆହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଆହତଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ସମୟରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଘଷିପୁରା ପୋଲିସ ପହଁଚି ତଦନ୍ତ ଜରି ରଖିଛି । ସେମାନଙ୍କ ଘର ଗଞ୍ଜାମରେ ବୋଲି ସୂଚନା ମିଳିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.