ETV Bharat / state

ଅନୁସୂଚିତ ଜନଜାତି ଜମି ନିୟନ୍ତ୍ରଣ ଆଇନ-୧୯୫୬ର ହେବ ସଂଶୋଧନ ! ପ୍ରଶ୍ନ ଉଠାଇଲେ ମୋହନ ମାଝି

author img

By ETV Bharat Odisha Team

Published : Nov 15, 2023, 7:57 PM IST

ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ଅନୁସୂଚିତ ଜନଜାତି ଜମି ନିୟନ୍ତ୍ରଣ ଆଇନ- ୧୯୫୬ର ଧାରା-୨ରେ କେତେକ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ଦେଇଛି । ନିଷ୍ପତ୍ତିକୁ ପ୍ରତ୍ୟାହାର ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । ଅଧିକ ପଢ଼ନ୍ତୁ

ଅନୁସୂଚିତ ଜନଜାତି ଜମି ନିୟନ୍ତ୍ରଣ ଆଇନ-୧୯୫୬ର ହେବ ସଂଶୋଧନ, କାର୍ଯ୍ୟକାରୀତା ନେଇ ପ୍ରଶ୍ନ ଉଠାଇଲେ ମୋହନ ମାଝି
ଅନୁସୂଚିତ ଜନଜାତି ଜମି ନିୟନ୍ତ୍ରଣ ଆଇନ-୧୯୫୬ର ହେବ ସଂଶୋଧନ, କାର୍ଯ୍ୟକାରୀତା ନେଇ ପ୍ରଶ୍ନ ଉଠାଇଲେ ମୋହନ ମାଝି

ଅନୁସୂଚିତ ଜନଜାତି ଜମି ନିୟନ୍ତ୍ରଣ ଆଇନ-୧୯୫୬ର ହେବ ସଂଶୋଧନ, କାର୍ଯ୍ୟକାରୀତା ନେଇ ପ୍ରଶ୍ନ ଉଠାଇଲେ ମୋହନ ମାଝି

କେନ୍ଦୁଝର: ଅନୁସୂଚିତ ଜନଜାତି ମାନଙ୍କର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଅନୁସୂଚିତ ଜନଜାତି ଜମି ନିୟନ୍ତ୍ରଣ ଆଇନ- ୧୯୫୬ର ଧାରା-୨ରେ କେତେକ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି । କିନ୍ତୁ କ୍ୟାବିନେଟ୍‌ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ।

ମୋହନ ଚରଣ ମାଝୀ କହିଛନ୍ତି,"ଆଦିବାସୀ ଜମି ହସ୍ତାନ୍ତର କି ବିକ୍ରି ନିୟମକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇ ପାରିବେ । କିନ୍ତୁ ରାଜ୍ୟ ସରକାର କେଉଁ ସ୍ୱାର୍ଥ ଦୃଷ୍ଟିରୁ ଏହିଭଳି ନିଷ୍ପତ୍ତି ନେଲେ ତାହା ପ୍ରଶ୍ନବାଚୀ ହୋଇଛି । ଏହି ନିଷ୍ପତ୍ତି ବଳରେ ଜମି ଦଲାଲ, ପୁଞ୍ଜିପତି, ଶିଳ୍ପାନୁଷ୍ଠାନଗୁଡିକ ଗରିବ ଆଦିବାସୀଙ୍କ ଜମିକୁ ସହଜରେ ହଡ଼ପ କରି ନେଇପାରିବେ ।" ଏହାର ସିଧା ପ୍ରଭାବ ଗରିବ ଆଦିବାସୀ ପରିବାର ଉପରେ ପଡ଼ିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ମୋହନ ଚରଣ ମାଝୀ । ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ।

ଏହା ମଧ୍ୟ ପଢନ୍ତୁ .....Odisha Cabinet Meeting; ଗୁରୁତ୍ବପୂର୍ଣ୍ଣ ୧୨ ପ୍ରସ୍ତାବ ସହ ମେଟ୍ରୋ ରେଳ ପ୍ରକଳ୍ପକୁ ଅନୁମୋଦନ

ଏଣିକି ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି ଉପଜିଲ୍ଲାପାଳଙ୍କ ଲିଖିତ ଅନୁମତିକ୍ରମେ ନିଜ ଜମିକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉପହାର ପ୍ରଦାନ, ବଦଳ କିମ୍ବା ବିକ୍ରୟ କରିପାରିବେ । ଏହାସହ କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କର ଉଚ୍ଚ ଶିକ୍ଷା, ଆତ୍ମନିଯୁକ୍ତି, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ସର୍ବସାଧାରଣ ଅର୍ଥକାରୀ ସଂସ୍ଥାରେ ଜମି ବନ୍ଧକ ରଖି ଋଣ ସଂଗ୍ରହ କରିପାରିବା ସହ ଜଣେ ଅନ୍ୟ ବର୍ଗର ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ ।

ତେବେ ଉକ୍ତ ବ୍ୟକ୍ତି ଯେପରି ଭୂମିହୀନ ବା ଗୃହଶୂନ୍ୟ ନ ହୁଅନ୍ତି, ସେପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବ । ଅପରପକ୍ଷେ ଯଦି ଉପଜିଲ୍ଲାପାଳ ଏନେଇ ଅନୁମତି ପ୍ରଦାନ ନ କରନ୍ତି, ତାହେଲେ ଉକ୍ତ ବ୍ୟକ୍ତି ୬ ମାସ ମଧ୍ୟରେ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିପାରିବେ । ଏ କ୍ଷେତ୍ରରେ ଜିଲ୍ଲାପାଳଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ ।

ସୂଚନାଯୋଗ୍ୟ ଯେ ୧୯୫୬ ମସିହାର ଏହି ଆଇନ ଅନୁସାରେ ୨୦୦୨ ମସିହାରେ କେତେକ ସଂଶୋଧନ ହୋଇଥିଲା । ଏହି ସଂଶୋଧନ ଅନୁସାରେ ଜଣେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି ନିଜର ସ୍ଥାବର ସମ୍ପତ୍ତି କେବଳ ସେହି ବର୍ଗର ବ୍ୟକ୍ତିଙ୍କୁ ହସ୍ତାନ୍ତର କରିପାରିବେ । ସେହିପରି ଏହି ଆଇନ ଅନୁଯାୟୀ ଜଣେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି କେବଳ କୃଷି ଉଦ୍ଦେଶ୍ୟରେ ତା’ର ଜମିକୁ ଯେକୌଣସି ସର୍ବସାଧାରଣ ଅର୍ଥକରୀ ସଂସ୍ଥାରେ ବନ୍ଧକ ରଖିପାରିବେ ।

ଆଇନରେ ଏପରି ବ୍ୟବସ୍ଥା କାରଣରୁ ଅନୁସୂଚିତ ଜାତି ବର୍ଗର ଲୋକେ ବିଶେଷକରି ଶିକ୍ଷିତ ଯୁବକଯୁବତୀ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ଆଇନରେ ସଂଶୋଧନ ପାଇଁ ବିଭିନ୍ନ ସମୟରେ ଦାବି ହୋଇଆସୁଥିଲା । ରାଜ୍ୟ ଅନୁସୂଚିତ ଜନଜାତି ପରାମର୍ଶଦାତା ପରିଷଦ ଏପରି ଅସୁବିଧାକୁ ହୃଦୟଙ୍ଗମ କରି ଆଇନରେ କେତେକ ସଂଶୋଧନ ଆଣିବା ପାଇଁ ସୁପାରିସ କରିଥିଲା ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.