ETV Bharat / state

ମାତୃ ଓ ଶିଶୁ ୱାର୍ଡରେ ଫାଟିଲା ମୋବାଇଲ, ଅଳ୍ପକେ ବର୍ତ୍ତିଲେ ଟ୍ୟୁମର ରୋଗୀ

author img

By

Published : Feb 28, 2021, 12:00 PM IST

ମୋବାଇଲ ଫାଟିବାରୁ  ଅଳ୍ପକେ ବର୍ତ୍ତିଲେ ଟ୍ୟୁମର  ରୋଗୀ
ମୋବାଇଲ ଫାଟିବାରୁ ଅଳ୍ପକେ ବର୍ତ୍ତିଲେ ଟ୍ୟୁମର ରୋଗୀ

କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ମାତୃ ଓ ଶିଶୁ ୱାର୍ଡରେ ଟ୍ୟୁମର ରୋଗରେ ଚିକିତ୍ସିତ ହେଉଥିବା ମନୋରମା ସାହୁ ନାମକ ରୋଗୀଙ୍କ ନିକଟରେ ଥିବା ଏକ ମୋବାଇଲ ଚାର୍ଜ ବସିଥିବା ବେଳେ ଫାଟି ଯାଇଛି । ଫଳରେ ସେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।

କେନ୍ଦୁଝର: ମୋବାଇଲ ଫାଟିବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଘଟିଛି ଅଘଟଣ । ହଠାତ୍ ଚାର୍ଜରେ ବସିଥିବା ମୋବାଇଲ ଫାଟିଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ।

ମୋବାଇଲ ଫାଟିବାରୁ ଅଳ୍ପକେ ବର୍ତ୍ତିଲେ ଟ୍ୟୁମର ରୋଗୀ

କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ମାତୃ ଓ ଶିଶୁ ୱାର୍ଡରେ ଟ୍ୟୁମର ରୋଗରେ ଚିକିତ୍ସିତ ହେଉଥିବା ମନୋରମା ସାହୁ ନାମକ ରୋଗୀଙ୍କ ନିକଟରେ ଥିବା ଏକ ମୋବାଇଲ ଚାର୍ଜ ବସିଥିବା ବେଳେ ଫାଟି ଯାଇଛି । ଫଳରେ ସେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।

ମୋବାଇଲଟି ଫାଟି ନିଆଁ ଜଳିଗଲା ପରେ ତାଙ୍କ ଝିଅ ସାଙ୍ଗେସାଙ୍ଗେ ମୋବାଇଲଟିକୁ ପାଖରେ ଥିବା ବାଥରୁମକୁ ଫିଙ୍ଗି ଦେଇଥିଲେ । ତାଙ୍କ ଝିଅର ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ମନୋରମା । କିଛି ସମୟ ୱାର୍ଡରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ପରିସ୍ଥିତି ଶାନ୍ତ ଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.