ETV Bharat / state

ପୁଣି ଚର୍ଚ୍ଚାରେ ପାଟଣା ଥାନା, ନାବାଳକକୁ ପୋଲିସର ଥାର୍ଡ ଡିଗ୍ରୀ

author img

By

Published : Nov 25, 2020, 1:39 PM IST

Updated : Nov 25, 2020, 3:32 PM IST

ଜଣେ ଆଇଆଇସି ସସପେଣ୍ଡ ହେଲା ପରେ ବି ଚେତୁନି ପାଟଣା ଥାନା ପୋଲିସ । ପୁଣି ଜଣେ ନାବାଳକୁ ଦେଲା ଥାର୍ଡ ଡିଗ୍ରୀ । ଅଧିକ ପଢ଼ନ୍ତୁ...

Minor was given a third degree, third degree by the police in Patna police station,  Keonjhar news, ଚର୍ଚ୍ଚାରେ ପାଟଣା ଥାନା, ନାବାଳକକୁ ପୋଲିସର ଥାର୍ଡ ଡିଗ୍ରୀ, କେନ୍ଦୁଝର ପାଟଣା ଥାନା
ପୁଣି ଚର୍ଚ୍ଚାରେ ପାଟଣା ଥାନା, ନାବାଳକକୁ ପୋଲିସର ଥାର୍ଡ ଡିଗ୍ରୀ

କେନ୍ଦୁଝର: ଜିଲ୍ଲାର ପାଟଣା ଥାନାରୁ ଥାର୍ଡ ଡିଗ୍ରୀ ଦାଗ ଲିଭିବାର ନା ଧରୁନାହିଁ । ପୂର୍ବରୁ ଏକ ଥାର୍ଡ ଡିଗ୍ରୀ ଭିଡ଼ିଓ ଭାଇରଲ ପରେ ଜଣେ ଆଇଆଇସି ନିଲମ୍ବିତ ଘଟଣା ଘଟିଥିବା ବେଳେ ଏବେ ଆଉ ଏକ ଘଟଣା ସମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ ପାଟଣା ଥାନାରେ ଜଣେ ନାବାଳକକୁ ଥାର୍ଡ ଡିଗ୍ରୀ ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ନାବାଳକ ଜଣକ ଏନେଇ ଏସପିଙ୍କୁ ଜଣାଇଥିଲେ କିନ୍ତୁ ସେ ମଧ୍ୟ ଏହାକୁ ଶୁଣିନଥିଲେ । ଯାହାପରେ ନାବାଳକ ଜଣକ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ପୁଣି ଚର୍ଚ୍ଚାରେ ପାଟଣା ଥାନା, ନାବାଳକକୁ ପୋଲିସର ଥାର୍ଡ ଡିଗ୍ରୀ

ନାବାଳକ ନିଜ ମା’ ସହିତ ମଙ୍ଗଳବାର ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପାଖକୁ ଆସି ଲିଖିତ ଅଭିଯୋଗ କରି ଫେରିଛନ୍ତି। କୌଣସି ଏକ ଚୋରି ମାମଲାରେ ପାଟଣା ଥାନା ଅନ୍ତର୍ଗତ କାମେଶ୍ବରପୁର ପାଟଣା ଗ୍ରାମର ଯ‌ଶୋବନ୍ତ ନାଏକ ଏବଂ ବିଣା ନାଏକଙ୍କ ନାବାଳକ ପୁଅ ଅମନ ନାଏକ(୧୬)କୁ ଗତ ୨୧ ତାରିଖରେ ଥାନା ପକ୍ଷରୁ ଡକା ଯାଇଥିଲା। ତେବେ ନିଜ ପରିବାର ସହିତ ନାବାଳକ ଥାନାକୁ ଆସିବା ପରେ କିଛି ସମୟ ପରେ ଛଡାଯିବ ବୋଲି ଥାନା ପକ୍ଷରୁ କୁହାଯାଇଥିଲା। ମାତ୍ର ଅପରାହ୍ନ ୪ଟା ବେଳେ ଆସି ଦେଖିବା ବେଳକୁ ପୁଅକୁ ମାଡ ମାରି ଗୋଡକୁ କ୍ଷତାକ୍ତ କରି ଦିଆଯାଇଛି । ଏହାପ‌ରେ ଥାନା ପକ୍ଷରରୁ ତାଙ୍କୁ ଛାଡି ଦିଆଯାଇଥିଳା । ମାତ୍ର ନାବାଳକ ଅମନ ଆଉ ଚାଲି ପାରି ନ ଥିଲା। ଏହାପରେ ପରିବାର ପକ୍ଷରୁ ତାଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା ।

ତେବେ ବର୍ତ୍ତମାନ ଏହି ଥାନାର ଦୁଇ ଜଣ ଅଧିକାରୀ ବାରମ୍ବାର ଅମନଙ୍କ ପରିବାରକୁ ଧମକ ଦେଉଥିବା ନେଇ ବୁଧବାର ନାବାଳକର ମା’ କେନ୍ଦୁଝର ଏସପିଙ୍କ ପାଖରେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ନାବାଳକର ମା’ ବୀଣା ନାଏକ କହିଛନ୍ତି, ‘‘ଆମେ ଏସ୍‌ପିଙ୍କୁ ଲିଖିତ ଅଭିଯୋଗ କରିବା ପରେ କୋର୍ଟରେ ମାମଲା କରିବାକୁ ଆସିଛୁ। ପୋଲିସ ପାଖରୁ ନ୍ୟାୟ ଆଶା ନ ଥିବାରୁ କୋର୍ଟ ଆସିଛୁ ।’’

ଏନେଇ ଜିଲ୍ଲା କ୍ରାଇମ୍ ଡିଏସପି କହିଛନ୍ତି ଯେ ଏସପିଙ୍କ ନିର୍ଦ୍ଦେଶରେ ଘଟଗାଁ ଏସଡିପିଓଙ୍କୁ ଏହି ଘଟଣାର ଦାୟିତ୍ବ ଦିଆଯାଇଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Nov 25, 2020, 3:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.