ETV Bharat / state

କେନ୍ଦୁଝରରେ ଉଦଘାଟିତ ହେଲା ମାଣ୍ଡିଆ ଦିବସ, ମନ ମୋହିଲା ମାଣ୍ଡିଆ ଖାଦ୍ୟ

author img

By ETV Bharat Odisha Team

Published : Nov 9, 2023, 11:03 PM IST

କେନ୍ଦୁଝରରେ ଉଦଘାଟିତ ହେଲା ମାଣ୍ଡିଆ ଦିବସ , ମନ ମୋହିଲା ମାଣ୍ଡିଆ ଖାଦ୍ୟ
କେନ୍ଦୁଝରରେ ଉଦଘାଟିତ ହେଲା ମାଣ୍ଡିଆ ଦିବସ , ମନ ମୋହିଲା ମାଣ୍ଡିଆ ଖାଦ୍ୟ

କେନ୍ଦୁଝରରେ ଆରମ୍ଭ ହୋଇଛି ଦୁଇ ଦିନିଆ ମାଣ୍ଡିଆ ଦିବସ କାର୍ଯ୍ୟକ୍ରମ । ଦୁଇ ଦିନ ମିଲେଟ୍ ଦିବସ ଭାବେ ପାଳନ କରାଯିବ । ଅଧିକ ପଢନ୍ତୁ

କେନ୍ଦୁଝରରେ ଉଦଘାଟିତ ହେଲା ମାଣ୍ଡିଆ ଦିବସ , ମନ ମୋହିଲା ମାଣ୍ଡିଆ ଖାଦ୍ୟ

କେନ୍ଦୁଝର: ମିଳିତ ଜାତିସଂଘ 2023କୁ ମିଲେଟର ଅନ୍ତର୍ଜାତୀୟ ବର୍ଷ ଭାବରେ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଭିନ୍ନ ପ୍ରମୋସନାଲ୍ ମିଲେଟ୍ କାର୍ଯ୍ୟକଳାପ ମାଧ୍ୟମରେ ଏହି ବର୍ଷ ଓଡିଶାରେ ପାଳନ କରାଯାଉଛି । ଓଡ଼ିଶାରେ ମଧ୍ୟ 10 ନଭେମ୍ବରକୁ ମିଲେଟ୍ ଦିବସ (ମାଣ୍ଡିଆ ଦିବସ) ଭାବରେ ପାଳନ କରାଯାଉଛି । ଆଜି ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ମିଲେଟ ମିଶନର ଶୁଭାରମ୍ଭ କରିଛନ୍ତି । ଏହା ସହ କେନ୍ଦୁଝରରେ ଆଜି ଠାରୁ ଦୁଇ ଦିନ ଧରି ମାଣ୍ଡିଆ ଦିବସ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ଆଜି ଜିଲ୍ଲା ଖଣିଜ ଫାଉଣ୍ଡେସନ (DMF) ସହାୟତାରେ ଜିଲ୍ଲା ପ୍ରଶାସନ ନଭେମ୍ବର 9 ଓ 10ରେ ଧରଣୀଧର କଲେଜ ଖେଳ ପଡିଆରେ ଦୁଇ ଦିନିଆ ମାଣ୍ଡିଆ ଦିବସ (ମିଲେଟ୍ ଡେ) କୁ ଉଦଘାଟନ କରିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ । ଜିଲ୍ଲାପାଳ ଆଶିଷ ଠାକରେ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଷ୍ଟଲ ବୁଲି ଦେଖିଥିଲେ । ଏହାପରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ଜିଲ୍ଲାପାଳ । ମିଲେଟ୍ ମିଶନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତଙ୍କ ମନ ମୋହିଥିଲା ମିଲେଟ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ।

ଓଡିଶା ମିଲେଟ ମିଶନ ଅଙ୍ଗନୱାଡି କର୍ମୀ ଏବଂ ଗର୍ଭବତୀ ସ୍ତନ୍ୟପାନ କରାଉଥିବା ମାତାଙ୍କୁ ଖାଦ୍ୟ ମହୋତ୍ସବ, ବିଦ୍ୟାଳୟରେ କୁଇଜ୍ ଏବଂ ପ୍ରବନ୍ଧ ପ୍ରତିଯୋଗିତା, କ୍ରୀଡା ବିଭାଗ ସହିତ କ୍ରୀଡା ଇଭେଣ୍ଟ, ସଚେତନତା ଅଭିଯାନ ଏବଂ ଅନ୍ୟାନ୍ୟ ଅନେକ କାର୍ଯ୍ୟକ୍ରମରେ ସଂଗଠିତ ହେଉଅଛି । ଡିସେମ୍ବର ୨୦୧୮ ରେ ଓଡ଼ିଶା ମିଲେଟ ମିଶନର ବିସ୍ତାର ଭାବରେ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ....International Convention on Millets: ଦୁଇ ଦିନିଆ ମିଲେଟ ସମ୍ମିଳନୀ ଶୁଭାରମ୍ଭ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଏହା କେନ୍ଦୁଝର ଜିଲ୍ଲା ମିନେରାଲ ଫାଉଣ୍ଡେସନ (DMF) ଦ୍ୱାରା ସମର୍ଥିତ ଏକ ୫ବର୍ଷର କାର୍ଯ୍ୟକ୍ରମ ଯାହାକି ୭ଟି ବ୍ଲକରେ ଖଣି ପ୍ରଭାବିତ ଗ୍ରାମଗୁଡିକ ଉପରେ ଧ୍ୟାନ ଦିଆଯାଇଛି । ବାଂଶପାଳ, ଚମ୍ପୁଆ, ଯୋଡା, ଝୁମ୍ପୁରା, ହରିଚନ୍ଦନପୁର, ହାଟାଡିହି, ଏବଂ ସଦରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟ ଆରମ୍ଭ ହୋଇଥିବା ଚାରୋଟି ବ୍ଲକରେ ହେଲା ବାଂଶପାଳ, ଝୁମ୍ପୁରା, ସଦର, ଏବଂ ହରିଚନ୍ଦନପୁର । ଅନ୍ତିମ ତିନୋଟି ବ୍ଲକ୍ ଯୋଡା, ଚମ୍ପୁଆ, ଏବଂ ହାଟାଡିହି ଏହା ଦ୍ୱିତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଥିଲା । ସେହିପରି, ତୃତୀୟ ପର୍ଯ୍ୟାୟରେ, OMM କାର୍ଯ୍ୟକ୍ରମକୁ ୪ଟି ନୂତନ କେନ୍ଦୁଝର ବ୍ଲକରେ ବିସ୍ତାର କରାଯାଇ ଘଟଗାଁ, ସାହାରାପଡା, ତେଲକୋଇ, ଏବଂ ପାଟନାରେ ଆରମ୍ଭ କରାଯାଇଥିଲା ।


ଓଡିଶା ମିଲେଟ ମିଶନକୁ ପରବର୍ତ୍ତୀ ସ୍ତରକୁ ନେବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ । କାର୍ଯ୍ୟକ୍ରମରେ ଲାଇଭ ମିଲେଟ ଖାଦ୍ୟ ପ୍ରତିଯୋଗିତା, ମିଲେଟ ଆଧାରିତ ଗେମ୍ ଜୋନ୍, କୁଇଜ୍ ପ୍ରତିଯୋଗିତା, ମାଣ୍ଡିଆ ଚାଷର ପ୍ରଦର୍ଶନୀ କ୍ଷେତ୍ର, ମିଲେଟସ୍ ଶକ୍ତି କ୍ୟାଫେର ପ୍ରତିକୃତି ଏବଂ ଅନ୍ୟାନ୍ୟ ପ୍ରଦର୍ଶନ ପ୍ରଦର୍ଶିତ ହେଉଛି । ଏହା ସହ ବିଭିନ୍ନଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଇଟିଭି ଭାରତ,କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.