ETV Bharat / state

ଯୁବ ଭୋଟର ଗଣତନ୍ତ୍ରର ଭବିଷ୍ୟତ: କେନ୍ଦୁଝର ଜିଲ୍ଲାପାଳ

author img

By ETV Bharat Odisha Team

Published : Sep 3, 2023, 8:31 AM IST

“ ମୁଁ ବି ମିତା ” କାର୍ଯ୍ୟକ୍ରମର ଶୁଭାରମ୍ଭ :ଯୁବ ଭୋଟର ମାନେ ଭାରତୀୟ ଗଣତନ୍ତ୍ରର ଭବିଷ୍ୟତ"  ଜିଲ୍ଲାପାଳ
“ ମୁଁ ବି ମିତା ” କାର୍ଯ୍ୟକ୍ରମର ଶୁଭାରମ୍ଭ :ଯୁବ ଭୋଟର ମାନେ ଭାରତୀୟ ଗଣତନ୍ତ୍ରର ଭବିଷ୍ୟତ" ଜିଲ୍ଲାପାଳ

କେନ୍ଦୁଝର: ଜିଲ୍ଲାରେ ଶୁଭ ଆରମ୍ଭ ହୋଇଛି ମୁଁ ବି ମିତା ” କାର୍ଯ୍ୟକ୍ରମ । ଏହା ଦ୍ବାରା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ “ ମୁଁ ବି ମିତା ” ଭାବେ ଚୟନ କରାଯାଇଛି ଯେଉଁମାନେ ମହାବିଦ୍ୟାଳୟ ଓ ସମାଜର ସାବାଳକମାନଙ୍କୁ ଭୋଟର ତାଲିକାରେ ପଞ୍ଜିକରଣ କରିବା ଦିଗରେ ସଚେତନ କରାଇବେ । ଅଧିକ ପଢନ୍ତୁ....

ମୁଁ ବି ମିତା କାର୍ଯ୍ୟକ୍ରମର ଶୁଭାରମ୍ଭ

କେନ୍ଦୁଝର: ଜିଲ୍ଲାରେ ଶୁଭ ଆରମ୍ଭ ହୋଇଛି ‘‘ମୁଁ ବି ମିତା” କାର୍ଯ୍ୟକ୍ରମ । ଏହା ଦ୍ବାରା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ “ ମୁଁ ବି ମିତା ” ଭାବେ ଚୟନ କରାଯାଇଛି ଯେଉଁମାନେ ମହାବିଦ୍ୟାଳୟ ଓ ସମାଜର ସାବାଳକ ମାନଙ୍କୁ ଭୋଟର ତାଲିକାରେ ପଞ୍ଜିକରଣ କରିବା ଦିଗରେ ସଚେତନ କରାଇବେ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଭୋଟ ଦେବା ଅଧିକାର ସାବ୍ୟସ୍ତ କରିବା ମହତବାର୍ତ୍ତା ପ୍ରଚାର କରିବା ପାଇଁ ମୁଁ ବି ମିତା ଅଭିଯାନର ଶୁଭାରମ୍ଭ କରାଯାଇଛି । ଯାହାକି ଯୁବବର୍ଗଙ୍କ ପଞ୍ଜୀକରଣକୁ ବୃଦ୍ଧି କରିବ ଏବଂ ଵିଶେଷତଃ ମହିଳା ଭୋଟରଙ୍କୁ ଅଧିକରୁ ଅଧିକ ପଞ୍ଜିକରଣ କରିବା ଦିଗରେ ବିଶେଷ ସହାୟକ ହେବ ।

ଗତକାଲି(ଶନିବାର) କେନ୍ଦୁଝର ଦରବାର ହଲ ଠାରେ 'ମୁଁ ବି ମିତା" ଅଭିଯାନର ଶୁଭାରମ୍ଭ କରିଛନ୍ତି କେନ୍ଦୁଝର ଜିଲ୍ଲାପାଳ । ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି ' ଯୁବ ଭୋଟର ମାନେ ଭାରତୀୟ ଗଣତନ୍ତ୍ରର ଭବିଷ୍ୟତ ଓ ପ୍ରତ୍ୟେକ ଭୋଟ ଗଣତନ୍ତ୍ରକୁ ଅଧିକ ଶକ୍ତିଶାଳୀ କରିଥାଏ ଏବଂ ଭାରତର ନିର୍ବାଚନ କମିଶନ ଏବଂ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଯୋଗ୍ୟ ସାବାଳକମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ବହୁବିଧ ପଦକ୍ଷେପ ନିଆଯାଉଛି ।

ଏହା ମଧ୍ୟ ପଢନ୍ତୁ....ନୂଆ ଭୋଟରଙ୍କୁ ‘ମିତା’ କରିବ ସଚେତନ; କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ CEO

ଏହି ଅଭିଯାନରେ ଉପ-ଜିଲ୍ଲାପାଳ ମାନେ ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରେ ସାବାଳକମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଜାରି ରଖୁଛନ୍ତି । ୧୭ ବର୍ଷରୁ ଅଧିକ ବୟସ ହୋଇଥିବା ଯୁବକ । ଯୁବତୀ ମାନଙ୍କର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ଓ ସେମାନେ ୧୮ ବର୍ଷ ପ୍ରାପ୍ତ ହେବା ମାତ୍ରେ ସେମାନଙ୍କୁ ଭୋଟର ତାଲିକାରେ ପଞ୍ଜିକୃତ କରିବାକୁ ପଦକ୍ଷେପ ନିଆଯାଉଛି । ନୂତନ ବିବାହିତା ମହିଳାଙ୍କୁ ତାଙ୍କ ନୂତନ ଠିକଣାକୁ ସ୍ଥାନାନ୍ତର କରିବା ନିମନ୍ତେ ଫର୍ମ -୮ ଦାଖଲ କରିବାକୁ ଶିକ୍ଷା ଦେବାରେ ମିତା ଦିଦିଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ । ମିତା ଦିଦି ମାନେ ସ୍ୱେଚ୍ଛାସେବୀ ଭାବେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ତରଫରୁ ପ୍ରତିନିଧି ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଆଶିଷ ଠାକରେ ପରାମର୍ଶ ଦେଇଥିଲେ ।

ଏତଦବ୍ୟତୀତ ମିତା ଦିଦି ମାନଙ୍କୁ ଭୋଟର ହେଲୋ ଲାଇନ ଆପ୍ ଏବଂ “ଭୋଟର ସର୍ଭିସ ପୋର୍ଟାଲ ” ଉପରେ ହ୍ୟାଣ୍ଡ ଅନ ଟ୍ରେନିଂ ପ୍ରଦାନ କରାଯିବ ଯଦ୍ବାରା ସେମାନେ ଯୁବ ଛାତ୍ରଛାତ୍ରୀ ମାନଙ୍କୁ ତଥା ସହ ପାଠୀମାନଙ୍କୁ ମଧ୍ୟ ନିର୍ବାଚନ ପ୍ରଣାଳୀ ସମ୍ବନ୍ଧରେ ବିଭିନ୍ନ ବିଷୟରେ ଅବଗତ କରାଇବେ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା, କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସକୁ ପ୍ରମୁଖ ଉପସ୍ଥିତ ରହି ମୁଁ ବି ମିତା ଅଭିଯାନ ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ମିତା ଦିଦି ମାନଙ୍କୁ ଟୋପି ଓ ବ୍ୟାଚ ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ,କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.