ETV Bharat / state

ନୂଆ ଭୋଟରଙ୍କୁ ‘ମିତା’ କରିବ ସଚେତନ; କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ CEO

author img

By ETV Bharat Odisha Team

Published : Aug 30, 2023, 10:28 PM IST

ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସହ ତାଲିକାରେ ନୂତନ ଭୋଟର ଯେଉଁମାନଙ୍କର ବୟସ ୧୮ ବର୍ଷ ପୂର୍ଣ୍ଣ ହୋଇଛି । ଭାବୀ ଭୋଟରମାନଙ୍କୁ ଭୋଟର ତାଲିକାରେ ନାମ ପଂଜୀକରଣ ନିମନ୍ତେ ସଚେତନତା ସୃଷ୍ଟି କରିବା । ଏହା ସହ ପ୍ରୋତ୍ସାହିତ କରିବା ହେଉଛି ‘ମୁଁ ବି ମିତା’ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଅଧିକ ପଢନ୍ତୁ

ନୂଆ ଭୋଟରଙ୍କୁ ମିତା କରିବ ସଚେତନ; କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ CEO
ନୂଆ ଭୋଟରଙ୍କୁ ମିତା କରିବ ସଚେତନ; କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ CEO

ନୂଆ ଭୋଟରଙ୍କୁ ମିତା କରିବ ସଚେତନ; କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ CEO

ଭୁବନେଶ୍ବର: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ନିର୍ବାଚନକୁ ଦୃଷ୍ଟିରେ ନୂଆ ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ନୂଆ ଭୋଟରଙ୍କୁ ସଚେତନ କରିବା ପାଇଁ ଆରମ୍ଭ ହୋଇଛି ‘ମୁଁ ବି ମିତା’ ଅଭିଯାନ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ରାଜ୍ୟସ୍ତରୀୟ ‘ମୁଁ ବି ମିତା’ ଅଭିଯାନର ଶୁଭାରମ୍ଭ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ନୂଆ ଭୋଟରଙ୍କୁ ମିତା କରିବ ସଚେତନ; କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ CEO
ନୂଆ ଭୋଟରଙ୍କୁ ମିତା କରିବ ସଚେତନ; କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ CEO

ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସହ ତାଲିକାରେ ନୂତନ ଭୋଟର ଯେଉଁମାନଙ୍କର ବୟସ ୧୮ ବର୍ଷ ପୂର୍ଣ୍ଣ ହୋଇଛି । ଭାବୀ ଭୋଟରମାନଙ୍କୁ ଭୋଟର ତାଲିକାରେ ନାମ ପଂଜୀକରଣ ନିମନ୍ତେ ସଚେତନତା ସୃଷ୍ଟି କରିବା । ଏହା ସହ ପ୍ରୋତ୍ସାହିତ କରିବା ହେଉଛି ‘ମୁଁ ବି ମିତା’ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ‘ମୁଁ ବି ମିତା’ ବୁଥସ୍ତରୀୟ ଅଧିକାରୀଙ୍କ ଏକ କାଳ୍ପନିକ ଚରିତ୍ର ଅଟେ । ଯଦିଓ ସେ ପ୍ରକୃତରେ କୌଣସି ବୁଥସ୍ତରୀୟ ଅଧିକାରୀ ନୁହଁନ୍ତି । ତଥାପି ସେ ବୁଥସ୍ତରୀୟ ଅଧିକାରୀଙ୍କ ପରି ନୂତନ ଓ ଭାବୀ ଭୋଟରମାନଙ୍କର ତାଲିକାରେ ନାମ ପଂଜୀକରଣ କରିବେ । ଏହା ସହ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଂଶଗ୍ରହଣ ନିମନ୍ତେ ସହାୟତା ଯୋଗାଇବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

ନୂଆ ଭୋଟରଙ୍କୁ ମିତା କରିବ ସଚେତନ; କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ CEO
ନୂଆ ଭୋଟରଙ୍କୁ ମିତା କରିବ ସଚେତନ; କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ CEO

ଏହାବି ପଢନ୍ତୁ- Early Elections Speculations: ପୁଣି ବଢ଼ିଲା ଆଗୁଆ ନିର୍ବାଚନ ଚର୍ଚ୍ଚା; ସେପ୍ଟେମ୍ବର 13ରେ ଓଡ଼ିଶା ଆସିବେ ECI ଟିମ୍

ନୂଆ ଭୋଟରଙ୍କୁ ମିତା କରିବ ସଚେତନ; କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ CEO
ନୂଆ ଭୋଟରଙ୍କୁ ମିତା କରିବ ସଚେତନ; କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ CEO

କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ଚୟନ ହୋଇ ଆସିଥିବା ୩୦ ଛାତ୍ରଛାତ୍ରୀଙ୍କୁ ‘ମୁଁ ବି ମିତା’ କ୍ୟାମ୍ପସ ଆମ୍ବାସଡ଼ର ଭାବେ ଘୋଷଣା କରାଯାଇଛି । ସେମାନଙ୍କୁ ତାଲିମ ପ୍ରଦାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟତମ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ । କୁଳପତି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଆଜିର ଛାତ୍ରଛାତ୍ରୀମାନେ ହିଁ ଆମ ଗଣତନ୍ତ୍ର ତଥା ଦେଶର ଭବିଷ୍ୟତ । ନୂଆ ଭୋଟର ଗଣତନ୍ତ୍ରର ସୁଦୃଢ଼ୀକରଣ ନିମନ୍ତେ ଭୋଟର ତାଲିକାରେ ନିଜ ନାମ ପଂଜୀକରଣ କରିବା ଦରକାର । ଏହା ସହ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିଲେ ସୁନ୍ଦର ଦେଶ ଗଠନ ସମ୍ଭବ ହେବ ।

ନୂଆ ଭୋଟରଙ୍କୁ ମିତା କରିବ ସଚେତନ; କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ CEO
ନୂଆ ଭୋଟରଙ୍କୁ ମିତା କରିବ ସଚେତନ; କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ CEO

ଛାତ୍ରଛାତ୍ରୀମାନେ ‘ମୁଁ ବି ମିତା’ କାର୍ଯ୍ୟକ୍ରମରେ ବହୁମାତ୍ରାରେ ସାମିଲ ହେବା ଦରକାର । ଭୋଟର ତାଲିକାରେ ନିଜ ନାମ ପଂଜୀକରଣ ସହ ଅନ୍ୟମାନଙ୍କୁ ଏଥିରେ ସାମିଲ କରିପାରିଲେ ଏକ ମହତ କାର୍ଯ୍ୟ ହୋଇପାରିବ । ଅନ୍ୟତମ ଅତିଥି ଭାବେ ଯୋଗଦେଇ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାପାତ୍ର, ଭୁବନେଶ୍ୱର ଉପଜିଲ୍ଲାପାଳ ମଧୁସୂଦନ ବେହେରା, ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ଓ ଅଧ୍ୟାପିକା ଅଲିଭା କାର୍ଯ୍ୟକ୍ରମ ସଂଚାଳନ କରିଛନ୍ତି ।

ନୂଆ ଭୋଟରଙ୍କୁ ମିତା କରିବ ସଚେତନ; କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ CEO
ନୂଆ ଭୋଟରଙ୍କୁ ମିତା କରିବ ସଚେତନ; କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ CEO

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.